କନକବ୍ୟୁରୋ : ଖବର ବାଜିଲା। ପ୍ରଶାସନ ଚେତିଲା। ଜବରଦଖଲ ନେଇ କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ଆକ୍ସନ ମୋଡକୁ ଆସିଛି ବ୍ରହ୍ମପୁର ପ୍ରଶାସନ । ଆଜି ଆଙ୍କୁଲି ଓଭରବ୍ରିଜ୍ ପାର୍ଶ୍ୱ ରାସ୍ତାରେ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି । ଆଙ୍କୁଲି ଓଭରବ୍ରିଜ୍ ପାର୍ଶ୍ୱ ରାସ୍ତାରେ ହୋଇଥିବା ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । ୨୦୧୦ ମସିହାରେ ଆଙ୍କୁଲି ଓଭରବ୍ରିଜ୍ ନିର୍ମାଣ କାମ ଆରମ୍ଭ ହୋଇଥିଲା । ସେତେବେଳେ କିଛି ଅଂଶ ଉଚ୍ଛେଦ ହୋଇଥିଲେ ମଧ୍ୟ ଆବଶ୍ୟକ ଅଞ୍ଚଳ ସମ୍ପୂର୍ଣ୍ଣ ଖାଲି କରାଯାଇନଥିଲା ।
ଅଧିକ ପଢନ୍ତୁ... ପର୍ଯ୍ୟଟନ ସହରକୁ ଆବର୍ଜନା ଚିନ୍ତା : ପୁରୀ-କୋଣାର୍କ ହେବେ ଡମ୍ପିଂୟାର୍ଡ ମୁକ୍ତ
୨୦୧୬ ମସିହାରେ ବ୍ରିଜ୍ କାମ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ବ୍ରିଜ୍ କଡ଼ରେ ଥିବା ରାସ୍ତା ଜବରଦଖଲରେ ରହିଯାଇଥିଲା । ଫଳରେ ରାସ୍ତା ଅଣଓସାରିଆ ହୋଇ ପଡ଼ିଥିଲା ଏବଂ ଦୁର୍ଘଟଣା ଘଟୁଥିଲା । ଆଜି ଜିଲ୍ଲା ପ୍ରଶାସନ ଓ ପୁଲିସ ଉପସ୍ଥିତିରେ ଉଚ୍ଛେଦ କରାଯାଇଛି । ଏହି ରାସ୍ତା ଦେଇ ପ୍ରତିଦିନ ପ୍ରାୟ ୪୦ ହଜାର ଲୋକ ଯାତାୟାତ କରନ୍ତି । ରାସ୍ତା ସଂକୀର୍ଣ୍ଣ ହୋଇଥିବାରୁ ଦୈନିକ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲା । ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ପୂର୍ବରୁ କୌଣସି ପଦକ୍ଷେପ ନିଆଯାଇନଥିଲା । ତେବେ ଆଜିର ଉଚ୍ଛେଦ କାର୍ଯ୍ୟକୁ ସ୍ଥାନୀୟ ବାସିନ୍ଦା ସମର୍ଥନ କରିଥିଲେ । ଜବରଦଖଲରୁ ରାସ୍ତା ସଙ୍କୀର୍ଣ୍ଣ ନେଇ ଅଞ୍ଚଳବାସୀ ଦୀର୍ଘଦିନ ଧରି ଅଭିଯୋଗ କରିଆସୁଥିଲେ । ଗତବର୍ଷ ଖବର ପ୍ରସାରଣ ପରେ କେବଳ ମାପଜୁପରେ କାମ ସୀମିତ ରହିଯାଇଥିଲା। ଏବେ ପୁଣି ଖବର ପ୍ରସାରଣ ପରେ ପ୍ରଶାସନ ତତ୍ପର ହୋଇ ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/13/18-2026-02-13-20-03-30.jpg)