ଓଡ଼ିଶାରେ ସକ୍ରିୟ ଝାଡ଼ଖଣ୍ଡ ଲୁଟେରା;ରାତିରେ କଳାକନା ବୁଲାଇ ମାରୁଥିଲେ ଚମ୍ପଟ୍‌

ଝାଡଖଣ୍ଡ ଲୁଟେରା ଗ୍ୟାଙ୍ଗ ଦିନରେ କାରରେ ଆସି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି ବୁଲି ରେକି କରୁଥିଲେ । ରାତିରେ ଲୁଟୁଥିଲେ ଆଉ ଲୁଟ୍‌ ବେଳେ ଯଦି କେହି ଦେଖିଦେଲା, ତାକୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରୁଥିଲେ ।

Lootera

Lootera Photograph: (kanak news)

କନକ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲାରେ ଝାଡଖଣ୍ଡ ଲୁଟେରା । ଜିଲ୍ଲାର ପାଞ୍ଚଟି ଥାନା ଅଂଚଳରେ ହୋଇଥିବା ୪୦ରୁ ଅଧିକ ଲୁଟ ମାମଲାରେ ଏମାନଙ୍କ ସଂପୃକ୍ତି । ଏ ନେଇ  ପ୍ରମାଣ ମିଳିବା ସହ ଏମାନଙ୍କ ଠାରୁ ପୁଲିସ ବନ୍ଧୁକ ଗୁଳି ଗାଡ଼ି ମାରଣାସ୍ତ୍ର ଜବତ୍ କରି ଅଧିକ ଛାନ୍ ଭିନ୍ ଜାରି ରଖିଛି । ଝାଡଖଣ୍ଡ ଲୁଟେରା ଗ୍ୟାଙ୍ଗ ଦିନରେ କାରରେ ଆସି ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ସ୍ଥାନରେ ବୁଲି ବୁଲି ରେକି କରୁଥିଲେ । ରାତିରେ ଲୁଟୁଥିଲେ । ଆଉ ଲୁଟ୍‌ ବେଳେ ଯଦି କେହି ଦେଖିଦେଲା, ତାକୁ ବନ୍ଧୁକ ଓ ମାରଣାସ୍ତ୍ର ଦେଖାଇ ଭୟଭୀତ କରୁଥିଲେ । ଝାଡଖଣ୍ଡି ଲୁଟେରା ଗ୍ୟାଙ୍ଗ୍‌ର ଏହି ପୁରା ଅପରେସନରେ ସହଯୋଗ କରୁଥିଲେ କିଛି ସ୍ଥାନୀୟ ଯୁବକ । ଲୁଟେରା ଗ୍ୟାଙ୍ଗକୁ ଗିରଫ କରି ଚୋରୀର ପର୍ଦ୍ଦାଫାଶ କରିଛି ପୁଲିସ । 

ଅଧିକ ପଢ଼ନ୍ତୁ--ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତାଗିଦ : ସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କୀତ କୌଣସି ଭୁଲ ପ୍ରଚାର କରନ୍ତୁ ନାହିଁ

ଗିରଫ ଅଭିଯୁକ୍ତଙ୍କ ପୁରୁଣା ରେକର୍ଡ କହୁଛି, ଅଭିଯୁକ୍ତଙ୍କ ନାମରେ ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲା ସମେତ ଝାଡ଼ଖଣ୍ଡରେ ଏକାଧିକ ଅପରାଧିକ ମାମଲା ରହିଛି । ମୟୁରଭଞ୍ଜ ଜିଲ୍ଲା ଓ ଝାଡ଼ଖଣ୍ଡ ସୀମାରେ ପୁଲିସର ବ୍ଲକିଂ ଚେକିଂ ସତ୍ତ୍ୱେ ରାଜ୍ୟ ବାହାର ଅପରାଧି ମୟୁରଭଞ୍ଜ ସକ୍ରିୟ ହେବା ଚିନ୍ତାର ବିଷୟ । ତେଣୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରିବାକୁ ଦାବି କରିଛନ୍ତି ଜିଲ୍ଲାବାସୀ । ଆନ୍ତରାଜ୍ୟ ଲୁଟେରା ଗ୍ୟାଙ୍ଗ ଧରାପଡ଼ିବା ମୟୁରଭଂଜ ଜିଲ୍ଲା ପୁଲିସ ପାଇଁ ସଫଳତା ହୋଇପାରେ, ହେଲେ ଜିଲ୍ଲାରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପ ରୋକିବା ଦିଗରେ ଆହୁରୀ ସତର୍କ ହେବା ଆବଶ୍ୟକ ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe