କୋର୍ଟଙ୍କ ଉପରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ: ବିଚାରପତିଙ୍କ ଉପରେ ବର୍ଷିଲେ ଟ୍ରମ୍ପ

Advertisment

କୋର୍ଟଙ୍କ ଉପରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ: ବିଚାରପତିଙ୍କ ଉପରେ ବର୍ଷିଲେ ଟ୍ରମ୍ପ, ରାୟ ଉପରେ ବିଦେଶୀ ପ୍ରଭାବ ଦାବି, ଗୁପ୍ତ ବୈଠକର ଭିତିରି କଥା ପଦାରେ ପଡ଼ିଲା ।

କୋର୍ଟଙ୍କ ଉପରେ ଏବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ: ବିଚାରପତିଙ୍କ ଉପରେ ବର୍ଷିଲେ ଟ୍ରମ୍ପ, ରାୟ ଉପରେ ବିଦେଶୀ ପ୍ରଭାବ ଦାବି, ଗୁପ୍ତ ବୈଠକର ଭିତିରି କଥା ପଦାରେ ପଡ଼ିଲା ।

Donald trump

Donald trump Photograph: (Google)

 କନକ ବ୍ୟୁରୋ;  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ନ୍ୟାୟପାଳିକା ମଧ୍ୟରେ ଏକ ବଡ଼ ସାମ୍ବିଧାନିକ ତଥା ବାଣିଜ୍ୟିକ ବିବାଦ ଦେଖାଦେଇଛି । ଏକ ଐତିହାସିକ ରାୟରେ, ଆମେରିକାର ସୁପ୍ରିମକୋର୍ଟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ଲାଗୁ କରାଯାଇଥିବା ଅନେକ ଶୁଳ୍କକୁ ବେଆଇନ ଘୋଷଣା କରିଛନ୍ତି । କୋର୍ଟଙ୍କ ଆଦେଶରେ କ୍ରୋଧିତ ହୋଇ ଟ୍ରମ୍ପ କେବଳ ବିଚାରପତିମାନଙ୍କୁ ସମାଲୋଚନା କରିବା ସହିତ ତୁରନ୍ତ କାର୍ଯ୍ୟକାରୀ ହେଉଥିବା ଏକ ନୂତନ ୧୦ ପ୍ରତିଶତ ବିଶ୍ୱ ଶୁଳ୍କ ଘୋଷଣା କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ୬-୩ ଫଇସଲା
ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ୬-୩ ବହୁମତରେ ରାୟ ଦେଇଥିଲେ ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁଳ୍କ ଲାଗୁ କରିବା ପାଇଁ ଜରୁରୀକାଳୀନ ଆଇନର ଅପବ୍ୟବହାର କରିଛନ୍ତି। ଏହି ମାମଲାଟି ମୁଖ୍ୟତଃ ୧୯୭୭ ମସିହାର ଅନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ ଶକ୍ତି ଆଇନ (ଆଇଇଇଫିଏ) ସହିତ ଜଡିତ ଥିଲା। କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଏହି ଆଇନ ଅନୁଯାୟୀ, ରାଷ୍ଟ୍ରପତି ଜରୁରୀକାଳୀନ ସମୟରେ ବାଣିଜ୍ୟକୁ ନିୟନ୍ତ୍ରିତ କରିପାରିବେ, କିନ୍ତୁ ମନଇଚ୍ଛା ଶୁଳ୍କ ଲାଗୁ କରିବାର ଅଧିକାର ତାଙ୍କର ନାହିଁ। ଟ୍ରମ୍ପ ପ୍ରଥମେ ମେକ୍ସିକୋ, କାନାଡା, ଚୀନ୍ ଓ ପରେ ଭାରତ ସମେତ ବହୁ ଦେଶ ଉପରେ ଭାରୀ ଶୁଳ୍କ ଲାଗୁ କରିବା ପାଇଁ ଏହି ଆଇନର ଅପବ୍ୟବହାର କରିଥିଲେ।

ଅଧିକ ପଢନ୍ତୁ: ପରାଜିତ ଟ୍ରମ୍ପଙ୍କ ପ୍ରତିଶୋଧ: ସବୁ ଦେଶ ଉପରେ ଲାଗୁ କଲେ ୧୦% ଶୁଳ୍କ

କୋର୍ଟଗୁଡ଼ିକ ବି‌ରୋଧ କିଛି କରିବାକୁ ପଡିବ
ରାୟ ନେଇ ଟ୍ରମ୍ପ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ରାଜ୍ୟପାଳମାନଙ୍କ ସହିତ ଏକ ବ୍ୟକ୍ତିଗତ ଆଲୋଚନା ସମୟରେ ଟ୍ରମ୍ପ ଏହି ରାୟକୁ ଲଜ୍ଜାଜନକ ବୋଲି କହିଥିଲେ। ଏହାସହ ସେ ବିଚାରପତିଙ୍କ ଉପରେ ବର୍ଷିଥିଲେ। ସେ ଏପରି ମଧ୍ୟ କହିଥିଲେ ଯେ, ଏହି କୋର୍ଟଗୁଡ଼ିକ ବିଷୟରେ କିଛି କରାଯିବା ଆବଶ୍ୟକ। ଟ୍ରମ୍ପ ବ୍ୟଙ୍ଗାତ୍ମକ ଭାବରେ କହିଥିଲେ, ରାଷ୍ଟ୍ରପତି ଭାବରେ, ମୁଁ ବାଣିଜ୍ୟ ବନ୍ଦ କରିପାରିବେ କିମ୍ବା ଏକ ଦେଶକୁ ଧ୍ୱଂସ କରିଦେବା ଭଳି ପ୍ରତିବନ୍ଧକ ଲଗାଇପାରିବି, କିନ୍ତୁ ମତେ ଗୋଟିଏ ଡଲାର ମଧ୍ୟ ଆଦାୟ କରିବାକୁ ଅନୁମତି ଦିଆଯାଉନାହିଁ। ଯାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଟ୍ରମ୍ପଙ୍କ ଦ୍ବାରା କରାଯାଇଥିବ ାଏହି ଗୁପ୍ତ ବୈଠକର ଭିତିରି କଥା ଏବେ ପଦାରେ ପଡ଼ିଛି। ବୈଠରେ ହୋଇଥିବା ଆଲୋଚନା ଲିକ୍ ହୋଇଯାଇଛି। ଆମ ଦେଶ ପାଇଁ ଯାହା ଠିକ୍ ତାହା କରିବାର ସାହସ ନଥିବା ପାଇଁ ମୁଁ କୋର୍ଟର କିଛି ସଦସ୍ୟଙ୍କ ପାଇଁ ଲଜ୍ଜିତ। ସେମାନଙ୍କର ଦେଶପ୍ରେମ ନାହିଁ। ସେମାନେ ଆମ ସମ୍ବିଧାନ ପ୍ରତି କୃତଜ୍ଞ ନୁହନ୍ତିି। ସେମାନଙ୍କୁ ମୂର୍ଖ ଓ କୁକୁର କୁହାଯାଇପାରେ ବୋଲି ଟ୍ରମ୍ପ ବିଦ୍ରୁପ କରିଥିଲେ।


ଗତ ବର୍ଷ ଜାନୁଆରିରେ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ସୁପ୍ରିମକୋର୍ଟ ବହୁଳ ଭାବରେ ତାଙ୍କ ପକ୍ଷ ନେଇ ନାହାନ୍ତି। ଟିକସ ବିରୋଧରେ ରାୟ ପ୍ରଦାନ ରିପବ୍ଲିକାନ୍ ରାଷ୍ଟ୍ରପତିଙ୍କ ପାଇଁ ପ୍ରଥମ ବଡ଼ ଝଟକା ଥିଲା। ତାଙ୍କ ବିରୋଧରେ ଭୋଟ ଦେଇଥିବା ବିଚାରପତି ଏମି କୋନି ବାରେଟ୍ ଓ ନିଲ୍ ଗୋର୍ସଚ୍ ଙ୍କୁ ଶୀର୍ଷ ଅଦାଲତରେ ମନୋନୀତ କରିଥିବା ପାଇଁ ସେ, ଦୁଃଖିତ କି ବୋଲି ପଚରାଯିବାରୁ, ଟ୍ରମ୍ପ କହିଛନ୍ତି, ମୁଁ ଦୁଃଖିତ କି ନାହିଁ ତାହା କହିବାକୁ ଚାହୁଁ ନାହିଁ ।


ମୁଁ ଭାବୁଛି ସେମାନଙ୍କର ନିଷ୍ପତ୍ତି ଭୟଙ୍କର ଥିଲା। ଯଦି ଆପଣ ସତ୍ୟ ଜାଣିବାକୁ ଚାହାଁନ୍ତି, ତେବେ ଏହା ସେମାନଙ୍କ ପରିବାର ପାଇଁ ଲଜ୍ଜାଜନକ, ବିଶେଷ କରି ସେ ଦୁଇଜଣଙ୍କ ପାଇଁ।
ପ୍ରଧାନ ବିଚାରପତି ଜନ୍ ରବର୍ଟସ୍, କୋନି ବାରେଟ୍ ଓ ଗୋର୍ସୁଚ୍ କୋର୍ଟଙ୍କର ୬-୩ ମତରେ ଟ୍ରମ୍ପଙ୍କ ବ୍ୟାପକ ବିଶ୍ୱ ଶୁଳ୍କକୁ ବେଆଇନ ବୋଲି ରାୟ ଦେଇଥିଲେ। ଟ୍ରମ୍ପ ଶୁଳ୍କ ଆଦାୟ ପାଇଁ ତାଙ୍କ ଅଧିକାରକୁ ବଜାୟ ରଖିବା ପାଇଁ ଭୋଟ ଦେଇଥିବା ରକ୍ଷଣଶୀଳ ବିଚାରପତିମାନଙ୍କୁ ପ୍ରଶଂସା କରିଥିଲେ - କ୍ଲାରେନ୍ସ ଥମାସ, ସାମୁଏଲ୍ ଆଲିଟୋ ଏବଂ ଟ୍ରମ୍ପଙ୍କ ଦ୍ୱାରା ନିଯୁକ୍ତ ବ୍ରେଟ୍ କାଭାନା ।


ସପକ୍ଷରେ ଭୋଟ ଦେଇଥିବା ତିନିଜଣଙ୍କୁ ସେମାନଙ୍କ ଶକ୍ତି, ଜ୍ଞାନ ଓ ଦେଶ ପ୍ରତି ପ୍ରେମ ପାଇଁ ଟ୍ରମ୍ପ ଧନ୍ୟବାଦ ଜଣାଇଥିଲେ। ଟ୍ରମ୍ପ ବିଶେଷ ଭାବରେ କାଭାନାଙ୍କ ଉଦ୍ଦେଶ୍ୟରେ କହିଥିଲେ, ଯିଏ ଶୁଳ୍କ ରାୟର ବିରୋଧ କରି ୬୩ ପୃଷ୍ଠାର ଏକ ମତାମତ ଲେଖିଥିଲେ। ଟ୍ରମ୍ପ ତାଙ୍କୁ ଜଣେ ପ୍ରତିଭାଶାଳୀ ଓ ତାଙ୍କ ଉପରେ ଗର୍ବିତ ବୋଲି କହିଥିଲେ। ରାଷ୍ଟ୍ରପତି ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏହି ରାୟ ପଛରେ ବିଦେଶୀ ପ୍ରଭାବ ରହିଛି। ମୋର ମତ ହେଉଛି, କୋର୍ଟ ବିଦେଶୀ ସ୍ୱାର୍ଥ ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଜଣେ ସାମ୍ବାଦିକଙ୍କ ପ୍ରଶ୍ନ କୋର୍ଟ ଉପରେ ବିଦେଶୀ ପ୍ରଭାବର ପ୍ରମାଣ ଅଛି କି ନେଇ ଟ୍ରମ୍ପ ଉତ୍ତର ଦେଇଥିଲେ: ଆପଣ ଜାଣିପାରିବେ। ଉପରାଷ୍ଟ୍ରପତି ଜେଡି ଭାନ୍ସ ଶୁଳ୍କ ରାୟକୁ ନିନ୍ଦା କରି ଏହା କୋର୍ଟର ଆଇନହୀନତା ବୋଲି କହିଛନ୍ତି । ଟ୍ରମ୍ପଙ୍କୁ ଏହା ମଧ୍ୟ ପଚରାଯାଇଥିଲା ଯେ ତାଙ୍କ ବିପକ୍ଷରେ ଭୋଟ ଦେଇଥିବା ଛଅ ଜଣ ବିଚାରପତିଙ୍କୁ ଆସନ୍ତା ସପ୍ତାହରେ କଂଗ୍ରେସ ସମ୍ମୁଖରେ ଷ୍ଟେଟ୍ ଅଫ୍ ଦି ୟୁନିଅନ୍ ଭାଷଣରେ ସ୍ୱାଗତ କରାଯିବ କି? ସପକ୍ଷରେ ଭୋଟ ଦେଇଥିବା ତିନିଜଣଙ୍କୁ ଖୁସିର ସହିତ ନିମନ୍ତ୍ରଣ କରାଯାଇଛି। ଅନ୍ୟମାନେ ନିମନ୍ତ୍ରିତ, କେବଳ ନିମନ୍ତ୍ରିତ। ଅନ୍ୟମାନେ ଆସିଲେ ଅବା ନଆସିଲେ ମୋର କିଛି ଯାଏ ଆସେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe