କନକ ବ୍ୟୁରୋ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବାଣିଜ୍ୟ ନୀତିକୁ ନେଇ ନ୍ୟାୟପାଳିକା ସହିତ ଏକ ଲଢ଼େଇ କରି ପରାଜିତ ହୋଇଛନ୍ତି। ଆମେରିକାର ସୁପ୍ରିମକୋର୍ଟ ତାଙ୍କର ପୂର୍ବ ଟାରିଫ୍ ବେଆଇନ ଘୋଷଣା କରିବାର କିଛି ଘଣ୍ଟା ପରେ, ଟ୍ରମ୍ପ ଓଭାଲ୍ ଅଫିସରୁ ଏକ ନୂତନ କାର୍ଯ୍ୟନିର୍ବାହୀ ଅର୍ଡରରେ ସ୍ୱାକ୍ଷର କରିଛନ୍ତି। ଏହି ନୂତନ ଆଦେଶ ଅନୁଯାୟୀ, ସମସ୍ତ ଦେଶରୁ ଆମେରିକାକୁ ଆସୁଥିବା ଆମଦାନି ଉପରେ ଏବେ ୧୦% ବିଶ୍ୱ ଟାରିଫ୍ ଲାଗୁ ହେବ ।
ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ଘୋଷଣା
ଡୋନାଲ୍ଡ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏହି କଠୋର ନିଷ୍ପତ୍ତି ବିଷୟରେ ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ମୁଁ ଗର୍ବର ସହିତ ଘୋଷଣା କରୁଛି ମୁଁ ଓଭାଲ୍ ଅଫିସରୁ ସମସ୍ତ ଦେଶ ଉପରେ ୧୦% ବିଶ୍ୱବ୍ୟାପୀ ଶୁଳ୍କ ସ୍ୱାକ୍ଷର କରିଛି। ଏହା ତୁରନ୍ତ କାର୍ଯ୍ୟକାରୀ ହେବ। ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ ସ୍ପଷ୍ଟ କରିଥିଲେ ଯେ, ସେ ୧୯୭୪ ମସିହାର ବାଣିଜ୍ୟ ଆଇନର ଧାରା ୧୨୨ ଅନୁଯାୟୀ ଏହି ନିର୍ଦ୍ଦେଶ ଜାରି କରୁଛନ୍ତି। ଯାହା ବିଦ୍ୟମାନ ଶୁଳ୍କ ସହିତ ଅତିରିକ୍ତ ହେବ। ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି, ଯଦି ଆବଶ୍ୟକ ହୁଏ, ତେବେ ସେ ଏହି ଶୁଳ୍କ ହାରଗୁଡ଼ିକୁ ଆହୁରି ବୃଦ୍ଧି କରିପାରିବେ ।
ଅଧିକ ପଢନ୍ତୁ; ଭାରତ- ପାକିସ୍ତାନ ବିବାଦରେ ମଧ୍ୟସ୍ଥତା ନେଇ ପୁଣି ଟ୍ରମ୍ପଙ୍କ ଦାବି
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ନେଇ ଟ୍ରମ୍ପ ଅସନ୍ତୁଷ୍ଟ
ଆମେରିକାର ସୁପ୍ରିମକୋର୍ଟ ୬-୩ ବହୁମତ ନିଷ୍ପତ୍ତିରେ ୧୯୭୭ଆନ୍ତର୍ଜାତୀୟ ଜରୁରୀକାଳୀନ ଅର୍ଥନୈତିକ କ୍ଷମତା ଆଇନ (ଆଇଇଇପିଏ) ବ୍ୟବହାର କରି କଂଗ୍ରେସ ଅନୁମୋଦନ ବିନା ଶୁଳ୍କ ଲାଗୁ କରିବାର ରାଷ୍ଟ୍ରପତିଙ୍କ ଅଧିକାରକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଟ୍ରମ୍ପ କୋର୍ଟର ନିଷ୍ପତ୍ତିକୁ ଅତ୍ୟନ୍ତ ନିରାଶାଜନକ ବୋଲି କହିଛନ୍ତି। ସେ କହିଛନ୍ତି ମୁଁ କୋର୍ଟର କିଛି ସଦସ୍ୟଙ୍କ ପାଇଁ ଲଜ୍ଜିତ। ସେ ବ୍ୟଙ୍ଗାତ୍ମକ ଭାବରେ କହିଛନ୍ତି, ଏହା ହାସ୍ୟାସ୍ପଦ ମୁଁ ବାଣିଜ୍ୟକୁ ନଷ୍ଟ କରିପାରିବି କିମ୍ବା ପ୍ରତିବନ୍ଧକ ଲଗାଇପାରିବବି କିନ୍ତୁ ଶୁଳ୍କ ନୁହେଁ ।
ନୂତନ ଶୁଳ୍କ ୧୫୦ ଦିନ ପାଇଁ ପ୍ରଭାବଶାଳୀ ହେବ
ବାଣିଜ୍ୟ ଆଇନର ଧାରା ୧୨୨ ଅନୁଯାୟୀ ଲାଗୁ ହୋଇଥିବା ଏହି ନୂତନ ଶୁଳ୍କ ପ୍ରାୟ ପାଞ୍ଚ ମାସ (୧୫୦ ଦିନ) ପାଇଁ ପ୍ରଭାବଶାଳୀ ହେବ। ଏହି ସମୟ ମଧ୍ୟରେ, ଟ୍ରମ୍ପ ପ୍ରଶାସନ ଅନ୍ୟ ଦେଶଗୁଡ଼ିକ ଉପରେ ଉପଯୁକ୍ତ ଶୁଳ୍କ ହାର ନିର୍ଣ୍ଣୟ କରିବା ପାଇଁ ଆବଶ୍ୟକୀୟ ତଦନ୍ତ କରିବ। ଟ୍ରମ୍ପ ପ୍ରଶାସନ ସୂଚିତ କରିଛନ୍ତି, ଧାରା ୨୩୨ ଜାତୀୟ ସୁରକ୍ଷା ତଥା ଧାରା ୩୦୧ ଅନୁଚିତ ବାଣିଜ୍ୟ ଅଭ୍ୟାସ ଅନୁଯାୟୀ ନୂତନ ଶୁଳ୍କ ମଧ୍ୟ ଲାଗୁ କରାଯାଇପାରେ। । ଆମେରିକା ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀୟରଙ୍କ ଅନୁଯାୟୀ, ଆଗାମୀ ଦିନରେ ଏହି ଆଇନଗତ କାର୍ଯ୍ୟାନୁଷ୍ଠାନର ବିବରଣୀ ପ୍ରକାଶ କରାଯିବ।
କୋଟି କୋଟି ଡଲାରର ରିଫଣ୍ଡ ସମସ୍ୟାରେ
ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଗତ ବର୍ଷ ସଂଗୃହିତ ପ୍ରାୟ ୧୭୫ ବିଲିୟନ ଡଲାରର ଶୁଳ୍କ ରାଜସ୍ୱ ଉପରେ ଅନିଶ୍ଚିତତା ସୃଷ୍ଟି କରିଛ। କାରଣ ଏହି ପରିମାଣ ଏବେ ଫେରସ୍ତ ହୋଇପାରେ। ଫେରସ୍ତ ବିଷୟରେ ପଚରାଯିବାରୁ, ଟ୍ରମ୍ପ କହିଛନ୍ତି ଯେ, ଏହି ମାମଲା ଆଗାମୀ ଦୁଇ ବର୍ଷ ପାଇଁ ବିଚାରାଧୀନ ରହିପାରେ। ଟ୍ରେଜେରୀ ସଚିବ ସ୍କଟ୍ ବେସେଣ୍ଟ କହିଛନ୍ତି, ନୂତନ ଆଇନଗତ ପଦକ୍ଷେପଗୁଡ଼ିକ ୨୦୨୬ ରେ ଶୁଳ୍କ ରାଜସ୍ୱକୁ ପ୍ରାୟତଃ ଅପରିବର୍ତ୍ତିତ ରଖିବ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/21/defeated-trump-2026-02-21-09-22-52.jpg)