କନକ ବ୍ୟୁରୋ : ବାଲି ଚୋରା ଚାଲାଣ ରୋକିବାକୁ ରାସ୍ତା ଖୋଲି ଦେଲେ ଖଣି ଅଧିକାରୀ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ । ଜଳେଶ୍ୱର ଥାନା ଅନ୍ତର୍ଗତ ମହମ୍ମଦ ନଗର ପାଟଣା ନିକଟରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି ମାଫିଆ । ଏନେଇ ଅଭିଯୋଗ ହେବା ପରେ ଜୁନିୟର ଖଣି ଅଧିକାରୀ, ବାଲି ସୈରାତର ରାସ୍ତାକୁ ଖୋଳି ଦେଇଛନ୍ତି । ବେଆଇନ ଭାବେ ବାଲି ଘାଟରୁ ଶହେ କୋଟିରୁ ଅଧିକ ଟଙ୍କାର ବାଲି ଖୋଳି ନେଇଛନ୍ତି ବାଲି ମାଫିଆ । ଆଜି ବାଲେଶ୍ୱର ଜିଲ୍ଲା ଜୁନିୟର ଖଣି ଅଧିକାରୀ ଜିତେନ୍ଦ୍ର ଦାସ ଜଳେଶ୍ୱର ପୋଲିସ ସହାୟତାରେ ବେଆଇନ ବାଲି ସୈରାତର ମୁଖ୍ୟ ରାସ୍ତାକୁ ଖୋଳି ଦେଇଛନ୍ତି ।
ବାଲି ଚାଲାଣ ରୋକିବାକୂୁ ଖଣି ଅଧିକାରୀଙ୍କ ନିଆରା ତରିକା । ଘାଟକୁ ଯାଇଥିବା ମୁଖ୍ୟ ରାସ୍ତା ଖୋଳିଦେଲେ ଖଣି ଅଧିକାରୀ
ଜଳେଶ୍ୱର ଥାନା ଅନ୍ତର୍ଗତ ମହମ୍ମଦ ନଗର ପାଟଣା ନିକଟରେ ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଚୋରା ଚାଲାଣ କରୁଛନ୍ତି ମାଫିଆ । ଏନେଇ ଅଭିଯୋଗ ହେବା ପରେ ଜୁନିୟର ଖଣି ଅଧିକାରୀ, ବାଲି ସୈରାତର ରାସ୍ତାକୁ ଖୋଳି ଦେଇଛନ୍ତି ।
/kanak/media/media_files/2025/05/03/B1e3QsYExhjUvd0FdCXk.jpg)