କନକ ବ୍ୟୁରୋ:  କାନପୁରର ଚର୍ଚ୍ଚିତ ଲାମ୍ବୋର୍ଗିନି ଦୁର୍ଘଟଣା ମାମଲାରେ ବଢ଼ିଲା ଅଭିଯୁକ୍ତଙ୍କ ଅଡୁଆ । ଗତକାଲି ରାତିର ଭୟଙ୍କର ଦୁର୍ଘଟଣା ପରେ ଏବେ ଆକ୍ସନ ମୋଡରେ ପୋଲିସ । ଅଭିଯୁକ୍ତ ଶିବମ୍ ମିଶ୍ରଙ୍କୁ ଗିରଫ କରିବା ପାଇଁ ବାସଭବନରେ ପହଞ୍ଚିଥିଲା କାନପୁର ପୋଲିସ। କିନ୍ତୁ ଆଶ୍ଚର୍ୟ୍ୟର କଥା, ପୋଲିସ ହାତରେ ଲାଗିନଥିଲେ ଅଭିଯୁକ୍ତ ଶିବମ୍‌ । କୁଆଡ଼େ ଗଲେ ସେହି ଧନୀ ବାପାଙ୍କ ଅଭିଯୁକ୍ତ ପୁଅ । କାନପୁରର ଚର୍ଚ୍ଚିତ ଲାମ୍ବୋର୍ଗିନି ଦୁର୍ଘଟଣା ମାମଲାରେ ବଢ଼ିଲା ଅଭିଯୁକ୍ତଙ୍କ ଅଡୁଆ। ଗତକାଲି ରାତିର ଭୟଙ୍କର ଦୁର୍ଘଟଣା ପରେ ଏବେ ଆକ୍ସନ ମୋଡରେ ପୋଲିସ। ଅଭିଯୁକ୍ତ ଶିବମ୍ ମିଶ୍ରଙ୍କୁ ଗିରଫ କରିବା ପାଇଁ ବାସଭବନରେ ପହଞ୍ଚିଥିଲା କାନପୁର ପୋଲିସ। କିନ୍ତୁ ଆଶ୍ଚର୍ୟ୍ୟର କଥା, ପୋଲିସ ହାତରେ ଲାଗିନଥିଲେ ଅଭିଯୁକ୍ତ ଶିବମ୍‌ । କୁଆଡ଼େ ଗଲେ ସେହି ଧନୀ ବାପାଙ୍କ ଅଭିଯୁକ୍ତ ପୁଅ  ।

Advertisment

ଅଧିକ ପଢନ୍ତୁ:  ଉତ୍ତରପ୍ରଦେଶ ମଥୁରାରେ ମର୍ମନ୍ତୁଦ ଦୁର୍ଘଟଣା : ୬ ମୃତ

କାନପୁରର ସେହି ବିଳାସପୂର୍ଣ୍ଣ ବଙ୍ଗଳା, ଯେଉଁଠି ରୁହନ୍ତି ଲାମ୍ବୋର୍ଗିନି ମାଲିକ ଶିବମ୍ ମିଶ୍ର। ହେଲେ ଆଜି ଏହି ଘର ବାହାରେ ଖୋଦ୍ ପୋଲିସ ଛିଡ଼ା ହୋଇଛି। କାନପୁରର ରାସ୍ତାରେ ନିଜର ଦ୍ରୁତଗାମୀ କାରରେ ଆତଙ୍କ ଖେଳାଇଥିବା ଏହି ଯୁବକଙ୍କୁ ଧରିବା ପାଇଁ ପୋଲିସ ଜାଲ ବିଛାଇଛି। ସୂଚନା ଅନୁସାରେ, ପୋଲିସ ଟିମ୍ ପ୍ରାୟ ଅଧଘଣ୍ଟା କବାଟ ବାଡେଇଥିଲା କିନ୍ତୁ ଭିତରୁ କେହି ବି ବାହାରି ନଥିଲେ । ଲାମ୍ବୋର୍ଗିନି କାର୍ ଦୁର୍ଘଟଣା ମାମଲାରେ ଏବେ ପୋଲିସ କାର୍ଯ୍ୟାନୁଷ୍ଠାନକୁ ଆହୁରି ଜୋରଦାର କରିଛି। ବିବାଦ ବଢ଼ିବା ପରେ ଏବେ ଏହି ମାମଲାରେ ପ୍ରତିଷ୍ଠିତ ତମାଖୁ ବ୍ୟବସାୟୀଙ୍କ ପୁଅ ଶିବମ୍ ମିଶ୍ରଙ୍କ ନାମ ବିଧିବଦ୍ଧ ଭାବେ ଏଫଆଇଆର୍‌  କରିଛି। ପୂର୍ବରୁ ଏହି ଦୁର୍ଘଟଣାକୁ ନେଇ ନାନା ତର୍କବିତର୍କ ଲାଗି ରହିଥିବା ବେଳେ ପୋଲିସ ଉପରେ ମଧ୍ୟ ଚାପ ବଢ଼ିଥିଲା । ଏବେ ପରିବାର କହିଛି ଗାଡି ପୁଅ ନୁହେଁ ଡ୍ରାଇଭର ଚଲାଉଥିଲା ।  

ତଦନ୍ତରୁ ଜଣାପଡ଼ିଛି, ମଦ୍ୟପାନ କରି କାର ଚଲାଉଥିବା ଶିବମ ଦୁର୍ଘଟଣା ସମୟରେ ଗାଡ଼ିର ଗତି ଅତ୍ୟନ୍ତ ଅଧିକ ଥିଲା ଏବଂ ଏହା ଅନେକଙ୍କ ଜୀବନକୁ ବିପଦରେ ପକାଇଥିଲା । ଗତକାଲିର ସେହି ଭୟଙ୍କର ଦୁର୍ଘଟଣା ପରେ ସମଗ୍ର ସହରରେ ଚାଞ୍ଚଲ୍ୟ ଖେଳିଯାଇଛି । ପୋଲିସ ସନ୍ଦେହ କରୁଛି ଯେ, ଶିବମ୍ ଘର ଭିତରେ ଥାଇ ମଧ୍ୟ ପୋଲିସକୁ ଭୟରେ ଧରା ଦେଉନାହାନ୍ତି । ପରିବାର ଲୋକେ ମଧ୍ୟ ଏହି ମାମଲାରେ ପୋଲିସକୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ପୋଲିସର ଉପସ୍ଥିତି ଏବଂ ବନ୍ଦ କବାଟ ସ୍ପଷ୍ଟ କରୁଛି , ଅଭିଯୁକ୍ତ ପୋଲିସଠାରୁ ବଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି । ପୋଲିସ ଘରେ ନୋଟିସ୍ ଲଗାଇବା ସହ ଆଗାମୀ ରଣନୀତି ପ୍ରସ୍ତୁତ କରୁଛି ।  ବର୍ତ୍ତମାନ ପ୍ରଶ୍ନ ଉଠୁଛି, କେତେ ସମୟ ପର୍ଯ୍ୟନ୍ତ ଶିବମ ଗିରଫଦାରୀରୁ ଲୁଚି ରହିବେ ? କାନପୁର ପୋଲିସ କମିଶନରଙ୍କ ସୂଚନା ଅନୁସାରେ, ମାମଲାକୁ ହାଲକାରେ ନିଆଯିବ ନାହିଁ ଏବଂ ତଦନ୍ତରେ ଅବହେଳା କରିଥିବା ପୋଲିସ୍‌ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।