ସଡ଼କ ସୁରକ୍ଷା ମାସରେ ନିଇତି ଘଟୁଛି ଦୁର୍ଘଟଣା, ଉଠିଲା ପ୍ରଶ୍ନ, ସରକାରୀ ସ୍ତରରେ ସୀମିତ କି ସଡ଼କ ସୁରକ୍ଷା ଅଭିଯାନ ?

Advertisment

ଘଟଣାସ୍ଥଳରେ ମାଆ ଆଖି ବୁଜିଥିବା ବେଳେ, ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଛି ୩ ବର୍ଷର ଶିଶୁ ।  ସେଇ ଏନଏଚ୍‌ ୧୬ ଦଧିମାଛ ଗାଡ଼ିଆ ଛକ ନିକଟରେ ସକାଳୁ ଘଟିଛି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଣପୁରରୁ ସ୍କୁଟିରେ ଭୁବନେଶ୍ୱର ଯାଉଥିବା ବେଳେ, ଅଜଣାଗାଡ଼ି ଧକ୍କାରେ ପ୍ରାଣ ହରାଇଛନ୍ତି ୨ ଯୁବକ ।ଭୁବନେଶ୍ୱରର ଜାଗମରା ଛକରେ ସିରିଜ ଦୁର୍ଘଟଣା ଘଟାଇଛି ଦ୍ରୁତଗାମୀ କାର୍ ।ନିଶାସକ୍ତ କାର୍ ଚାଳକ ଗୋଟିକ ପରେ ଗୋଟିଏ ଗାଡ଼ିକୁ ପଛରୁ ପିଟିବା ଫଳରେ ୪ରୁ ଅଧିକ ଆହତ ହୋଇଛନ୍ତି ।

ଘଟଣାସ୍ଥଳରେ ମାଆ ଆଖି ବୁଜିଥିବା ବେଳେ, ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଛି ୩ ବର୍ଷର ଶିଶୁ ।  ସେଇ ଏନଏଚ୍‌ ୧୬ ଦଧିମାଛ ଗାଡ଼ିଆ ଛକ ନିକଟରେ ସକାଳୁ ଘଟିଛି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଣପୁରରୁ ସ୍କୁଟିରେ ଭୁବନେଶ୍ୱର ଯାଉଥିବା ବେଳେ, ଅଜଣାଗାଡ଼ି ଧକ୍କାରେ ପ୍ରାଣ ହରାଇଛନ୍ତି ୨ ଯୁବକ ।ଭୁବନେଶ୍ୱରର ଜାଗମରା ଛକରେ ସିରିଜ ଦୁର୍ଘଟଣା ଘଟାଇଛି ଦ୍ରୁତଗାମୀ କାର୍ ।ନିଶାସକ୍ତ କାର୍ ଚାଳକ ଗୋଟିକ ପରେ ଗୋଟିଏ ଗାଡ଼ିକୁ ପଛରୁ ପିଟିବା ଫଳରେ ୪ରୁ ଅଧିକ ଆହତ ହୋଇଛନ୍ତି ।

accident

କନକ ବ୍ୟୁରୋ : ରାସ୍ତାକୁ ବାହାରିଲେ ଡର ଲାଗୁଛି । ରାତି ପାହିଲେ ଦୁର୍ଘଟଣା, ସଞ୍ଜ ନଇଁଲେ ଦୁର୍ଘଟଣା । ସଡ଼କ ସୁରକ୍ଷା ମାସ ଯେମିତି ପାଲଟିଯାଇଛି ସଡ଼କ ଦୁର୍ଘଟଣାର ମାସ । ପ୍ରତିଦିନ ରାସ୍ତା ଉପରେ ଯାଉଛି ଅନେକ ଜୀବନ, ଉଜୁଡ଼ିଯାଉଛି ଅନେକଙ୍କ ସଂସାର । ଆଜି ଖୋର୍ଦ୍ଧାରେ ୩ ଜଣଙ୍କ ଜୀବନ ଯାଇଥିବା ବେଳେ, ଭୁବନେଶ୍ୱରରେ ସିରିଜ ଦୁର୍ଘଟଣାରେ ୪ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ବୌଦ୍ଧରେ ଏକ ଘର ଭିତରକୁ ପଶି ଯାଇଛି ବସ୍ ।  ଚେତା ଫେରିଲେ ସେ କାହାକୁ ଡାକିବ ମାଆ? ଆଖି ଖୋଲିଲେ ତା ଲୁହ ପୋଛିବ କାହାର ପଣତ କାନି? କୁନି ପୁଅର ଆଖି ଆଗରେ ଚାଲିଯାଇଛି ତା ମାଆର ଜୀବନ । ଆଖି ପିଛୁଳାକେ ଭାଙ୍ଗିରୁଜି ଯାଇଛି ତା ଖୁସିର ବାଲିଘର । ପୁଅକୁ ଧରି ସ୍କୁଟିରେ ବ୍ରହ୍ମେଶ୍ୱର ପାଟଣାରୁ ଖୋର୍ଦ୍ଧା ଯିବା ବେଳେ, ଗଙ୍ଗପଡ଼ାଠାରେ ପଛରୁ ଧକ୍କା ଦେଲା ହାଇୱା ।

ଅଧିକ ପଢ଼ନ୍ତୁ : ଅଧା ଓଡ଼ିଶାକୁ କଲବଲ କରୁଛି ଘନ କୁହୁଡ଼ି; ବଢ଼ୁଛି ଦୁର୍ଘଟଣା

ଘଟଣାସ୍ଥଳରେ ମାଆ ଆଖି ବୁଜିଥିବା ବେଳେ, ଭୁବନେଶ୍ୱର ଏମସରେ ଚିକିତ୍ସିତ ହେଉଛି ୩ ବର୍ଷର ଶିଶୁ ।  ସେଇ ଏନଏଚ୍‌ ୧୬ ଦଧିମାଛ ଗାଡ଼ିଆ ଛକ ନିକଟରେ ସକାଳୁ ଘଟିଛି ଆଉ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଣପୁରରୁ ସ୍କୁଟିରେ ଭୁବନେଶ୍ୱର ଯାଉଥିବା ବେଳେ, ଅଜଣାଗାଡ଼ି ଧକ୍କାରେ ପ୍ରାଣ ହରାଇଛନ୍ତି ୨ ଯୁବକ ।ଭୁବନେଶ୍ୱରର ଜାଗମରା ଛକରେ ସିରିଜ ଦୁର୍ଘଟଣା ଘଟାଇଛି ଦ୍ରୁତଗାମୀ କାର୍ ।ନିଶାସକ୍ତ କାର୍ ଚାଳକ ଗୋଟିକ ପରେ ଗୋଟିଏ ଗାଡ଼ିକୁ ପଛରୁ ପିଟିବା ଫଳରେ ୪ରୁ ଅଧିକ ଆହତ ହୋଇଛନ୍ତି । ସେପଟେ ବୌଦ୍ଧ ମନମୁଣ୍ଡା ଥାନା ବାସୁଦେବପାଲିରେ ଭାରସାମ୍ୟ ହରାଇ ଗୋଟିଏ ଘର ଭିତରେ ପଶିଯାଇଛି ବସ୍ । ଭୁବନେଶ୍ୱରରୁ ବଲାଙ୍ଗୀର ଯାଉଥିବା ବସ୍‌ରେ ୩୦ରୁ ଅଧିକ ଯାତ୍ରୀ ଥିଲେ ବି, ସମସ୍ତେ ନିଶ୍ଚିତ ବିପଦରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ।

ଅଧିକ ପଢ଼ନ୍ତୁ : ଦିଲ୍ଲୀ ମୁଣ୍ଡରେ ଏବେ ପ୍ରଦୂଷଣର କଳଙ୍କ : ଅନେକ ମୁଣ୍ଡ ନେଲାଣି ସିରିଜ୍ ଦୁର୍ଘଟଣା

 କେଉଁଠି କୁହୁଡ଼ି, କେଉଁଠି ଏନଏଚରେ ବାଲି । କେଉଁଠି ଦ୍ରୁତ ଗତି, କେଉଁଠି ବେପରୁଆ ଗାଡ଼ି ଚାଳନା । ପ୍ରତିଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟୁଛି ଏକାଧିକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବିଡ଼ମ୍ୱନାର ବିଷୟ, ଜାନୁଆରୀ ୧ ରୁ ୩୧ ଯାଏଁ ସଡ଼କ ସୁରକ୍ଷା ମାସ ପାଳିତ ହେଉଥିବା ବେଳେ, ଏହା ଯେମିତି ସଡ଼କ ଦୁର୍ଘଟଣାର ମାସ ପାଲଟିଛି । ତେଣୁ ପ୍ରଶ୍ନ ଉଠୁଛି, କେବଳ ସରକାରୀ ସ୍ତରରେ ସୀମିତ ଅଛି କି ସଡ଼କ ସୁରକ୍ଷା ଅଭିଯାନ? ଲୋକଙ୍କ ପାଖରେ ପହଞ୍ଚିପାରୁନି କି ସଚେତନତାର ବାର୍ତ୍ତା?  ସଡ଼କ ଦୁର୍ଘଟଣା ରୋକିବାରେ ବିଫଳତା, ପଦାରେ ପକାଇଛି ବ୍ୟବସ୍ଥାର ଦୁର୍ବଳତା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe