ମାଟ୍ରିକ ପରୀକ୍ଷା ବେଳେ ଦୁର୍ଘଟଣା : ପାଲଲହଡ଼ାରେ ଜଣେ ପରୀକ୍ଷାର୍ଥୀ ଆହତ

Advertisment

ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଦୁର୍ଘଟଣା। ପାଲଲହଡାରେ ଘଟିଛି ଅଘଟଣ ।  ମାଟ୍ରିକ ପରୀକ୍ଷା ଦେଇ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଛାତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପାଲଲହଡା ମେଡିକାଲରେ ଭର୍ତ୍ତି କରାଯାଇଛି

ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଦୁର୍ଘଟଣା। ପାଲଲହଡାରେ ଘଟିଛି ଅଘଟଣ ।  ମାଟ୍ରିକ ପରୀକ୍ଷା ଦେଇ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଛାତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପାଲଲହଡା ମେଡିକାଲରେ ଭର୍ତ୍ତି କରାଯାଇଛି

28

Photograph: (kanaknews)

କନକବ୍ୟୁରୋ : ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଦୁର୍ଘଟଣା। ପାଲଲହଡାରେ ଘଟିଛି ଅଘଟଣ ।  ମାଟ୍ରିକ ପରୀକ୍ଷା ଦେଇ ଯାଉଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଛାତ୍ରୀ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ପାଲଲହଡା ମେଡିକାଲରେ ଭର୍ତ୍ତି କରାଯାଇଛି ।  ସକାଳେ ଶିଗଡ଼ ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ମଲି ବାରିଜ ନିଜ ଗାଁ କମ୍ପଟକେଲାରୁ ସାଇକେଲ ଯୋଗେ ପାଲଲହଡା ଟାଉନ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେଇ ଆସୁଥିବା ବେଳେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଛନ୍ତି ।  ତାଙ୍କ ମୁଣ୍ଡରେ ପ୍ରବଳ ମାଡ଼ ହୋଇଛି।  ଆହତ ଯୋଗୁ ପରୀକ୍ଷାରୁ ବଞ୍ଚିତ ହୋଇଛନ୍ତି ଛାତ୍ରୀ  ।  

ଅଧିକ ପଢନ୍ତୁ...ପାକିସ୍ତାନର କୌଣସି ଚିହ୍ନ ବର୍ଣ୍ଣ ରହିବ ନାହିଁ: ଏୟାର୍ ଷ୍ଟ୍ରାଇକ୍ ନେଇ କ୍ରୋଧିତ ତାଲିବାନ ମନ୍ତ୍ରୀ

ସେହିପରି ସାଇକେଲ ସହ ବାଇକ ଧକ୍କା ଦୁଇ ଦଶମ ଶ୍ରେଣୀ ଛାତ୍ରୀ ଗୁରୁତର। ବାଲେଶ୍ବର ଜିଲ୍ଲା ସୋରରେ ଘଟିଛି ଦୁର୍ଘଟଣା। ଆହତ ହେଲେ ଅଭଣା ଗ୍ରାମର ମମତା ମାଝୀ ଓ ଜ୍ୟୋତି ମାଝୀ ।  ସକାଳେ ଦୁହେଁ ଏକ ସାଇକେଲ ବିଷ୍ଣୁପୁର ହାଇସ୍କୁଲକୁ ପରୀକ୍ଷା ଦେବାକୁ ଯାଉଥିବା ବେଳେ ଏକ ବାଇକ ତାଙ୍କୁ ଧକା ଦେଇଥିଲା ।  ଫଳରେ ଉଭୟ ଆହତ ହୋଇଥିଲେ।  ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଗୋପାଳପୁର ଡାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଜ୍ୟୋତିର ଡାହାଣ ହାତ ବୁଢା ଆଙ୍ଗୁଳି କଟି ଯିବା ଫଳରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।  ମମତାଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।


--

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe