ac tractor Photograph: (KanakNews)
କନକ ବ୍ୟୁରୋ: ଖରା, ବର୍ଷା, ଶୀତରେ ମୁଣ୍ଡ ଝାଳକୁ ତୁଣ୍ଡରେ ମାରି ଚାଷୀ କ୍ଷେତରେ ଚାଷ କରେ । ବର୍ଷର ଦାନା ପାଇଁ ଖରାକୁ ବି ଖାତିର କରେନି ଚାଷୀ । ଖରାରେ ସିଝିବା ଯେମିତି ଚାଷର ପ୍ରତିଶବ୍ଦ । ତେବେ ଚାଷୀଙ୍କ ପାଇଁ ଏବେ ଖୁସି ଖବର । ଆଉ ଖରାରେ ସିଝିବେନି କି ବର୍ଷାରେ ଭିଜିବେନି ମାଟିର ପୁଅ । ଆସିଗଲା ଏସି ଟ୍ରାକ୍ଟର ।
ଅଧିକ ପଢନ୍ତୁ :ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର; ୪ ଦିନ ହେଲା କୁମ୍ଭୀର ଭୟରେ ବିଲକୁ ଯାଉନାହାନ୍ତି ଚାଷୀ
ଏହି ଟ୍ରାକ୍ଟରରେ ବସି କ୍ଷେତରେ ଆରାମରେ ଚାଷ କରିପାରିବ ଚାଷୀ । ସେହିଭଳି ଖଣି ମାନଙ୍କରେ ବ୍ୟବହୃତ ହେଉଥିବା ଟ୍ରାକ୍ଟରରେ ବି ଆଉ ଅପରେଟ୍ କୁ ଧୂଳିଧୂଆଁ ଖାଇବାକୁ ପଡ଼ିବ ନାହିଁ । ଏହି ଏସି ଟ୍ରାକ୍ଟର ଉଭୟ ବିଲ ଓ ଖଣିରେ ପ୍ରଦାନ କରିବ ଶୀତଳତା, ଦେବ ଆରାମ । ଏହି ଏସି ଟ୍ରାକ୍ଟରର ଦାମ୍ କେତେ ଓ କିଭଳି ଚାଷ କ୍ଷେତ୍ରରେ ଚାଷୀକୁ ସାହାଯ୍ୟ କରିବ, ସେ ନେଇ ଅଧିକ ସୂଚନା ଦେଉଛନ୍ତି ଆମ ପ୍ରତିନିଧି ଦେବାଶିଷ କବି ।
ଆଳୁ ଚାଷୀଙ୍କୁ ଠକିଦେଲେ; ଲଗାଇଥିଲେ ୨୨ ବସ୍ତା, ଅମଳ ହେଲା ୩ ବସ୍ତା
ଚାଷୀଙ୍କ ପାଇଁ ଖୁସି ଖବର
ଆଉ ଖରାରେ ସିଝିବେନି କି ବର୍ଷାରେ ଭିଜିବେନି
ଏବେ ଶାନ୍ତିରେ ଚାଷ କରିବେ ମାଟିର ପୁଅ
ବଜାରକୁ ଆସିଗଲା ଏସି ଟ୍ରାକ୍ଟର
ବିଲରେ ଶୀତଳତା ପ୍ରଦାନ କରିବ ଟ୍ରାକ୍ଟର
ଏସି ଟ୍ରାକ୍ଟରରେ ଚାଷ କରିପାରିବ ଚାଷୀ
Follow Us