koraput Photograph: (kanak news)
କନକ ବ୍ୟୁରୋ : ପ୍ରକୃତରେ କାହାପାଇଁ ସରକାରଙ୍କ ମାଳମାଳ ଯୋଜନା । ଏ ପଢ଼ିଲେ ଆପଣଙ୍କୁ ଲାଗିବ ବୋଧେ କିଛି ଅଯୋଗ୍ୟଙ୍କ ପାଇଁ ବଳି ପଡ଼ୁଛନ୍ତି ପ୍ରକୃତ ହିତାଧିକାରୀ । ମିଳୁନି କୌଣସି ସରକାରୀ ସୁବିଧା । ଭାଗ୍ୟକୁ ଆଦରି ଅତିବାହିତ ହେଉଛି ନିରୀହ ଆଦିବାସୀ ଗରିବ ଲୋକଙ୍କ ଜୀବନ । ଏଭଳି ଏକ ଦୁଃଖଦ ଓ ହୃଦୟ ବିଦାରକ ଖବର ଆସିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍ ।
ମୁଁ ବି ସ୍କୁଲ୍ ଯାଇଥାନ୍ତି , ପାଠ ପଢ଼ିଥାନ୍ତି । ସାଙ୍ଗ ମାନଙ୍କ ସହ କେତେ ଯେ’ ଖେଳିଥାନ୍ତି । ମୁଁ ଦୁଷ୍ଟାମୀ କରିଥାନ୍ତି, ଅଳି କରିଥାନ୍ତି। କିନ୍ତୁ ସେ ସବୁ ଏକ ସ୍ବପ୍ନ । ଭଗବାନ ଜନ୍ମ ଦେଇଛନ୍ତି ସତ, କିନ୍ତୁ ଦିବ୍ୟାଙ୍ଗ ଭାବେ । ଯେଉଁଠି ଓଳିଏ ଖାଇବା କଷ୍ଟକର ସେଠି ବାପା ମା’ ମୋ ଚିକତ୍ସା କେମିତି କରିବେ । ଏ ଦୁଃଖ ଭରା କାହାଣୀ ହେଉଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ବଦଳିକୁଡୁମା ଗାଁର ୮ ବର୍ଷୀୟ କୌଶଲ୍ୟା ଜାନିଙ୍କର । ବିଛଣାରେ ପଡ଼ିପଡ଼ି ଦିନ କାଟୁଛନ୍ତି କୁନି ଝିଅ ।
ଅଧିକ ପଢ଼ନ୍ତୁ---ସ୍ବାଧୀନତା ସଂଗ୍ରାମୀଙ୍କୁ ଉପେକ୍ଷା ! ଫଳକରେ ସୀମିତ ସମ୍ମାନ!
ଗରିବ ବାପା ମା’ କୌଶଲ୍ୟାଙ୍କ ଏଭଳି ଅବସ୍ଥା କୁ ନେଇ ଚିନ୍ତିତ । ଚିକିତ୍ସା ପାଇଁ ଅନେକ ମେଡିକାଲ୍କୁ ନେଇ ଟଙ୍କା ବି ସାରିଲାଣି କିନ୍ତୁ କୌଣସି ସୁଫଳ ମିଳୁନି। ଏପଟେ ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁନି। ସରକାରଙ୍କ ଦ୍ଵାରା ମିଳିଥିବା ଦିବ୍ୟାଙ୍ଗ ପ୍ରମାଣପତ୍ରରେ କେବଳ ୧୦% ଦିବ୍ୟାଙ୍ଗ ଦର୍ଶାଯାଇଥିବାରୁ ଭତ୍ତା ପାଇବାରୁ ବି ବଞ୍ଚିତ ହୋଇଛନ୍ତି। ଏପଟେ କୌଶଲ୍ୟା ସମ୍ପୂର୍ଣ୍ଣ ବିକଳାଙ୍ଗ ଓ ଦେଖିବା ଶକ୍ତି ମଧ୍ୟ ସେ ହରାଇଥିବା କହିଛନ୍ତି ପରିବାର ଲୋକ । ନିରୀହ ଆଦିବାସୀ ପରିବାର ଝିଅର ସଫଳ ଚିକିତ୍ସା ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। କିଛି ସହାୟତା ମିଳିଲେ ଝିଅ ଭଲ ଜୀବନଟିଏ ପାଇପାରିବ ବୋଲି ଆଶା ରଖିଛନ୍ତି ପରିବାର ଲୋକ ।
Follow Us