Photograph: (kanak news)
କନକ ବ୍ୟୁରୋ : ନୂଆପଡ଼ା ଜିଲ୍ଲା ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ନୂଆପଡ଼ା ବିଜେପି କାର୍ଯ୍ୟାଳୟରେ ହୋଇଥିବା ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହା ଶିବିରରେ ଯୋଗଦାନ କରିଛନ୍ତି ବିଜେପି ରାଜ୍ୟ ସଭାପତି । ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ସଂଗଠନ କେମିତି ଆହୁରି ସୁଦୃଢ଼ ହେବ ସେ ବିଷୟରେ ଆଲୋଚନା ହୋଇଛି ।
ଏହି ଅଭିଯାନରେ କଳାହାଣ୍ଡି ସାଂସଦ ମାଳବିକା ସିଂଦେଓ, ପୂବର୍ତନ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା,ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ, ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ନୁଆପଡ଼ା ଏନଏସି ଅଧ୍ୟକ୍ଷ ମହମ୍ମଦ ଆଦମଙ୍କ ସମେତ କିଛି କାଉନସିଲର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପି ରାଜ୍ୟର ବିଭିନ୍ନ ଅଞ୍ଚଳର ଏପରି କାର୍ଯ୍ୟଶାଳା ଆୟୋଜିତ କରିବ ଏବଂ ହଜାର ହଜାର ଜନ ସମୁହ ଏଥିରେ ଯୋଗ ଦେବେ ବୋଲି କହିଛନ୍ତି ।
ଆହିରୁ ପଢନ୍ତୁ :କେନ୍ଦ୍ରାପଡ଼ା ସ୍କୁଲଛାତ୍ରୀକୁ ଶିକ୍ଷକମାନେ ଗଣଦୁଷ୍କର୍ମ କରିବା ଘଟଣା : ୫୦ ହଜାର ସହାୟତା , ଉଚ୍ଚସ୍ତରୀୟ ତଦନ୍ତ ଦାବି
Follow Us