କନକ ବ୍ୟୁରୋ : ଯାତାୟାତ ପାଇଁ ରାସ୍ତା। ଗାଁରେ ପହଞ୍ଚିବା ପାଇଁ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେବାକୁ ପଡ଼େ। କେବଳ ସେତିକି ନୁହେଁ, ଶିକ୍ଷା, ସ୍ୱାସ୍ଥ୍ୟ, ବିଶୁଦ୍ଧ ପାନୀୟ ଜଳ ଭଳି ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ  ପହଞ୍ଚିପାରିନାହିଁ । ସବୁ ସୁବିଧାରୁ ବଞ୍ଚିତ ହୋଇ ଉପାନ୍ତରେ ଏକ ପ୍ରକାର ଅଭିଶପ୍ତ ଜୀବନ ଜିଉଁଛନ୍ତି କୋରାପୁଟ ଜିଲ୍ଲା ବୈପାରିଗୁଡା ବ୍ଲକ କାଉକୁଣ୍ଡ ଗାଁର ଲୋକ ।

Advertisment

ଏମିତି ଗାଁରେ କେମିତି ବଞ୍ଚିଛୁ? ନଈ ମଝିରେ କଣ୍ଟକିତ ଜୀବନ । କେମିତି କହିବୁ ଆମେ ସ୍ୱାଧୀନ? ପାଣି ଘେରରେ ପାଣି ଚିନ୍ତା । ଆଉ କେତେ କଷ୍ଟ ସହିବୁ ? ଏସବୁ କଥା ଏଇମାନଙ୍କର। ପ୍ରତିଦିନ, ପ୍ରତିମୁହୂର୍ତ୍ତରେ ପରିସ୍ଥିତ ସହ ଜୁଝୁଥିବା ଗରିବ ଖଟିଖିଆଙ୍କର। ଗାଁକୁ ଘେରିରହିଛି ପାହାଡ଼ି ନଈ। ପଥର ଫାଙ୍କରେ ବହି ଯାଉଛି ପାଣି । ଆଉ ଏଇ ପାଣିରେ ଭାସି ଯାଇଛି ଏଇ ଗାଁର ବିକାଶ । ନଈ ଆରପଟେ ଅଟକି ଯାଇଛି ଜୀବନ । ପାହାଡ଼ି ରାସ୍ତା, ପାହାଡ଼ି ନଈ ପାରି ହୋଇ, ବୈପାରିଗୁଡା ବ୍ଲକ କାଉକୁଣ୍ଡ ଗାଁରେ ପହଞ୍ଚିଥିଲେ ଆମ ପ୍ରତିନିଧି। ଆଉ ଗ୍ରାଉଣ୍ଡ ଜିରୋରୁ କଏଦ କରିଥିଲେ ଗ୍ରାମିଣ ମଣିଷଙ୍କ ସଂଘର୍ଷର କାହାଣୀ। 

ଅଧିକ ପଢ଼ନ୍ତୁ :  ବୈପାରିଗୁଡା ମୂଷାପଦର ଗାଁରେ ଠିକାଦାର କାରନାମା ପଦାରେ ପକାଇଲା ଅଧାରକାର୍ଡ , ଥାନାରେ ଅଭିଯୋଗ

ବୈପାରିଗୁଡା ବ୍ଲକ ଚିପାକୁର ପଞ୍ଚାୟତ ଅନ୍ତର୍ଗତ କାଉକୁଣ୍ଡ ଗାଁର ଦୁଃଖ ପାଲଟିଛି ଧର୍ମଗାଡ଼ ପାହାଡ଼ି ନଈ । ନଦୀରେ ପୋଲ ନଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ଓ ଗମନାଗମନ ସବୁ ଅଟକିଛି ନଈ ସେପଟେ। ଗାଁରେ ନଳକୂଅ ଅଛି କିନ୍ତୁ ଶୋଷ ମେଣ୍ଟାଉଛି ନଦୀ। ଅଙ୍ଗନବାଡି କେନ୍ଦ୍ର ଗୃହ ନିର୍ମାଣ ହୋଇଛି, କିନ୍ତୁ ସରୁନି । ଅଙ୍ଗନବାଡି କର୍ମୀଙ୍କ ବାରଣ୍ଡାରେ ଚାଲିଛି ପ୍ରାକ୍ ଶିକ୍ଷା। ସେହିପରି ଉପସ୍ଥାନ କମ୍‌ ଦର୍ଶାଇ ଗାଁରେ ଥିବା ବିଦ୍ୟାଳୟକୁ ବନ୍ଦ କରି ଦିଆଯାଇଛି । ନଦୀ ପାରି କରି ଅନ୍ୟତ୍ର ପିଲାଙ୍କୁ ପଠାଉନାହାନ୍ତି ଅଭିଭାବକ । ଫଳରେ ଅଙ୍ଗନବାଡି ପରେ ଶିକ୍ଷାରୁ ବଞ୍ଚିତ କୁନିକୁନି ଶିଶୁ। 

ଅଧିକ ପଢ଼ନ୍ତୁ :  ବସୁଧା ଯୋଜନା ନାଁରେ ଜାଲିଆତି । ପାଣି ମୁନ୍ଦାଏ ପାଇଁ ଏବେ ବି ଅସୁବିଧା ଭୋଗୁଛନ୍ତି ବୈପାରିଗୁଡା ଲୋକେ

 ଧର୍ମଗାଡ଼ ନଦୀ ଉପରେ ପୋଲଟିଏ କରିବା ପାଇଁ ଗାଁ ଲୋକ ଅନେକ ଥର ଗୁହାରି କରିଛନ୍ତି। ଗାଁ ପାଇଁ ପ୍ରତିବର୍ଷ ବଜେଟ୍‌ରେ ବିପୁଳ ଅର୍ଥ ବ୍ୟୟବରାଦ ହେଉଛି। କିନ୍ତୁ ସରକାରଙ୍କ ସେହି ତାଲିକାରେ ସାମିଲ ହେବା ପାଇଁ ଏଇ ଗାଁର ପାଳି ପଡ଼ିନାହିଁ। ତେଣୁ ଆଜି ବି ସରକାରୀ ଯୋଜନା ପହଞ୍ଚି ପାରିନାହିଁ। ଗାଁ ଲୋକେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନାହାନ୍ତି ।