କନକ ବ୍ୟୁରୋ : ଜାଗର ପାଇଁ ଘରେ କେହି ନଥିବା ବେଳେ ଏହାର ସୁଯୋଗ ନେଇ ଘରେ କଳା କନା ବୁଲାଇଛନ୍ତି ଦୁର୍ବୁର୍ତ୍ତ । ସୂଚନା ଅନୁସାରେ ସୋର ଥାନା ଜଡ଼ିଦା ପଞ୍ଚାୟତ ପାଟୁଳିଦା ଗ୍ରାମର ସୁଦାମ ରାଉତଙ୍କ ଝିଅ ଆଦ୍ୟସା ରାଉତ ସାରେଗାମା ପାରେ ଗୀତ ଗାଇ ଉତ୍ତୀର୍ଣ୍ଣ ହୋଇଥିଲେ ।

Advertisment

ଅଧିକ ପଢନ୍ତୁ : ମନ୍ଦିରରେ କଳା କନା ବୁଲାଇଲେ ଚୋର : ପାଖାପାଖି ୫ ଲକ୍ଷ ଟଙ୍କାର ଠାକୁରଙ୍କ ଗହଣା ଲୁଟି ନେଲେ ଦୁର୍ବୃତ୍ତ

ପରେ ସେ ବିଭିନ୍ନ ସ୍ଥାନକୁ ଭଜନ ପରିବେଷଣ କରିବାକୁ ଯାଆନ୍ତି । ଗତକାଲି ଜାଗର ପାଇଁ ସେ ଭଜନ ପରିବେଷଣ କରିବାକୁ  ଅନନ୍ତପୁର ଯାଇଥିବା ବେଳେକେହି ନଥିବାର ସୁଯୋଗ ନେଇ ଦୁର୍ବୁର୍ତ୍ତ ମାନେ ଘର ଚାବି ଭାଙ୍ଗି ଗଡ଼ରେଜରେ ଥିବା ୯୫ ହଜାର ୬ ଶହ ନଗଦ ଟଙ୍କା ସମେତ ସୁନା ହାର, କାନ ଫୁଲ ଓ ମୁଦି ଚୋରି କରିଥିଲେ । ପରିବାର ଲୋକେ ଘରକୁ ଫେରି ଚୋରି ବାବଦରେ ଜାଣିବା ପରେ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲସ ଘଟଣା ସ୍ଥଳରେ ପହଞ୍ଚ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।