ଅନ୍ଧବିଶ୍ବାସର ଚାଦର ତଳେ ପ୍ରତିଶୋଧର କାହାଣୀ: ବିବାଦୀୟ ସ୍ଥିତି ଯୋଗୁଁ ରଚାଯାଉଛି ଡାହାଣୀ, ଗୁଣିଗାରେଡି ପରି ମିଛ ନାଟକ

Advertisment

ଚମକାଇ ଦେଲା ମୟୂରଭଞ୍ଜର ତଥ୍ୟ । ୧୬ବ୍ଲକରେ ସାମନାକୁ ଆସିଛି ୪୦ଟି ଘଟଣା । ସମ୍ପତ୍ତିକୁ ନେଇ ବିବାଦ ମୁଖ୍ୟକାରଣ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଲେ, ଲୋକଙ୍କୁ କରାଯାଉଛି ସଚେତନ ।

ଚମକାଇ ଦେଲା ମୟୂରଭଞ୍ଜର ତଥ୍ୟ । ୧୬ବ୍ଲକରେ ସାମନାକୁ ଆସିଛି ୪୦ଟି ଘଟଣା । ସମ୍ପତ୍ତିକୁ ନେଇ ବିବାଦ ମୁଖ୍ୟକାରଣ । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଲେ, ଲୋକଙ୍କୁ କରାଯାଉଛି ସଚେତନ ।

black magic

black magic Photograph: (KanakNews)

କନକ ବ୍ୟୁରୋ: ଅନ୍ଧବିଶ୍ୱାସର ଚାଦର ତଳେ ପ୍ରତିଶୋଧର କାହାଣୀ । ବିବାଦୀୟ ସ୍ଥିତିରେ ପ୍ରତିଶୋଧ ନେବାକୁ ରଚାଯାଇଛି ଡାହାଣୀ ଓ ଗୁଣିଗାରେଡ଼ି ଭଳି ମିଛ କାହାଣୀ । ହତ୍ୟା, ହଡପ, ନିର୍ଯାତନା ପଛରେ ମୁଖ୍ୟ କାରଣ ବି ପାଲଟିଛି ।  ମୟୁରଭଂଜ ଜିଲ୍ଲାରେ ଗତ କିଛି ବର୍ଷ ମଧ୍ୟରେ ସାମ୍ନାକୁ ଆସିଥିବା କିଛି ଗୁଣିଗାରେଡି ଘଟଣା ପୋଲିସ ନଜରକୁ ଆସିବା ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି   
 
ଅସ୍ତ୍ର ଭାବେ ବ୍ୟବହାର ହେଉଛି ଗୁଣିଗାରେଡି ଭଳି ଅନ୍ଧ ବିଶ୍ବାସ । ତଦନ୍ତ ପରେ ଫିଟିଛି ବଡବଡ ରହସ୍ୟ । ଘଟଣା ଘଟିବା କ୍ଷଣି ପୋଲିସ ଆଗରେ ରଖାଯାଇଛି ଗୁଣିଗାରେଡିର ମିଛ କାହାଣୀ । ମୟୂରଭଞ୍ଜ ଜିଲ୍ଲା ର ୧୬ଟି ବ୍ଲକରେ ୪୦ଟି ଗୁଣିଗାରେଡି ଘଟଣାର ରେକର୍ଡ ଦେଖିଲେ ଆଶ୍ଚର୍ଯ୍ୟ ଲାଗିବ।  ଜମିଜମା ହାତେଇବାକୁ ନେଇ ୧୦ଟି ମାମଲାକୁ ଗୁଣିଗାରେଡ଼ି ତଥା ଡାହାଣୀ ରୂପ ଦିଆଯାଇଛି । ଆଉ କିଛି ମାମଲାରେ ଗୁଣିଗାରେଡ଼ି ଅଭିଯୋଗ ଅଣାଯାଇ ସମ୍ପତ୍ତି ହାତେଇବାକୁ ଚେଷ୍ଟା କରାଯାଇଛି । ୯ ଟି ଘଟଣାରେ ବ୍ୟବସାୟଜନିତ ବିବାଦକୁ ଗୁଣିଗାରେଡ଼ିର ରୂପ ଦିଆଯାଇଛି ।

ଅଧିକ ପଢନ୍ତୁ:  ଗୁଣିଗାରେଡ଼ି ସନ୍ଦେହରେ ହତ୍ୟା : ମଶାଣିରେ ଶବକୁ ପୋଡ଼ି ଦେଲେ ଅଭିଯୁକ୍ତ

୧୦ଟି ମାମଲାରେ ସମାଜର ଦୁର୍ବଳ ବର୍ଗକୁ ନିର୍ଯାତନା ଦିଆଯାଇଛି । ଗୁଣିଗାରେଡିର ରୂପ ଦେଇ ଭଲଭଲ ପରିବାରକୁ ଛାରଖାର କରିଦିଆଯାଇଛି । ସମ୍ପର୍କ ଭାଙ୍ଗିଛି, ଅକଥନୀୟ ନିର୍ଯାତନା ଦିଆଯାଇଛି । ମୟୁରଭଞ୍ଜରେ ଘଟୁଥିବା ଏଭଳି ଘଟଣା ପ୍ରଶାସନର ଚିନ୍ତାର କାରଣ ପାଲଟିଛି । ପ୍ରତିକାର ଦୃଷ୍ଟିରୁ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯାଉଛି । ଲୋକଙ୍କୁ ସତର୍କ କରାଇବାକୁ ସଚେତନା କାର୍ଯ୍ୟକ୍ରମ କରାଯାଉଛି। ଆର୍ଥିକ ଅନଗ୍ରସର ଓ ଅଶିକ୍ଷିତ ବର୍ଗଙ୍କ କ୍ଷେତ୍ରରେ ଗୁଣିଗାରେଡି ଡାହାଣୀ ଭଳି ପ୍ରଥା ଅଧିକ ମାତ୍ରାରେ ଦେଖାଯାଉଛି ବୋଲି କହିଛନ୍ତି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ । ଏସବୁକୁ ବନ୍ଦ କରିବାକୁ ସଚେତନତା ହିଁ ଏକମାତ୍ର ରାସ୍ତା ପାଲଟିଛି । ଗୁଣିଗାରେଡିର ମୁଖା ପଛରେ କେବଳ ଭୟଙ୍କର ଅପରାଧ ଘଟୁଛି ତାହା ନୁହେଁ, ଦୁର୍ବଳ ଶ୍ରେଣୀ ଓ ମହିଳାଙ୍କ ଉପରେ ସଂଗଠିତ ଅପରାଧର ବାଟକୁ ପ୍ରଶସ୍ତ କରିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe