କନକ ବ୍ୟୁରୋ : ନୂଆପଡ଼ା ନାମାଙ୍କନର ଶେଷ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ । ରବିବାର ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିବା ସ୍ନେହାଙ୍ଗିନୀ ସୋମବାର ନାମାଙ୍କନପତ୍ର ଦାଖଲ କରି ନୂଆପଡ଼ା ରଣଭୂମିକୁ ବିଧିବଦ୍ଧ ଭାବେ ଓହ୍ଲାଇଛନ୍ତି । ଅସନ୍ତୋଷ, କନ୍ଦଳ, ମତାନ୍ତର ଭୁଲି ନୂଆପଡା ବାଜି ଜିତିବାକୁ ଏକାଠି ହୋଇଛନ୍ତି ବିଜେଡିର ହେଭିୱେଟ । ଦଳର ମୁଖିଆ ନବୀନ ପଟ୍ଟନାୟକ ପ୍ରଚାର ମୈଦାନକୁ ଓହ୍ଲାଇବାକୁ ଘୋଷଣା କରିବା, ନୂଆପଡା ଲଢେଇକୁ ଆହୁରି ରୋଚକ କରିଛି । ଯାହା କର୍ମୀଙ୍କ ମନରେ ଜୋଶ ଭରିଛି, ସ୍ନେହାଙ୍ଗିନୀଙ୍କୁ ସାହସ ଦେଇଛି । ଏହାସହ ବିଜେଡି ପାଇଁ ନୂଆପଡ଼ା ଏବେ ପାଲଟିଛି ସମ୍ମାନ ଓ ପତିଆରାର ଲଢେଇ । କାରଣ ବାଜିରେ ଲାଗିଛି ନବୀନଙ୍କ ଭାବମୂର୍ତ୍ତି । ତେଣୁ ଫଳାଫଳ ସପକ୍ଷରେ ନଗଲେ ନବୀନଙ୍କର କ୍ରେଜ ଫିକା ପଡ଼ୁଥିବାର ବାର୍ତ୍ତା ଯିବ । 

Advertisment

ନୂଆପଡ଼ା ବାଜି ଜିତିବାକୁ ସ୍ୱତନ୍ତ୍ର ରଣନୀତି କରି ପ୍ରଚାର କରୁଛନ୍ତି ୩ ପ୍ରମୁଖ ଦଳ, କର୍ମୀଙ୍କୁ ଏକଜୁଟ କରୁଛି ବିଜେପି, ଗାଁ ଗାଁ ବୁଲୁଛନ୍ତି କଂଗ୍ରେସ ପ୍ରାର୍ଥୀ, ରାତି ପାହିଲେ ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନ

୨୫ ପରେ ବଳ କଷାକଷି
ପ୍ରଚାର ମଇଦାନକୁ ଓହ୍ଲାଇବେ ହେଭିୱେଟ୍ 
ରାତ୍ରିରହଣି ସହ ନୂଆପଡ଼ାରେ ୨ ଦିନ ଧରି ସ୍ନେହାଙ୍ଗିନୀଙ୍କ ପାଇଁ ପ୍ରଚାର କରିପାରନ୍ତି ନବୀନ । ଅନ୍ୟପଟେ ବିଜେପି ମଧ୍ୟ ବଡ ଚେହେରାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବ । ଏକାଧିକ କେନ୍ଦ୍ରମନ୍ତ୍ରୀଙ୍କ ସହ ଛତିଶଗଡ ମୁଖ୍ୟମନ୍ତ୍ରୀ ଜୟ ଢୋଲକିଆଙ୍କ ପାଇଁ ଭୋଟ୍‌ ମାଗିବେ । ଏହାସହ ନୂଆପଡା ଉପନିର୍ବାଚନ ବିଜେପି ପାଇଁ ଏସିଡ୍ ଟେଷ୍ଟ ଠାରୁ କମ୍‌ ନୁହେଁ । କାରଣ ୧୬ ମାସ ସରକାରର ଲୋକପ୍ରିୟତାର ପ୍ରମାଣ ନୂଆପଡ଼ା ଫଳାଫଳ ଉପରେ ନିର୍ଭର କରୁଛି । ସେହିଭଳି କଂଗ୍ରେସ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ଓ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇ ଭୋଟ୍ ନେବା ଲକ୍ଷ୍ୟରେ ରହିଛି । ତେବେ ନୂଆପଡା ନିର୍ବାଚନ କଂଗ୍ରେସ ମଙ୍ଗୁଆଳ ଭକ୍ତଙ୍କ ସାଙ୍ଗଠନିକ ଦକ୍ଷତାର ବଡ ପରୀକ୍ଷା ହେବ । ୩ ଦଳର ସମ୍ମାନ, ପତିଆରା, ଲୋକପ୍ରିୟତା ଓ ସାଙ୍ଗଠନିକ ଦକ୍ଷତା ମାପିବ ନୂଆପଡା ନିର୍ବାଚନ । ତେବେ ନୂଆପଡ଼ାବାସୀଙ୍କ ବିଶ୍ବାସ କିଏ ଜିଣିବ ତାହା ଏବେ ସବୁଠୁ ବଡ଼ ପ୍ରଶ୍ନ ।