କନକ ବ୍ୟୁରୋ: ପୁଣି ଥରେ ଡରାଇଛି ବଂଗୋପସାଗରରେ ଦାନା ବାନ୍ଧୁଥିବା ସାମୁଦ୍ରିକ ଝଡ । ସମୁଦ୍ର ଭିତରେ ବଳ ଗୋଟାଇ ଆଗକୁ ବଢ଼ୁଥିବା ଅବପାତର ଗତି ପଥକୁ ନେଇ ଆଇଏମଡିର ଆକଳନ ମନରେ ଛନକା ସୃଷ୍ଟି କରିଛି । ଓଡ଼ିଶାରେ ଯଦିଓ ସିଧାସଳଖ ମାଡ ହେବନି ବୋଲି ଆଇଏମଡି ଆକଳନ କରିଛି, ତଥାପି ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବ ଏକଥା ପ୍ରାୟତଃ ସ୍ପଷ୍ଟ ହୋଇଛି ।
ବଢ଼ିଲା ବାତ୍ୟା ଭୟ ! ପଛକୁ ପଛ ଆସୁଛି ୨ ଲଘୁଚାପ , ବାତ୍ୟା ଦଟାର୍ଗେଟରେ ଦକ୍ଷିଣ ଓଡ଼ିଶା !ଦକ୍ଷିଣପୂର୍ବ ବଂଗୋପସାଗରେ ସକ୍ରିୟ ଥିବା ଅବପାତ ବଳ ଗୋଟାଇ ଯେତିକି ଆଗକୁ ବଢ଼ୁଛି ସେତିକି ଭୟ ବଢ଼ୁଛି। ଆଇଏମିଡିର ଆକଳନକୁ ଦେଖି ମନରେ ଛନକା ପଶୁଛି । ଆଇଏମଡି ପକ୍ଷରୁ ଜାରି କରାଯାଇଥିବା ସମ୍ଭାବ୍ୟ ବାତ୍ୟାର ଗତିପଥ ଉପରେ ନଜର ପକାନ୍ତୁ। ଏମିତି ସମୁଦ୍ର ଭିତରେ ଗତି କରୁଛି ଅବପାତ । ୨୪ଘଣ୍ଟା ଭିତରେ ପଶ୍ଚିମ- ଉତ୍ତର- ପଶ୍ଚିମ ଦିଗରେ ଗତି କରି ଗଭୀର ଅବପାତରେ ପରିଣତ ହେବ। ୨୭ ତାରିଖ ସକାଳ ବେଳକୁ ବାତ୍ୟାର ରୂପ ନେବ। ଭୀଷଣ ବାତ୍ୟା ଅବସ୍ଥାରେ ୨୮ତାରିଖ ସନ୍ଧ୍ୟାରୁ ରାତି ଭିତରେ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବ। ମଛଲିପଟ୍ଟନମ୍ ଓ କଳିଙ୍ଗପଟ୍ଟନମ୍ ମଧ୍ୟରେ କାକିନଡ୍ଡା ନିକଟରେ ସ୍ଥଳଭାଗ ଅତିକ୍ରମ କରିବ । ଏହି ସମୟରେ ପବନର ବେଗ ୯୦ରୁ ୧୦୦ କିମି ରହିବ। ଝଟକା ପବନର ବେଗ ସର୍ବାଧିକ ୧୧୦ କିମି ହୋଇପାରେ ।
କିଏ ଦେଲା ବାତ୍ୟାର ନାଁ ‘ମନ୍ଥା’? କେମିତି କରାଯାଏ ସାଇକ୍ଲୋନର ନାମକରଣ?
ସମ୍ଭାବ୍ୟ ବାତ୍ୟା ଆନ୍ଧ୍ରପ୍ରଦେଶ ଉପକୂଳ ଦେଇ ଅତିକ୍ରମ କରିବ ବୋଲି ଆଇଏମଡି ଆକଳନ କରିଥିଲେ ବି ଭୟ ଯାଇନି । ବାତ୍ୟାର କ୍ଷେତ୍ର ଓଡ଼ିଶାର କିଛି ଅଂଚଳ ପର୍ଯ୍ୟନ୍ତ ବ୍ୟାପିଥିବା ସ୍ପଷ୍ଟ ହେଉଛି । ସେହିପରି ଅନ୍ୟ ପାଣିପାଗ ସଂସ୍ଥାର ଆକଳନ ବି ଭୟ ବଢ଼ାଇଛି । ଜିଏଫଏକ୍ସର ପୂର୍ବାନୁମାନ ଅନୁସାରେ ୨୮ରୁ ୨୯ ମଧ୍ୟରେ ଆନ୍ଧ୍ରପ୍ରଦେଶର ବିଶାଖପାଟନମ ନିକଟରେ ସ୍ଥଳଭାଗ ଛୁଇଁଲେ ବି ଦକ୍ଷିଣ ଓଡ଼ିଶା ପର୍ଯ୍ୟନ୍ତ ଏହାର କ୍ଷେତ୍ର ଲମ୍ବିବ । ଆସନ୍ତାକାଲି ବାତ୍ୟାର ଗତିପଥ ନେଇ ଆହୁରି ଚିତ୍ର ସ୍ପଷ୍ଟ ହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/25/cyclone-in-odisha-2025-10-25-19-46-50.jpg)