କନକ ବ୍ୟୁରୋ: ବଙ୍ଗୋପସାଗରରେ ଆସୁଛି ବାତ୍ୟା । ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ଆସନ୍ତା ୨୭ ତାରିଖ ସକାଳୁ ବାତ୍ୟାର ରୂପ ନେବ । ଏବଂ ଉତ୍ତର ଭାରତ ମହାସାଗରର ନାମକରଣ ପ୍ରଣାଳୀ ଅନୁସାରେ ଥାଇଲ୍ୟାଣ୍ଡ ଏହାର ନାମ ଦେଇଛି ‘ମନ୍ଥା ’ । ଆପଣ ଜାଣିଛନ୍ତି କି ଏଭଳି ନାମକରଣ କାହିଁକି କରାଯାଏ ଏବଂ କିଏ କରେ ? ବାତ୍ୟାର ନାଁ ଜାଣିବା ପରେ ପାଣିପାଗ ବିଭାଗ, ବୈଜ୍ଞାନିକ ଏବଂ ସାଧାରଣ ଲୋକଙ୍କୁ ଜାଣିବାକୁ ସହଜ ହୋଇଥାଏ । ଅର୍ଥାତ ଯେଉଁ ଅଞ୍ଚଳରୁ ବାତ୍ୟାର ସୃଷ୍ଟି ହୋଇଥାଏ ସେହି ଦେଶ କିମ୍ବା ଅଞ୍ଚଳ ସହିତ ନାମକରଣର ଏକ ସମ୍ବନ୍ଧ ଥାଏ । ଠିକ୍ ଯେମିତି ବଙ୍ଗୋପସାଗରରେ ଘନୀଭୂତ ଏହି ସାମୁଦ୍ରିକ ଝଡର ନାମ ଥାଇଲ୍ୟାଣ୍ଡରୁ ଆସିଛି । ଥାଇ ଭାଷାରେ ‘ମନ୍ଥା’ ଶବ୍ଦର ଅର୍ଥ ହେଉଛି ସୁଗନ୍ଧିତ ଫୁଲ ବା ସୁନ୍ଦର ଫୁଲ ।
ଅଧିକ ପଢ଼ନ୍ତୁ--- ସୋମବାର ସକାଳୁ ସକାଳୁ ବାତ୍ୟା ! ମନେ ପଡ଼ିଲାଗଲା ୯୯ ମହାବାତ୍ୟା କଥା, ଏଇ ଅକ୍ଟୋବରରେ ଓଡ଼ିଶାରେ ରଚିଥିଲା ପ୍ରଳୟ...
ବଡ଼କଥା ହେଲା ବାତ୍ୟାର ଏଭଳି ନାମକରଣ କେବେ ଠାରୁ ଆରମ୍ଭ କରାଗଲା ? ଏକ ରିପୋର୍ଟ ମୁତାବକ, ୧୯୫୩ ମସିହାରେ ଆଣ୍ଟଲାଟିକା ମହାସାଗରରେ ଆସିଥିବା ଏକ ସାମୁଦ୍ରିକ ଝଡ଼ର ପ୍ରଥମ ନାମକରଣ କରାଯାଇଥିଲା । ଏହାପରେ ଭାରତ, ବାଂଲାଦେଶ, ଶ୍ରୀଲଙ୍କା ଭଳି ଉପକୂଳବର୍ତ୍ତୀ ଦେଶ ଗୁଡିକୁ ଅନେକ ବାତ୍ୟା ଏବଂ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡିଛି । ହେଲେ ଅନେକ ଝଡ଼ର ନାମକରଣ କରାଯାଇ ନାହିଁ । ତାହାର ମଧ୍ୟ ଅନେକ କାରଣ ରହିଛି । କିନ୍ତୁ ଭାରତ ମହାସାଗର କ୍ଷେତ୍ରରେ ଥିବା ଆଠଟି ଦେଶ ୨୦୦୪ ମସିହାରେ ଏହି ନାମକରଣ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏହି ଆଠଟି ଦେଶ ଥିଲେ, ଭାରତ, ବାଂଲାଦେଶ, ମାଳଦ୍ୱୀପ, ଓମାନ, ପାକିସ୍ତାନ, ମିଆଁମାର, ଥାଇଲାଣ୍ଡ, ଏବଂ ଶ୍ରୀଲଙ୍କା । ପରବର୍ତ୍ତୀ ସମୟରେ ଅର୍ଥାତ ୨୦୧୮ ମସିହାରେ ଇରାନ, କତାର, ସାଉଦି ଆରବ, ୟମାନ ଏବଂ ୟୁଏଇ ଭଳି ଦେଶ ସାମିଲ ହୋଇଥିଲେ । ବର୍ତ୍ତମାନ ସୃଷ୍ଟି ହେଉଥିବା କୈଣସି ସାମୁଦ୍ରିକ ଝଡକୁ ନେଇ ଏହି ୧୩ ଦେଶ ହିଁ ନାମକରଣ ପାଇଁ ବିଚାର ବିମର୍ଶ କରୁଛନ୍ତି । ଏବଂ ଝଡ଼ ସୃଷ୍ଟି ହୋଇଥିବା ସ୍ଥାନର ଅବସ୍ଥିତି ଏବଂ ଅଞ୍ଚଳକୁ ପରିଲିଖିତ କରି ନାଁ ଧାର୍ଯ୍ୟ କରାଯାଉଛି ।
ବଡ଼ କଥା ହେଉଛି କୌଣସି ସାମୁଦ୍ରିକ ଝଡ଼ର ନାମକରଣ କମିଟି ବା ସଂଗଠନ କରେନାହିଁ । ବରଂ ଏହା ପାଇଁ ଏକ ବ୍ୟବସ୍ଥା ରହିଛି । ଏଥିପାଇଁ ଆଲ୍ଫା ବେଟ ସିଷ୍ଟମ ମଧ୍ୟ ରହିଛି । ଯଦି ଭାରତ ମହାସାଗରରେ କୌଣସି ଝଡ ସୃଷ୍ଟି ହୁଏ, ତେବେ ଆଲ୍ଫାବେଟ ଅନୁଯାୟୀ ଯେଉଁ ଦେଶର ନାମ ପ୍ରଥମେ ଆସିବ ସେହି ଦେଶ ନାମକରଣ ଦିଏ । ଯେମିତିକି ପ୍ରଥମେ ବାଲାଂଦେଶ, ଭାରତ ପରେ କ୍ରମ ଅନୁଯାୟୀ ଅନ୍ୟଦେଶ ଗୁଡିକ ଦେଇଥାନ୍ତି । କିନ୍ତୁ ପ୍ରତିଟି ଥର ଭିନ୍ନ ଭିନ୍ନ ଦେଶ ବାତ୍ୟାର ନାମ ଦେଇଥାନ୍ତି । ଅକ୍ଟୋବର ପ୍ରଥମ ସପ୍ତାହରେ ବାତ୍ୟା ‘ଶକ୍ତି’ ନାଁ ଯେମିତି ଶ୍ରୀଲଙ୍କା ଦେଇଥିଲା । ଆଗକୁ ଆସୁଥିବା ସମ୍ଭାବ୍ୟ ବାତ୍ୟା ‘ମନ୍ଥା’ର ନାଁ ଥାଇଲ୍ୟାଣ୍ଡ ଦେଇଛି ।
ସେପଟେ ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ରାଜ୍ୟରେ ବଡ଼ ବର୍ଷାର ପୂର୍ବାନୁମାନ ମଧ୍ୟ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ୨୭, ୨୮ ଓ ୨୯ ତାରିଖରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଖାସ୍ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରେ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ତେବେ ୨୮ ତାରିଖ ବେଳକୁ ବର୍ଷାର ପରିମାଣ ବୃଦ୍ଧି ପାଇବ । ସେହିପରି ୨୯ ତାରିଖରେ ଅନେକ ଜିଲ୍ଲାକୁ ଅରେଞ୍ଜ ଓ ୟେଲୋ ଓ୍ବାର୍ଣ୍ଣିଂ ଜାରି ହୋଇଛି । ୨୯ ତାରିଖରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024-08-22t112507373z-whatsapp-image-2024-08-22-at-45429-pm.jpeg)
/kanak/media/media_files/2025/10/24/cyclone-2025-10-24-19-38-28.jpg)