କନକ ବ୍ୟୁରୋ: ରାସ୍ତାରେ ବିକ୍ରି ହେଉଛି ଭଳିକି ଭଳି ପରିବାର । ହେଲେ ଆପଣ ଜାଣିଛନ୍ତି ପରିବା ବିକୁଥିବା ବ୍ୟକ୍ତି ଜଣକ ଜଣେ ଯୁବ ଇଞ୍ଜିନିୟର ।  ଭଲ ରୋଜଗାର କରିବେ ଆଉ ବଡ଼ ଚାକିରିଟିଏ କରିବାର ଆଶା ନେଇ ଇଞ୍ଜିନିୟରିଂ ପଢ଼ିଲେ , ସେ ପୁଣି ବି.ଟେକ୍‌ ପାଠ ।  ହେଲେ ମିଳିଲାନି ମନପସନ୍ଦର ଚାକିରି ।  ତେଣୁ ବାଛିନେଲେ ପରିବା ବେପାର । 
ମାଲକାନଗିରି ଜିଲ୍ଲାରୁ ଆସିଛି ବେକାରି ସମସ୍ୟାର ବିକଳ ଚିତ୍ର ।

Advertisment

ଚାକିରି ନ ପାଇ ଉଚ୍ଚ ଶିକ୍ଷିତ ଛାତ୍ର ବିକ୍ରମ ଦେବ ହାଲଦାର ଏବେ ରାସ୍ତା କଡ଼ରେ ବସି ବିକ୍ରି କରୁଛନ୍ତି ପରିବା । ମାଲକାନଗିରି ସହରର ଛାତି ଉପରେ ଜଣେ ଉଚ୍ଚ ଶିକ୍ଷିତ ଛାତ୍ରଙ୍କ ଏପରି ପରିବା ବ୍ୟବସାୟକୁ ନେଇ ଏବେ ସହରରେ ଚର୍ଚ୍ଚା । 

ଅଧିକ ପଢନ୍ତୁ... ଚୀନକୁ ନେଇ ଭାରତର ବଢ଼ିଲା ଚିନ୍ତା, ଅରୁଣାଚଳ ପ୍ରଦେଶ ଭାରତର ନୁହେଁ ବୋଲି କହି ଗ୍ରହଣ କଲାନି ପାସପୋର୍ଟ

ବାଲିମେଳା ଛକ କଡ଼ରେ ପରିବା ବିକୁଥିବା ବିକ୍ରମ ୭ ବର୍ଷ ପୂର୍ବେ ବିଟେକ୍ ମେକାନିକାଲ ଡିଗ୍ରି ହାସଲ କରିଛନ୍ତି ।  ଇଞ୍ଜିନିୟରିଂ ପାଠ ସାରିବା ପରେ ଚାକିରି ପାଇଁ ନାନା ସଂଘର୍ଷ କରି ବିଫଳ ହୋଇଥିଲେ । ତେବେ ଜଣେ ଉଚ୍ଚ ଶିକ୍ଷିତ ଯୁବକ ଏମିତି ପରିବା ବିକିବା ଲାଗି ନିଷ୍ପତ୍ତି ନେବା ନେଇ ସ୍ଥାନୀୟ ଲୋକମାନେ ମଧ୍ୟ ତାଙ୍କ ମନୋବଳ ବଢ଼ାଇଛନ୍ତି  । 

ବଡ଼କଥା ହେଉଛି ପୂର୍ବରୁ ମାଲକାନଗିରିରେ ବି.ଟେକ୍ ଛାତ୍ର ବିରିଆନି ବିକ୍ରି କରିଥିଲେ । ଏପରିକି ବିଭିନ୍ନ ସ୍ଥାନରେ ବି.ଟେକ୍ ପଢ଼ୁଆ ପିଲା ଚା’ ବି ବିକ୍ରି କରୁଥିବାର ଚିତ୍ର ଆସିଛି । ଆଉ ଏସବୁ ପଛରେ ବେକାରି ଏକ ବଡ଼ କାରଣ ବୋଲି କୁହାଯାଉଛି ।