ଦିନ ଦୁଇ ପ୍ରହରରେ ପୁଲିସ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି କଲେ ସାମ୍ୱାଦିକ

Advertisment

ଦୁଇ ଦୁର୍ବୃତଙ୍କ ମରଣାତ୍ମକ ଆକ୍ରମଣରେ ଗୁରୁତର ପୁଲିସ କର୍ମଚାରୀ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସାଇ ମନ୍ଦିର ନିକଟରେ, ପୁଲିସକନେଷ୍ଟବଳକୁ ଦୁଇ ଜଣ ମଦ୍ୟପ ଦୃର୍ବୃତ୍ତ ତଳେ ପକେଇ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲେ ।

ଦୁଇ ଦୁର୍ବୃତଙ୍କ ମରଣାତ୍ମକ ଆକ୍ରମଣରେ ଗୁରୁତର ପୁଲିସ କର୍ମଚାରୀ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସାଇ ମନ୍ଦିର ନିକଟରେ, ପୁଲିସକନେଷ୍ଟବଳକୁ ଦୁଇ ଜଣ ମଦ୍ୟପ ଦୃର୍ବୃତ୍ତ ତଳେ ପକେଇ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲେ ।

01

Photograph: (kanak news)

କନକ ବ୍ୟୁରୋ: ଦିନ ଦୁଇ ପ୍ରହରରେ ଜଣେ ପୁଲିସ କର୍ମଚାରୀଙ୍କୁ ଜନଗହଳିପୂର୍ଣ୍ଣ ସ୍ଥାନରେ ଆକ୍ରମଣ । ଦୁଇ ଦୁର୍ବୃତ୍ତଙ୍କ ମରଣାନ୍ତକ ଆକ୍ରମଣରେ ଗୁରୁତର ହେଲେ ପୁଲିସ କର୍ମଚାରୀ । କନ୍ଧମାଳ ଜିଲ୍ଲା ଫୁଲବାଣୀ ସାଇ ମନ୍ଦିର ନିକଟରେ, ପୁଲିସ କନେଷ୍ଟବଳଙ୍କୁ ଦୁଇ ଜଣ ମଦ୍ୟପ ଦୁର୍ବୃତ୍ତ ତଳେ ପକାଇ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ, ସାମ୍ବାଦିକମାନେ ତାଙ୍କୁ ଦୁର୍ବୃତ୍ତଙ୍କ କବଳରୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ।

ସୂଚନା ଅନୁସାରେ, ଫୁଲବାଣୀ ସ୍ଥିତ ସାଲୁଙ୍କି ସାହିର ସନ୍ତୋଷ ପ୍ରଧାନ ଓ ଅଞ୍ଜନ ସ୍ବାଇଁ ସାଦା ପୋଷାକରେ ଥିବା ପୁଲିସ କନେଷ୍ଟବଳ ମନୋରଞ୍ଜନ ସାବତଙ୍କ ସହ ପାଟିତୁଣ୍ଡ କରିଥିଲେ । ସନ୍ତୋଷ ଓ ଅଞ୍ଜନ ନିଶାଶକ୍ତ ଅବସ୍ଥାରେ ମନୋରଞ୍ଜନଙ୍କୁ ତଳେ ପକାଇ ମୁହଁ, ବେକ, ଛାତିକୁ ଗୋଇଠା ଉପରେ ଗୋଇଠା ମାରିବା ସହ  ଛୁରି ଓ ଓଜନ କରାଯାଉଥିବା ବଟକରା ଦ୍ଵାରା ଆକ୍ରମଣ କରିଥିଲେ । ଉପସ୍ଥିତ ଲୋକମାନେ ଏ ଦୃଶ୍ୟ ଦେଖୁଥିବା ବେଳେ, ଭୟରେ କେହି ସାମ୍ନାକୁ ଆସିନଥିଲେ । 

ଆହୁରି ପଢ଼ନ୍ତୁ:କନ୍ଧମାଳରେ ବଡ଼ ଅପରେସନ: ୩୦ କୋଟିର ଗଞ୍ଜେଇ ଜବତ, ୭୪ ଗିରଫ

ପରେ କିଛି ଦୂରରେ ଚାହା ପିଉଥିବା ସାମ୍ବାଦିକମାନେ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉପସ୍ଥିତ ଲୋକଙ୍କ ସହଯୋଗରେ ଦୁଇ ଯୁବକଙ୍କୁ ଧରି ପୁଲିସର ଜିମା ଦେବା ସହ ପୁଲିସ୍‌ କର୍ମଚାରୀଙ୍କୁ ନିଜ ଗାଡ଼ିରେ ନେଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଫୁଲବାଣୀ ଟାଉନ ଥାନା ପୁଲିସ ଦୁଇ ଆକ୍ରମଣକାରୀଙ୍କୁ  ଗିରଫ  କରିବା ସହ ଏକ ମାମଲା ରୁଜୁ କରିଛି । ଫୁଲବାଣୀ ସହରରେ ଦିନବେଳା ଯଦି ପୁଲିସ କର୍ମଚାରୀ ଉପରକୁ ଆକ୍ରମଣ ହେଉଛି , ତେବେ ସ୍ଥାନୀୟ ଲୋକେ କେତେ ସୁରକ୍ଷିତ ବୋଲି ପ୍ରଶ୍ନ ଉଠିଛି ।  ଫୁଲବାଣୀ ସହରରେ ମଦ୍ୟପ, ଅପରାଧୀଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe