ଛୁଆ ମରିଯାଇଛି ହେଲେ ମାଆ ମନ ମାନୁନି, କିଏ ଟିକେ ଆସନ୍ତା  ପିଲାଟାକୁ ତା’ର ଦେଖନ୍ତା

ମଲା ଛୁଆ କୁ ଛାଡି ଯାଉନାହିଁ ମା ହାତୀ ।  ଛୁଆ ମରିଯାଇଛି ହେଲେ ମାଆ ମନ ମାନୁନି

Elephant

Elephant Photograph: (KanaKNews)

କନକ ବ୍ୟୁରୋ:  ଛୁଆ ମରିଯାଇଛି ହେଲେ ମାଆ ମନ ମାନୁନି । କାଳେ କେଉଁଠି ଜୀବନ ଟିକେ ଅଟକିଯାଇଛି କି? କାଳେ ନିସ୍ତେଜ ଦେହଟାରେ ପବନ ଟିକେ ବଞ୍ଚିଛି କି? କିଏ ଟିକେ ଆସନ୍ତା, ପିଲାଟାକୁ ତା’ର ଦେଖନ୍ତା । ତା ଆଶା ଟିକକ ପୁଣି ଜୀଇଁଉଠନ୍ତା । ବୋଧେ ଏମିତି ଭାବି ଭାବି ପାଗେଳିଙ୍କ ଭଳି ଏପଟ ସେପଟ ହେଉଛି ମାଆ ହାତୀ । କେମିତି ବା ବୁଝନ୍ତା। ଏ ମା’ର ଯନ୍ତ୍ରଣା ସବୁ ମାଙ୍କ ଠାରୁ ବହୁତ ବେଶୀ ।

ଖାଇବାକୁ ମିଳୁନି ଖାଦ୍ୟ ; ରାସ୍ତାରେ ଗାଡ଼ି ଅଟାକାଇ ଖାଦ୍ୟ ମାଗୁଛି ଭୋକିଲା ହାତୀ

 ୯ ମାସ କି ବର୍ଷେ ନୁହେଁ ପୂରା ୨୨ ମାସ ଗର୍ଭରେ ଧରି ଜନ୍ମ ଦେଇଥିଲା। ସବୁ ମାଙ୍କ ପରି ତାର ବି ଇଚ୍ଛା ଥିଲା ଆଉ କିଛି ଘଣ୍ଟା ପରେ ତା ଛୁଆ ଉଠି ଛିଡ଼ା ହେବ । ଆଉ ତା ପରଦିନ ଥିରି ଥିରି ଚାଲିଥାନ୍ତା । ଆଉ ତା ପରେ ତ ପୂରା ଦଳରେ ସାମିଲ ହୋଇ ମା କଡ଼େ କଡ଼େ କେତେ କୁଆଡ଼େ ଘୁରି ବୁଲିଥାନ୍ତା । ଏ ମାର ଯନ୍ତ୍ରଣା କିନ୍ତୁ ଟିକେ ବି  ଲାଘବ ହେଲାନି  ବରଂ ଶହେ ହଜାର ଗୁଣ ବଢ଼ିଗଲା । ଛୁଆଟା ଜନ୍ମ ହେବା ପରଠୁ ସେମିତି ପଡ଼ିଛି ଯେ ପଡ଼ିଛି । ହଲ ଚଲ ନାହିଁ । ଦେହରେ ଜୀବନ ନାଇଁ ହେଲେ ଏ ଅମାନିଆ ମାଆ ତା’ର ପାଗେଳି ହୋଇଯାଇଛି ।

ନିରବ ପ୍ରତିବାଦ , ସାଧୁ-ସନ୍ଥ ଓ ନେତାଙ୍କ ଦ୍ବାରା ବିରୋଧ ପ୍ରଦର୍ଶନ … ହାତୀ ମାଧୁରୀ ପାଇଁ ଅମ୍ବାନୀଙ୍କ ସହ ମୁହାଁମୁହିଁ ହେବାକୁ ପ୍ରସ୍ତୁତ ହେଉଛନ୍ତି ଲୋକ

ଏ ହେଉଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ବ୍ରାହ୍ମଣ ଗାଁ ପଞ୍ଚାୟତ ସାତଭାୟା ଶିମିଳିପାଳ ଜଙ୍ଗଲ ଦୃଶ୍ୟ ।  ଜନ୍ମ ହେଲା ପରେ ଛୁଆ ହାତୀର ମୃତ୍ୟୁ ହୋଇଛି । କିନ୍ତୁ ମା ଏହାକୁ ଗ୍ରହଣ କରିବାକୁ ନାରାଜ । ମଲା ଛୁଆ କୁ ଛାଡି ଯାଉନାହିଁ ମା ହାତୀ ।  ନବଜାତ ହାତୀ ଛୁଆ ଟି କିଛି କ୍ଷଣ ଜୀବିତ ପରେ ବୁଧବାର ସନ୍ଧ୍ୟା  ସମୟରେ ମରିଯାଇଛି । ଅବଶ୍ୟ ବନବିଭାଗର ଏକ ଟିମ୍ ଆଜି ଘଟଣାସ୍ଥଳକୁ ଆସିବା ପରେ ପୋଷ୍ଟ ମର୍ଟମ ପାଇଁ ହାତୀ ଛୁଆକୁ ନିଆଯାଇଛି । ବ୍ୟବଚ୍ଛେଦ ପରେ  ହାତୀ ଛୁଆର ମୃତ୍ୟୁର କାରଣ ଜଣାପଡ଼ିବ । 

ମାଆ ସବୁବେଳେ ମାଆ । ମଣିଷ ହେଉ କି ପଶୁ ମାର ଅର୍ଥ ସମସ୍ତଙ୍କ ପାଇଁ ସମାନ । ପିଲାପାଇଁ ମାଆର ମନ ସବୁବେଳେ ବିକଳ । ନିଜଠାରୁ ଗୋଟେ ଅଂଶ ସୃଷ୍ଟି କଲା ପରେ ସେ ପାଏ ପୂର୍ଣ୍ଣତା । ଆଉ ନିଜ ନିଜ ପିଲା ଉପରେ ସବୁ ଅଯାଚିତ ସ୍ନେହ ଢାଳିଦେଇ ତା ପିଲାକୁ ପୂର୍ଣ୍ଣତା ଆଡ଼କୁ ନେବାକୁ କରିଥାଏ ଅହରହ ଚେଷ୍ଟା । ଏ ବାଟରେ ଅନେକ କଣ୍ଟା , ଅନେକ ପ୍ରତିଘାତ  । ତଥାପି ପିଲାକୁ ଦେଖି ତା ମରେ ଯେମିତି କେଉଁଠୁ ଯୋଗାଡ଼ ହୋଇଯାଏ ସାହାସ ଆଉ ଧୈର୍ଯ୍ୟ । ହେଲେ ଯଦି ସେ ଛୁଆ ତା ହାତ ଛାଡ଼ି ଚାଲିଯାଏ, ଓଃ ସେ ଯନ୍ତ୍ରଣାକୁ  ଭାଷାରେ କହିବା କଷ୍ଟ । ଏ ମାଆକୁ ଦେଖିଲେ ସେ କଷ୍ଟ ବାରି ହୋଇଯାଉଛି । 
   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe