କନକ ବ୍ୟୁରୋ : ଭୋକିଲା ହାତୀ ମାଗିଲା ଖାଦ୍ୟ । ରାସ୍ତାରେ ଯାଉଥିବା ଟ୍ରକ, ଟିପରକୁ ଅଟକାଇ ଶୁଣ୍ଡ ହଲାଇ ଖାଦ୍ୟ ମାଗିଛି ଜଙ୍ଗଲୀ ହାତୀ । ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ବନାଞ୍ଚଳର ସର୍ଗିଗଡ଼ ଅଞ୍ଚଳରୁ ଆସିଛି ହାତୀ ଖାଦ୍ୟ ଭିକ୍ଷା କରୁଥିବା ଖବର । ସେହି ଦୃଶ୍ୟ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ।
ଖଣି ପାଇଁ କୋଇଡା ବନାଞ୍ଚଳର ଜଙ୍ଗଲ ନଷ୍ଟ ହେଉଥିବାରୁ ହାତୀଙ୍କ ପ୍ରାକୃତିକ ବାସସ୍ଥଳୀ ନଷ୍ଟ ହେଉଛି । ଦିନକୁ ଗୋଟିଏ ହାତୀକୁ ୨୦୦ କେଜିରୁ ଅଧିକ ଖାଦ୍ୟ ଦରକାର । ଜଙ୍ଗଲରେ ଖାଦ୍ୟ ଅଭାବ ହେଉଥିଲାରୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ହାତୀ । ଯେଉଁଥି ପାଇଁ ହାତୀ-ମଣିଷ ଲଢେଇରେ ୦୧ ନମ୍ବର ରହିଛି ଓଡ଼ିଶା । ଏପରି ସମୟରେ ଗୋଟେ ଭୋକିଲା ହାତୀ ଖାଦ୍ୟ ପାଇଁ ରାସ୍ତାରେ ଯାଉଥିବା ଟ୍ରକ୍ ଟିପର୍ ଚାଳକଙ୍କୁ ଅଟକାଇ ଖାଦ୍ୟ ମାଗିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/08/03/09-2025-08-03-16-30-45.jpg)