ଶାଗ ତୋଳୁଥିବାବେଳେ ନାବାଳିକାକୁ ଦୁଷ୍କର୍ମ କରି ମାରିଦେଲେ, ମାତ୍ର ଏଗାର ବର୍ଷର ନାବାଳିକା ସହ ବର୍ବରକାଣ୍ଡ

Advertisment

ମଙ୍ଗୁଳୁ ନାଏକଙ୍କ ଝିଅ ଶାଗ ତୋଳିବାକୁ ଯାଇଥିବାବେଳେ ପୂର୍ବରୁ ଛକି ବସିଥିଲା ୨୨ ବର୍ଷୀୟ ଯୁବକ ଆଶିଷ ନାଏକ । ନରରାକ୍ଷାସ ଟେକି ନେଇ ଧର୍ଷଣ କରି ମାରିଦେଇଥିବା ଅଭିଯୋଗ କରିଛନ୍ତି ବାପା ମଙ୍ଗୁଳୁ ନାଏକ ।

ମଙ୍ଗୁଳୁ ନାଏକଙ୍କ ଝିଅ ଶାଗ ତୋଳିବାକୁ ଯାଇଥିବାବେଳେ ପୂର୍ବରୁ ଛକି ବସିଥିଲା ୨୨ ବର୍ଷୀୟ ଯୁବକ ଆଶିଷ ନାଏକ । ନରରାକ୍ଷାସ ଟେକି ନେଇ ଧର୍ଷଣ କରି ମାରିଦେଇଥିବା ଅଭିଯୋଗ କରିଛନ୍ତି ବାପା ମଙ୍ଗୁଳୁ ନାଏକ ।

Minor-Rape

Minor-Rape Photograph: (Google)

କନକ ବ୍ୟୁରୋ:  ନିଜ ବାଡିରୁ ଶାଗ ତୋଳିବାକୁ ଯାଇଥିବା ବେଳେ ଦୁଷ୍କର୍ମ କରି ଜୀବନରୁ ମାରିଦେଲେ । ମାତ୍ର  ଏଗାର ବର୍ଷର ନାବାଳିକାଙ୍କ ସହ ଏଭଳି ଅମାନବୀୟ ଘଟଣା ଘଟାଛନ୍ତି ଦୁଷ୍କର୍ମକାରୀ । । ଏଭଳି ଅଭାବନୀୟ ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଏନଟିପିସି ଥାନା ଅନ୍ତର୍ଗତ ବିଜିଗୋଳ ଗ୍ରାମ ଅଞ୍ଚଳରେ । ୧୩ବର୍ଷ ୨ ମାସ ର ନାବାଳିକା ଝିଅ ନିଖୋଜଥିବା ବିଷୟରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବାବେଳେ ଆଜି ଗାଁ ପାଖ ଘାସ ବଣରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର । ସୂଚନା ଅନୁଯାଇ ମଙ୍ଗୁଳୁ ନାଏକଙ୍କ ଝିଅ ଶାଗ ତୋଳିବାକୁ ଯାଇଥିବାବେଳେ ପୂର୍ବରୁ ଛକି ବସିଥିଲା ୨୨ ବର୍ଷୀୟ ଯୁବକ ଆଶିଷ ନାଏକ ।

ଅଧିକ ପଢନ୍ତୁ: କେନ୍ଦ୍ରାପଡ଼ା ସ୍କୁଲଛାତ୍ରୀକୁ ଶିକ୍ଷକମାନେ ଗଣଦୁଷ୍କର୍ମ କରିବା ଘଟଣା : ୫୦ ହଜାର ସହାୟତା , ଉଚ୍ଚସ୍ତରୀୟ ତଦନ୍ତ ଦାବି

ନରରାକ୍ଷାସ ଟେକି ନେଇ ଧର୍ଷଣ କରି ମାରିଦେଇଥିବା ଅଭିଯୋଗ କରିଛନ୍ତି ବାପା ମଙ୍ଗୁଳୁ ନାଏକ । ଘଟଣାସ୍ଥଳରେ ଏନଟିପିସି ପୁଲିସ ପହଞ୍ଚି ତଦନ୍ତ କରିବା ସହିତ ହତ୍ୟାକାଣ୍ଡ ହୋଇଥିବା ପାରିପାର୍ଶ୍ବିକ ସ୍ଥିତ ଏବଂ ପୋଲିସ ତଦନ୍ତ ରୁ ଏହା ହତ୍ୟା ବୋଲି  ସୂଚନା ରହିଛି । ଘଟଣା ସ୍ଥଳରେ ଏନଟିପିସି ପୋଲିସ ପହଞ୍ଚି ଥିବା ବେଳେ ୩ଜଣଙ୍କୁ ବର୍ତ୍ତମାନ ଥାନାରେ ଅଟକ ରଖିଥିବା ଏନଟିପିସି ଆଇଆଇସି ସୂଚନା ଦେଇଛନ୍ତି । ଅନ୍ୟ ପକ୍ଷରେ ପରିବାର ପକ୍ଷରୁ ସନ୍ଦେହ କରାଯାଉଥିବା ସାହିର ବିବାହିତ ଯୁବକ ଆଶିଷ ନାଏକ ଫେରାର ଥିବା ବେଳେ ଅଭିଯୋଗ କୁ ଭିତିକରି ପୋଲିସ ତାର ବଡ ଭାଇ ଓ ମା କୁ ଥାନାରେ ଅଟକ ରଖିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe