କନକ ବ୍ୟୁରୋ:ରାଜଧାନୀରେ ଛାତିଥରା ଦୁର୍ଘଟଣା । ବଡ଼ଗଡ଼ ବ୍ରିଟ୍ କଲୋନୀ ଅଞ୍ଚଳରେ ଏଭଳି ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଗୋଟିଏ ଟ୍ରାଭେଲର ଦ୍ରୁତଗତିରେ ଆସି, ଭାରସାମ୍ୟ ହରାଇ ଏକାଥରକେ ଅଟୋ ଏବଂ ବାଇକ୍କୁ ଜୋରଦାର ଧକ୍କା ଦେଇଛି । ବ୍ରିଟ୍ କଲୋନୀ ମୁଖ୍ୟ ରାସ୍ତାରେ ଗାଡ଼ି ଚଳାଚଳ ସ୍ୱାଭାବିକ ଥିବା ବେଳେ ହଠାତ୍ ଏକ ଟ୍ରାଭେଲର ଗାଡ଼ି ଅତି ଦ୍ରୁତ ଗତିରେ ମାଡ଼ି ଆସିଥିଲା ।
ଚାଳକ ଜଣକ ଗାଡ଼ି ଉପରୁ ନିୟନ୍ତ୍ରଣ ହରାଇବାରୁ ଏହା ରାସ୍ତାରେ ଯାଉଥିବା ଏକ ଅଟୋ ରିକ୍ସା ଏବଂ ଏକ ବାଇକ୍କୁ ପଛପଟୁ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରଦାର ଥିଲା ଯେ ବାଇକ୍ ଆରୋହୀ ଜଣକ ଛିଟିକି ପଡ଼ିଥିଲେ ଏବଂ ଅଟୋଟି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା । ଏହି ପୂରା ଘଟଣା ନିକଟରେ ଲାଗିଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି ଯେ କିପରି ମୁହୂର୍ତ୍ତକ ମଧ୍ୟରେ ଏହି ଦୁର୍ଘଟଣା ଘଟିଗଲା ।
ଆହୁରି ପଢ଼ନ୍ତୁ:ଆଜି ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଚିଠା ପ୍ରସ୍ତାବକୁ ମିଳିବ ଅନୁମୋଦନ, ସନ୍ଧ୍ୟାରେ ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ୍ ବୈଠକ
ଦୁର୍ଘଟଣାର ଦୃଶ୍ୟ ଅତ୍ୟନ୍ତ ଭୟାନକ ରହିଛି, ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ଖବର ପାଇ ବଡ଼ଗଡ଼ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅଧିକ ଛାନଭିନ୍ ଚଳାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/14/accident-2026-02-14-12-35-32.jpg)