ବାଃ ପୁଅ ହେବ ତ ଏମିତି ... ଦିବ୍ୟାଙ୍ଗ ଦମ୍ପତିଙ୍କ କ୍ଲାଉଡ୍ କିଚେନ୍ , ବିଜ୍ଞାପନ ପାଇଁ ପୁଅ ସାଜିଛି ସାହାରା

Advertisment

ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଲୋକ ମିଶ୍ର ପ୍ରତିକ୍ରିୟା ଦେଉଛନ୍ତି । ବାପା,ମା’ଙ୍କ ପ୍ରତି ପୁଅର ପ୍ରେମ,ପ୍ରେରଣା ଏବଂ ନ ହାରିବାର ଜିଦ୍ ସବୁ ଏହି ଗୋଟିଏ ଭିଡିଓରେ ଲୋକଙ୍କୁ ଦେଖିବାକୁ ମିଳୁଛି । ଭିଡିଓଟି ଏତେ ପ୍ରେରଣାଦାୟୀ ହୋଇଛି ଯେ ଏହା ଟ୍ରେଣ୍ଡିଙ୍ଗ୍ ଲିଷ୍ଟରେ ସାମିଲ ମଧ୍ୟ ହୋଇଛି । 

ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଲୋକ ମିଶ୍ର ପ୍ରତିକ୍ରିୟା ଦେଉଛନ୍ତି । ବାପା,ମା’ଙ୍କ ପ୍ରତି ପୁଅର ପ୍ରେମ,ପ୍ରେରଣା ଏବଂ ନ ହାରିବାର ଜିଦ୍ ସବୁ ଏହି ଗୋଟିଏ ଭିଡିଓରେ ଲୋକଙ୍କୁ ଦେଖିବାକୁ ମିଳୁଛି । ଭିଡିଓଟି ଏତେ ପ୍ରେରଣାଦାୟୀ ହୋଇଛି ଯେ ଏହା ଟ୍ରେଣ୍ଡିଙ୍ଗ୍ ଲିଷ୍ଟରେ ସାମିଲ ମଧ୍ୟ ହୋଇଛି । 

mohali couple

mohali couple Photograph: (google)

କନକ ବ୍ୟୁରୋ : ବର୍ତ୍ତମାନର ସମୟରେ ଯେତେବେଳେ ବି ଲୋକମାନଙ୍କୁ କାମରୁ ଟିକେ ଫୁରସତ୍ ମିଳେ ସୋସିଆଲ୍ ମିଡିଆ ଘାଣ୍ଟି ରିଲ୍ ଦେଖିବା ହେଉ କିମ୍ବା ୟୁଟ୍ୟୁବ୍ ଭିଡିଓ ଦେଖି ଟାଇମ୍ ପାସ୍ କରିଥା’ନ୍ତି ଲୋକ । ଆଉ ଦିନସାରା ଅଗଣିତ ଭିଡିଓ ଦେଖିଲା ବେଳେ କେବେକେବେ କେଉଁ କମେଡି ଭିଡିଓ ଦେଖି ଖିଲିଖିଲି ହସ ବାହାରିଆସେ ତ ଆଉ କେତେବେଳେ କେଉଁ ହୃଦୟବିଦାରକ ଦୃଶ୍ୟ ଦେଖି ମନଟା ଦୁଃଖ ହୋଇଯାଏ । କିନ୍ତୁ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖିଲେ ଲୋକ ମିଶ୍ର ପ୍ରତିକ୍ରିୟା ଦେଉଛନ୍ତି । ବାପା,ମା’ଙ୍କ ପ୍ରତି ପୁଅର ପ୍ରେମ,ପ୍ରେରଣା ଏବଂ ନ ହାରିବାର ଜିଦ୍ ସବୁ ଏହି ଗୋଟିଏ ଭିଡିଓରେ ଲୋକଙ୍କୁ ଦେଖିବାକୁ ମିଳୁଛି । ଭିଡିଓଟି ଏତେ ପ୍ରେରଣାଦାୟୀ ହୋଇଛି ଯେ ଏହା ଟ୍ରେଣ୍ଡିଙ୍ଗ୍ ଲିଷ୍ଟରେ ସାମିଲ ମଧ୍ୟ ହୋଇଛି । 

ଆଗକୁ ପଢ଼ନ୍ତୁ : ଆରପାରିରେ ଦରଭଙ୍ଗାର ଅନ୍ତିମ ମହାରାଣୀ : ଯୁଦ୍ଧ ବେଳେ ଦେଖାଇଥିଲେ ମହାନତା , ଦାନ କରିଥିଲେ ୬୦୦ କିଲୋ ସୁନା

ମୋହାଲିର ଏକ ଦିବ୍ୟାଙ୍ଗ ଦମ୍ପତି ଯେ ଜନ୍ମରୁ କଥା କହିପାରନ୍ତିନି କି ଶୁଣି ପାରନ୍ତିନି କିନ୍ତୁ ତାଙ୍କ ଇଚ୍ଛାଶକ୍ତି ଆଗରେ ସବୁ ଯେମିତି ହାର ମାନିଛି । ଏହି ଦମ୍ପତି ଏବେ ନିଜର କ୍ଲାଉଡ୍ କିଚେନ୍ ଖୋଲିଛନ୍ତି । ଆଉ ବିଜ୍ଞାପନ ପାଇଁ ସୋସିଆଲ୍ ମିଡିଆର ସାହାରା ନେଇଛନ୍ତି । ଏକ ଆକାଉଣ୍ଟ୍ ତିଆରି କରି ଦୁହେଁ କ୍ଲାଉଡ୍ କିଚେନରେ ପ୍ରତିଦିନ ପ୍ରସ୍ତୁତ ହେଉଥିବା ଖାଦ୍ୟର ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ପୋଷ୍ଟ୍ କରନ୍ତି । ଡିସେମ୍ବର ୨୫ , ୨୦୨୫ ବଡ଼ଦିନ ଅବସରରେ ଦୁହେଁ ତାଙ୍କର ପ୍ରଥମ ଭିଡିଓ ପୋଷ୍ଟ କରିଥିଲେ । ଯେଉଁଥିରେ ସେମାନେ ସେମାନଙ୍କ ପ୍ରସ୍ତୁତ ଖାଦ୍ୟ ସୋସିଆଲ୍ ମିଡିଆରେ ଦେଖାଇ କ୍ୟାପସନରେ ଏହାର ସୂଚନା ଦେଇଥିଲେ । ପୂର୍ବରୁ ଦମ୍ପତି ଖାଦ୍ୟ ପ୍ରସ୍ତୁତ ବେଳେ ନିଜର ଭିଡିଓ ସେୟାର କରିଥିବା ବେଳେ ବର୍ତ୍ତମାନ ତାଙ୍କ ପୁଅ ମଧ୍ୟ ଭିଡିଓରେ ନଜର ଆସୁଛନ୍ତି । 

ଭିଡିଓ ପ୍ରସ୍ତୁତ କରିବା ବିଷୟରେ ତାଙ୍କର ସେତେଟା ଜ୍ଞାନ ନାହିଁ ତେଣୁ ସେ ଭିଡିଓରେ ଯାହା ବୁଝନ୍ତି ତାହାକୁ ବ୍ୟବହାର କରନ୍ତି । ସବୁଠାରୁ ହୃଦୟସ୍ପର୍ଶୀ କଥା ହେଉଛି ଅନମୋଲ ଏବଂ ବଂଶପ୍ରୀତ ନାମକ ଏହି ଦମ୍ପତିଙ୍କର ମୋହାଲିରେ ଏକ କ୍ଲାଉଡ୍ କିଚେନ୍ ରହିଛି । ଯେଉଁଠାରେ ସେମାନେ ନିୟମିତ ଭାବେ ଖାଦ୍ୟ ପ୍ରସ୍ତୁତ କରନ୍ତି ଏବଂ ଭିଡିଓ ମଧ୍ୟ ପ୍ରସ୍ତୁତ କରନ୍ତି । ଏହି ଭିଡିଓରେ ଦମ୍ପତିଙ୍କ କୁନିପୁଅ ଖାଦ୍ୟ ଗୁଡ଼ିକର ନାଁ ମଧ୍ୟ କୁହନ୍ତି କିଛି ଖାଦ୍ୟର ନାଁ ଜାଣିଥିବା ବେଳେ ଆଉ କିଛିକୁ ଏଣେତେଣେ ସେ କିଛି ବି କହିଦିଅନ୍ତି । ତେବେ ଦମ୍ପତିଙ୍କ କ୍ଲାଉଡ୍ କିଚେନର ଏହି ସବୁ ଭିଡିଓ ପୋଷ୍ଟ୍ ହେବା ପରେ ଇନଷ୍ଟାଗ୍ରାମରେ ଏହା ଟ୍ରେଣ୍ଡିଂ ଲିଷ୍ଟରେ ସାମିଲ୍ ହୋଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe