କନକ ବ୍ୟୁରୋ: ବିହାର ରାଜନୀତିରେ ଏଥର ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ଅତ୍ୟନ୍ତ ପଛୁଆ ବର୍ଗ । ଅର୍ଥାତ ସାରା ରାଜ୍ୟରେ ଏହି ବର୍ଗର ଲୋକଙ୍କ ସଂଖ୍ୟା ମୋଟ ୩୬.୦୧ ପ୍ରତିଶତ ହେଇଥିବାବେଳେ, ଏହି ସଂଖ୍ୟା କୌଣସି ଦଳର ଭାଗ୍ୟକୁ ପରିବର୍ତ୍ତନ କରିଦେଇପାରେ । ଖାସ୍ କରି ଏହି ଭୋଟର ଯେଉଁ ମେଣ୍ଟକୁ ଭରସା କରିବେ, ସେହି ମେଣ୍ଟ ହିଁ ବିହାରରେ ସରକାର ଗଠନ କରିବାରୁ ସୁଯୋଗ ପାଇବ ବୋଲି ବିହାରର ପାଓ୍ୱାର କରିଡରରେ ଏବେ ଜୋରଦାର ଚର୍ଚ୍ଚା ।

Advertisment

୨୦୨୩ର ଜାତିଗତ ସର୍ଭେକ୍ଷଣରୁ ଜଣାପଡ଼େ ଯେ, ବିହାରରେ ଏହି ଅତ୍ୟନ୍ତ ପଛୁଆ ବର୍ଗ ଆଉ ଓବିସି ଭୋଟରଙ୍କୁ ମିଶାଇଲେ ଏହାର ସଂଖ୍ୟା ମୋଟ ଜନସଂଖ୍ୟାର ପାଖାପାଖି ୬୩ ପ୍ରତିଶତ ହେବ । ତେଣୁ ଏପରି ପରିସ୍ଥିତିରେ ଏହି ଜନସଂଖ୍ୟା ଏବେ କିଙ୍ଗମେକର ଭୂମିକାରେ । ରାଜନୈତିକ ବିଶ୍ଳେଷକଙ୍କ କହିବା କଥା, ବିଧାନସଭା ନିର୍ବାଚନରେ ଏଥର ଇସିବି ଭୋଟର ହିଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ଆଉ ଏହି ଭୋଟର ଯେଉଁ ମେଣ୍ଟ ସପକ୍ଷରେ ଭୋଟ୍ କରିବେ, ସେହି ମେଣ୍ଟ ହିଁ ବିହାରରେ ବାଜି ମାରିବ ।

ଆହୁରି ପଢ଼ନ୍ତୁ : ବିହାରରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ପାଇଁ ଆଜି ସନ୍ଧ୍ୟାରେ ପ୍ରଚାର ଶେଷ

ନୀତିଶଙ୍କୁ ସଫଳତା ଦେଇଥିଲେ ଅତି ପଛୁଆ ବର୍ଗ

୨୦୦୫ ମସିହାରେ ବିହାରରେ ଅତି ପଛୁଆ ବର୍ଗ ନୀତିଶ କୁମାରଙ୍କ ସପକ୍ଷରେ ଜୋରଦାର ଭୋଟ୍ କରିଥିଲା । ଯାହାଫଳରେ କି ସେତେବେଳେ ଏନଡିଏକୁ ୧୪୩ ଅଧିକ ସିଟ୍ ମିଳିଥିଲା । ସେହିପରି ୨୦୧୦ ବେଳକୁ ଏନଡିଏ ପ୍ରତି ଅତି ପଛୁଆ ବର୍ଗଙ୍କ ସମର୍ଥନ ଆହୁରି ଅଧିକ ବଢ଼ି ୭୦ ପ୍ରତିଶତରେ ପହଞ୍ଚିଥିଲା, ଆଉ ସେହି ଅନୁପାତରେ ସିଟ୍ ମଧ୍ୟ ୧୪୩ରୁ ବୃଦ୍ଧି ପାଇ ୨୦୬ରେ ପହଞ୍ଚିଥିଲା । ହେଲେ ଯେତେବେଳେ ୨୦୧୫ ଆଉ ୨୦୨୦ରେ ଏନଡିଏରୁ ଅତି ପଛୁଆ ବର୍ଗଙ୍କ ସମର୍ଥନ କମିବାରେ ଲାଗିଥିଲା, ସେତେବେଳେ ଏହାର ପ୍ରଭାବ ସିଟ୍ ଉପରେ ମଧ୍ୟ ଦେଖିବାକୁ ମିଳିଥିଲା ।  

ଇବିସି ଭୋଟ୍ ଉପରେ ଆରଜେଡି ନଜର

ରାଷ୍ଟ୍ରୀୟ ଜନତା ଦଳ ନିକଟରେ ମଙ୍ଗନୀ ଲାଲ ମଣ୍ଡଳଙ୍କୁ ପ୍ରଦେଶ ଅଧ୍ୟକ୍ଷ ଏବଂ ଅକ୍ଷୟ କୁଶବାହଙ୍କୁ ଲୋକସଭାରେ ଦଳର ନେତା ବାଛିଛି । ଏହାସହିତ ରଣବିଜୟ ସାହୁଙ୍କୁ ପ୍ରଦେଶର ମହାସଚିବ ମଧ୍ୟ ଦାୟିତ୍ୱ ଦେଇଛି । ଏଭଳି କରି ଆରଜେଡି ପଛୁଆ କାର୍ଡ ଖେଳିବା ସହିତ ଏହି ବର୍ଗର ଭୋଟ୍ ଜୁଟାଇବାକୁ ଲକ୍ଷ୍ୟ ରଖିଛି । ଖାଲି ସେତିକି ନୁହେଁ ମହାମେଣ୍ଟ ମୁକେଶ ସହନୀଙ୍କୁ ଉପ-ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରି ମଧ୍ୟ ବଡ଼ ଗେମ୍ ଖେଳିଛି ।

ଆହୁରି ପଢ଼ନ୍ତୁ : ଆଦର୍ଶଙ୍କ ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପୁଅକୁ ସୁରକ୍ଷିତ ଫେରାଇ ଆଣିବା ପାଇଁ ଦେଲେ ପ୍ରତିଶ୍ରୁତି

ବଡ଼ କଥା ହେଲା ଏହି ଇବିସି କାଟେଗୋରି ଭିତରେ ପାଖାପାଖି ୧୩୦ରୁ ଅଧିକ ଉପ ଜାତି ରହିଛି । ତେଣୁ ଏମାନଙ୍କ ସଂଖ୍ୟା ଅଧିକ ହେଇଥିବାରୁ, ଏମାନେ ଯେଉଁ ମେଣ୍ଟ ସପକ୍ଷରେ ଭୋଟ୍ କରିବେ ସେହି ମେଣ୍ଟ ସତ୍ତା ଦଖଲ କରିବା ଏକପ୍ରକାର ପକ୍କା ବୋଲି କୁହାଯାଉଛି । ତେଣୁ ଏପରି ପରିସ୍ଥିତିରେ ଉଭୟ ଏନଡିଏ ଏବଂ ମହାମେଣ୍ଟ ଏହି ଭୋଟ୍ ବ୍ୟାଙ୍କ ଉପରେ ଏବେ ନଜର ପକେଇ ବସିଛନ୍ତି ।