ମାଇଣ୍ତ ଫ୍ରେସ୍ କରେ କପେ ଗରମ ଚା’

Advertisment

ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ହେଉ କି ମାଇଣ୍ତ ଫ୍ରେସ୍ ଟିକେ ଚା ହେଇଗଲେ ଲାଗେ ସତରେ ଦିନ ହେଉ କି ସଂଜ ସବୁ ଭଲରେ ଯାଏ ।  ବିଦ୍ୟାର୍ଥୀ ହୁଅନ୍ତୁ ଅବା ଚାକିରିଆ ସମସ୍ତେ ବର୍ତ୍ତମାନ ମାନସିକ ଦୁଃଶ୍ଚିନ୍ତା କାରଣରୁ ମସ୍ତିଷ୍କ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି ।

ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ହେଉ କି ମାଇଣ୍ତ ଫ୍ରେସ୍ ଟିକେ ଚା ହେଇଗଲେ ଲାଗେ ସତରେ ଦିନ ହେଉ କି ସଂଜ ସବୁ ଭଲରେ ଯାଏ ।  ବିଦ୍ୟାର୍ଥୀ ହୁଅନ୍ତୁ ଅବା ଚାକିରିଆ ସମସ୍ତେ ବର୍ତ୍ତମାନ ମାନସିକ ଦୁଃଶ୍ଚିନ୍ତା କାରଣରୁ ମସ୍ତିଷ୍କ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି ।

tea

Photograph: (kanaknews)

କନକବ୍ୟୁରୋ : ବର୍ତ୍ତମାନ ସମୟରେ ମୁଣ୍ଡବିନ୍ଧା ହେଉ କି ମାଇଣ୍ତ ଫ୍ରେସ୍  ଟିକେ ଚା ହେଇଗଲେ ଲାଗେ ସତରେ ଦିନ ହେଉ କି ସଂଜ ସବୁ ଭଲରେ ଯାଏ ।  ବିଦ୍ୟାର୍ଥୀ ହୁଅନ୍ତୁ ଅବା ଚାକିରିଆ ସମସ୍ତେ ବର୍ତ୍ତମାନ ମାନସିକ ଦୁଃଶ୍ଚିନ୍ତା କାରଣରୁ ମସ୍ତିଷ୍କ ଯନ୍ତ୍ରଣାର ସମ୍ମୁଖୀନ ହେଉଛନ୍ତି । ଆଉ ସେ ସବୁ ପାଇଁ ସବୁ ର ଭଲ ଉପଚାର  ହେଉଛି ଗରମ କପେ ଚା ‘ ।

ସେ ସାଙ୍ଗ ସାଥୀ ହେଉ କି ଘରକୁ ଆସିଥିବା ଅତିଥି ସମସ୍ତଙ୍କ ମନ ପସନ୍ଦ ହେଉଛି କପେ ଚା ଯାହା କି ପୁରା ଦିନ କୁ ସୁସ୍ଥ ରଖେ ।  ଚା’ କପେ ପିଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। ସେଇଥିପାଇଁ କଥାଟିଏ ଅଛି, ‘ଏନିଟାଇମ୍‌ ଇଜ୍‌ ଟି ଟାଇମ୍‌’। ତେଣୁ ଖାଲି ଚା ତ ପିଇଦେଲେ ହେବନି ସେହି ଚା ମଧ୍ୟ ବିଭିନ୍ନ ପ୍ରକାର ର ଥାଏ ଯାହା କି ଟିକେ ପିଇଦେଲେ ମନ କୁ ହାଲୁକା କରିଦିଏ ଚା’ କପେ ପିଇବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ନାହିଁ। ସେଇଥିପାଇଁ କଥାଟିଏ ଅଛି, ‘ଏନିଟାଇମ୍‌ ଇଜ୍‌ ଟି ଟାଇମ୍‌’। 

ଖାଲି ସେତିକି ନୁହେଁ ଚା ମଧ୍ୟ ବିଭିନ୍ନ ପ୍ରକାର ସମସ୍ତେ ବନେଇଥାଆନ୍ତି ’।  ଏବେ ଆସନ୍ତୁ ଜାଣିବା ଚାକୁ ନେଇ ବିଭିନ୍ନ ପ୍ରକାର ଭେଦ ଚା’ ପୃଥିବୀର ସବୁଠାରୁ ଅଧିକ ପିଆଯାଉଥିବା ଓ ସବୁଠାରୁ ପୁରାତନ ଏକ ଥଣ୍ଡା ବା ଗରମ ଜାତୀୟ ପାନୀୟ; ପିଇବା ପାଣି ପରେ ଏହା ୩ୟ ସବୁଠାରୁ ଜଣାଶୁଣା ପାନୀୟ। ଚା’ ଓଟି ଏହି ଦୁଇଟି ଶବ୍ଦ ଚୀନ ଦେଶରୁ ଆସିଛି।

Tea ଇଂରାଜୀ ଶବ୍ଦ ହେଲେ ମଧ୍ୟ ଚୀନ ଦେଶର ଉତ୍ତର ଅଞ୍ଚଳରେ ଏହାକୁ ହଜାର ବର୍ଷ ଧରିଟି ନାମରେ କହାଯାଏ । ପରେ ଇଂରାଜୀ ଶବ୍ଦକୋଷକୁ ତାହା ଆସିଗଲା । ଉତ୍ତର ଚୀନରେଟି ଶବ୍ଦ ପ୍ରଚଳିତ ଅ ଛି। ମାତ୍ର ଦକ୍ଷିଣ ଚୀନରେ ଏହାକୁ ଚା’ ବୋଲି କହାଯାଏ ଏବଂ ଭାରତ ସମେତ ପୃଥିବୀର ଏହି ଚା’ ନାମରେ ପ୍ରସିଦ୍ଧ ହୋଇଯାଇଛି । ଆସାମରେ ଉଚ୍ଚାରଣ ଦୃଷ୍ଟିରୁ ଚା’କୁ ସା କହାଯାଏ ।  

କୁହାଯାଏ ଭାରତରେ ଚା' ଏକ ଅତିପୁରୁଣା ପାନୀୟ । ପ୍ରାଚୀନ କାଳରେ ମୁନିଋଷି ତଥା ବଇଦମାନେ ଚା’କୁ ଏକ ଔଷଧ ରୂପେ ବ୍ୟବହାର କରୁଥିଲେ । ଅବଶ୍ୟ ସେତେ ବେଳେ ଏହା ସମସ୍ତଙ୍କ ଲାଗି ଉଦ୍ଦିଷ୍ଟ ଏକ ବିଳାସ ଅଥବା ଅତ୍ୟାବଶ୍ୟକ ପାନୀୟ ନ ଥିଲା । କେହି କେହି ଚା'କୁ ଭାରତର ପ୍ରାଚୀଅନ୍ ପୌରାଣିକ ଗ୍ରନ୍ଥ ରାମାୟଣ ସହିତ ଯୋଡି ଦେଇଥାନ୍ତି । ସେମାନଙ୍କ ମତରେ ଆଜିର ଚା' ହିଁ ରାମାୟଣ ଯୁଅଗରେ ଥିଲା ଦୂର୍ମୁଲ୍ୟ ବିଷଲ୍ୟକରଣୀ, ଯାହାକୁ ନେବାକୁ ଆସି ହନୁମାନ ସମଗ୍ର ପର୍ବତକୁ ଟେକି ନେଇ ପଳେଇଥିଲେ ଲଙ୍କା  ।  

ଅଧିକ ପଢନ୍ତୁ.... ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର

ଅବଶ୍ୟ ଏହି ଭଳି କହିବା ପଛରେ କୈଣସି ତଥ୍ୟସିଦ୍ଧ ଯୁକ୍ତି ମିଳିନାହିଁ  ।  ସେଭଳି ଚା' ସହିତ ବିଷଲ୍ୟକରଣୀର କୈଣସି ସମ୍ପର୍କ ନାହିଁ ବୋଲି ଗବେଷକଙ୍କ ସ୍ପଷ୍ଟମତ । ତେବେ ବିଧିବଦ୍ଧ ଭାବରେ ଚା’କେବେ ହେଲା ତାହାର କୈଣସି ପ୍ରମାଣ ମିଳେନାହିଁ ।  ଭାରତ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ହାତକୁ ଯିବାପରେ ଏଠାରେ ଚା’ର ଆଦର ବଢ଼ିଲା ଓ ଚା’ ବିଶ୍ୱ ବ୍ୟବସାୟରେ ସାମିଲ ହେଲା ବୋଲି କେତେଙ୍କ ମତ । ଆଜିର ଭାରତୀୟଙ୍କ ପାଇଁ ଚା’ ଏକ ଆବଶ୍ୟକ ପାନୀୟରେ ପରିଣତ ହୋଇଛି । ବିଶ୍ୱର ଚା’ ସସ୍କୃତିକୁ ଭାରତର ଅବଦାନ କିଛି କମ ନୁହେଁ । ବିଶ୍ୱର ଯେତେଲୋକ ଚା’ ପାନ କରନ୍ତି ସେମାନକ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ କିମ୍ବା ତଦୂର୍ଦ୍ଧ ହେଉଛନ୍ତି ଭାରତୀୟ । 

ଅଧିକ ପଢନ୍ତୁ ... ଲିଭର୍ ଖରାପ ? ହାତ ଦେଖି ଜଣାପଡ଼ିଯିବ

୧୮୨୦ଦଶକର ଆରମ୍ଭରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଆସାମରେ ପ୍ରଥମେ ଚା' ଚାଷ ଆରମ୍ଭ କରିଥିବା ଇତିହାସ କହେ । ୧୮୨୬ରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଏହି ଅଞ୍ଚଳକୁ ଅହୋମ୍ ରାଜବଂଶ ରାଜାମାନଙ୍କୁଠାରୁ ହାତକୁ ନେଲା । ୧୮୩୭ ମସିହାରେ ବ୍ରିଟିଶ ଇଷ୍ଟ ଇଣ୍ଡିଆ କମ୍ପାନୀ ଅପର ଆସାମର ବାବୁଆଠାରେ ପ୍ରଥମେ ଚ' ବଗିଚା ତିଆରି କଲା । ୧୮୪୦ରେ ଆରମ୍ଭ ହେଲା କମ୍ପାନୀର ଚା' ବ୍ୟବସାୟ ।   ୧୮୫୦ବେଳକୁ ଆସାମ ସହିତ ଆଉ କେତେକ ଅଞ୍ଚଳକୁ ଚା' ଚାଷ ବେଶ ଦ୍ରୁତଗତିରେ ବ୍ୟାପିଯାଇଥିଲା ।  ତଥ୍ୟ ଅନୁଯାୟୀ , ଭାରତ ହେଉଛି ଚା' ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ରାଷ୍ଟ୍ର  ।  

ଅଧିକ ପଢନ୍ତୁ... କିସ୍‌ମିସ୍ ଭିଜା ପାଣିର ଅନେକ ଲାଭ ; ପିଇଲେ ମିଳିବ ଏହି ସବୁ ଫାଇଦା

ଏବେ ଆସନ୍ତୁ ଜାଣିବା ଚା ର ପ୍ରକାର ଭେଦ .... 
ନାଲି ଚା'

ନାଲି ଚାହା ତିଆରି କରିବା ପାଇଁ ଗୋଟିଏ ପାତ୍ରରେ କିଛି ପାଣି, ଆବଶ୍ୟକ ଅନୁସାରେ ଚିନି ଏବଂ ଚାହା ପତି ସ‌ହ ସାମାନ୍ୟ ଅଦା କିମ୍ବା ଗୋଲମରିଚ ପକାଇ ଗରମ କରାଯାଏ । ଏହା ଗରମ ହୋଇ ଫୁଟିବା ପରେ ଛାଙ୍କିଦିଆଯାଏ ।

କ୍ଷୀର ଚାହା

କ୍ଷୀର ଚାହା ପ୍ରସ୍ତୁତ କରିବା ପାଇଁ ପାତ୍ରରେ କ୍ଷୀର ଏବଂ ଆବଶ୍ୟକ ଅନୁସାରେ ଚିନି, ଚାହା ପତିକୁ ପକାଇ ଦେଇ ଗରମ କରାଯାଏ । ଏହା ଫୁଟିବା ପରେ ଚାହା ଛଙ୍କାରେ ଛାଙ୍କାଯାଏ ।
ଗ୍ରୀନଟି ସେବନ କରିବାଦ୍ୱାରା ଏଥିରେ ଥିବା ଭିଟାମିନ - ସି ଏବଂ ଅନ୍ୟ ଆଣ୍ଟିଅକ୍ସିଡାଣ୍ଟ ଶରୀରରେ ଫ୍ରୀ - ରାଡିକାଲ୍ସକୁ ନଷ୍ଟ କରେ । ଫଳରେ ପ୍ରତିରକ୍ଷା ତନ୍ତ୍ର ସୁଦୃଢ ରହେ  ।

ଦିନରେ ୩/୪ ଥର ଏହାକୁ ସେବନ କଲେ ଶରୀର ରୋଗମୁକ୍ତ ହୁଏ । ଏହାବ୍ୟତୀତ ଶରୀରରେ ଥିବା କ୍ୟାନ୍‌ସର ସେଲ୍ ବୃଦ୍ଧିକୁ ଏହା ରୋକିଥାଏ ।  ଏହାକୁ ନିୟମିତ ପାନକଲେ ପାଚନ ନଳୀ ଏବଂ ମୁତ୍ରାଶୟ କ୍ୟାନ୍‌ସରର ସମ୍ଭାବନା ହ୍ରାସ ପାଇଥାଏ ।  ଛଣା ଚା'ଠାରୁ ଗ୍ରୀନଟି ଅଧିକ ଉପାଦେୟ ।  ଏହାଦ୍ୱାରା ଶରୀରରେ କୋଲେଷ୍ଟରଲର ମାତ୍ରା ସନ୍ତୁଳିତ ରହିଥାଏ । ଏଥିସହ ଷ୍ଟୋକ୍‌ର ଆଶଙ୍କା କମ୍ ହୁଏ  ।

ଖାଲି ଏତିକି ନୁହେଁ ମସଲା ଚା ମଧ୍ୟ ଅନେକଙ୍କ ପସନ୍ଦ ତେଣୁ ଅନେକ ଲୋକ ମସଲା ଚା ମଧ୍ୟ ବନେଇ ପିଅନ୍ତି .... 
ଏଥିସହ ଅତ୍ୟଧିକ ଚା ସେବନ ସ୍ବାସ୍ଥ୍ୟରେ ଖରାପ ପ୍ରଭାବ ପକାଇଥାଏ ତେଣୁ କେବେ ବି ଖାଲି ପେଟରେ ଚା ପିଅନ୍ତୁ ନାହିଁ   ।  ଏହା ସ୍ବାସ୍ଥ୍ୟ ପ୍ରତି ଖରାପ ହୋଇଥାଏ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe