ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ଶକ୍ତ ଝଟ୍‌କା : ପିସିସି ସଭାପତିଙ୍କ ପ୍ରସ୍ତାବକୁ ଏଆଇସିର ମୋହର

Advertisment

ମହଙ୍ଗା ପଡିଲା ଦଳ ବିରୋଧୀ ବୟାନ ।  କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା ।

ମହଙ୍ଗା ପଡିଲା ଦଳ ବିରୋଧୀ ବୟାନ ।  କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା ।

MOKIM

Photograph: (KANAKNEWS)

କନକବ୍ୟୁରୋ : ମହଙ୍ଗା ପଡିଲା ଦଳ ବିରୋଧୀ ବୟାନ ।  କଂଗ୍ରେସରୁ ବହିଷ୍କୃତ ହୋଇଛନ୍ତି ଦଳର ବରିଷ୍ଠ ନେତା ମହମ୍ମଦ ମୋକିମ୍ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଚିଠି ଲେଖାଯାଇଥିଲା । ଏଥିରେ ଏଆଇସିସି ମୋହର ମାରିଛି ।  ଦଳ ବିରୋଧୀ କାର୍ଯ୍ୟ ପାଇଁ  ତାଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ଓପିସିସି ପକ୍ଷରୁ ସୂଚନା ଦିଆଯାଇଛି ।  

ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି । ପିସିସି ସଭାପତି ଭକ୍ତ ଦାସଙ୍କ ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଜାତୀୟ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ କରିଥିଲେ ।  କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ଦଳର ନେତ୍ରୀ ସୋନିଆ ଗାନ୍ଧୀଙ୍କ ନିକଟକୁ ଚିଠି ଲେଖିଥିଲେ ମୋକିମ୍ । 

ଅଧିକ ପଢନ୍ତୁ... ବିଜେପି ଏବଂ ନିର୍ବାଚନ କମିଶନଙ୍କ ଉପରେ ରାହୁଲ ଗାନ୍ଧୀଙ୍କ ଆକ୍ରମଣ : କହିଲେ ‘ବିଜେପି ପାଇଁ କାମ କରୁଛି ଇସି’

ଭକ୍ତ ଦାସ ନିଜ ଦଳ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ବି ଆଣିଥିଲେ ପୂର୍ବତନ କଂଗ୍ରେସ ବିଧାୟକ । ମୋକିମ କହିଥିଲେ, ଭକ୍ତ ଦାସ ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଛନ୍ତି । ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା ବୋଲି ସେ ଅଭିଯୋଗ ଆଣିଥିଲେ । ଓଡ଼ିଶା କଂଗ୍ରେସର ନେତୃତ୍ବ ନେବା ପାଇଁ ଭକ୍ତ ଦାସ ଅନଫିଟ୍ ବୋଲି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖି କହିଥିଲେ ମହମ୍ମଦ ମୋକିମ ।  ଚିଠିରେ ଦଳର ନେତୃତ୍ଵର ନବୀକରଣ କରିବାକୁ ଦାବି କରିଥିଲେ । 
 ସେପଟେ ଦଳୀୟ କାର୍ଯ୍ୟାନୁଷ୍ଠାନ ମୋକିମଙ୍କ ପାଇଁ ନୂଆ ନୁହେଁ । ରାଷ୍ଟ୍ରପତି ନିର୍ବାଚନ ପାଇଁ ୨୦୨୨ରେ ମଧ୍ୟ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଦଳ ।  ଚିଠି ହେବା ସହ ଦଳ ବିରୋଧୀ କାର୍ଯ୍ୟରେ ଜଡିତ ବୋଲି ଅଭିଯୋଗ କରିଥିଲା ଦଳ ।  କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବି ଭୋଟ ଦେଇନଥିଲେ ମୋକିମ । ବଦଳରେ ବିଜେପି ପ୍ରାର୍ଥୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିବା ନେଇ ସେ ନିଜେ ଗଣମାଧ୍ୟମରେ କହିଥିଲେ । ଜୁଲାଇ ୨୦୨୩ରେ  ପିସିସି ସଭାପତି ଓ ନେତୃତ୍ୱ ଉପରେ ଅଭିଯୋଗ ଆଣିବା ଫଳରେ ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଥିଲା ।
 

ମହଙ୍ଗା ପଡିଲା ଦଳ ବିରୋଧୀ ବୟାନ
 କଂଗ୍ରେସରୁ ବହିଷ୍କୃତ ବରିଷ୍ଠ ନେତା ମହମ୍ମଦ ମୋକିମ୍
ଓପିସିସି ମୋକିମଙ୍କୁ ବହିସ୍କୃତ ନେଇ ଏଆଇସିସିକୁ ଲେଖାଯାଇଥିବା ଚିଠିରେ ଏଆଇସିସି ମୋହର 
ଦଳ ବିରୋଧୀ କାର୍ଯ୍ୟ ପାଇଁ  ମୋକିମଙ୍କୁ ଦଳରୁ ବହିଷ୍କୃତ କରାଯାଇଥିବା ପିସିସି ପକ୍ଷରୁ ସୂଚନା
ମହମ୍ମଦ ମୋକିମଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଛି।
ଭକ୍ତ ଦାସଙ୍କ ସହ ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ
କଂଗ୍ରେସର ପରିଚାଳନା ନେଇ ଅସନ୍ତୋଷ ପ୍ରକାଶ କରି ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ ମୋକିମ୍

ଭକ୍ତ ଦାସ ନିଜ ଦଳ ନୁହେଁ ବରଂ ଅନ୍ୟ ଦଳ ପାଇଁ କାର୍ଯ୍ୟ କରୁଥିବା ଅଭିଯୋଗ ବି ଆଣିଥିଲେ
ଭକ୍ତ ଦାସ ରାଜ୍ୟରେ ଶାସକ ଦଳକୁ ସୁହାଇଲା ଭଳି କାର୍ଯ୍ୟ କରୁଥିବା କହିଥିଲେ ମୋକିମ୍
ପିସିସି ସଭାପତିଙ୍କ ପରିଚାଳନାଗତ ତୃଟି ପାଇଁ ନୂଆପଡ଼ାରେ କଂଗ୍ରେସ ହାରିଲା କହିଥିଲେ
ଓଡ଼ିଶା କଂଗ୍ରେସର ନେତୃତ୍ବ ନେବା ପାଇଁ ଭକ୍ତ ଦାସ ଅନଫିଟ୍ ବୋଲି କହିଥିଲେ ମହମ୍ମଦ 

ଚିଠିରେ ଦଳର ନେତୃତ୍ଵର ନବୀକରଣ କରିବାକୁ ଦାବି କରିଥିଲେ। 
ରାଷ୍ଟ୍ରପତି ନିର୍ବାଚନ ପାଇଁ ୨୦୨୨ରେ ମଧ୍ୟ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲା ଦଳ।
ଚିଠି ହେବା ସହ ଦଳ ବିରୋଧୀ କାର୍ଯ୍ୟରେ ଜଡିତ ବୋଲି ଅଭିଯୋଗ କରିଥିଲା ଦଳ। 
କଂଗ୍ରେସ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବି ଭୋଟ ଦେଇନଥିଲେ ମୋକିମ । 
ବଦଳରେ ବିଜେପି ପ୍ରାର୍ଥୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ ମୋକିମ
ଜୁଲାଇ ୨୦୨୩ରେ  ମୋକିମଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଦଳରୁ ନିଲମ୍ବିତ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe