ନେଇଥିଲେ ଫେରାଇ ଦିଅ, ଆକ୍ସନ ନେବୁନି : ଧରା ପଡ଼ିଲେ...

୪ ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ ବି କଟାଯାଇଛି । ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ

Ration Card Holders

Ration Card Holders Photograph: (kanak News)

କନକ ବ୍ୟୁରୋ: ପାଖପାଖି ୮୦ ହଜାର ଅଯୋଗ୍ୟ ହିତାଧିକାରୀ ଫେରେଇଲେଣି ୧୨ ହଜାରରୁ ଅଧିକ କାର୍ଡ । ଏବେ ବି କାର୍ଡ ଫେରାଉଛନ୍ତି ଅଯୋଗ୍ୟ ହିତାଧିକାରୀ। ସେଥିରୁ ସାଢେ ୪ ହଜାର ସରକାରୀ କର୍ମଚାରୀ କାର୍ଡ ଫେରାଇଛନ୍ତି। ପ୍ରତିଦିନ ୩ ରୁ ୪ ହଜାର ଲୋକ କାର୍ଡ ଫରାଉଛନ୍ତି । ୪ ଲକ୍ଷ ମୃତ ହିତାଧିକାରୀଙ୍କ କାର୍ଡ ବି କଟାଯାଇଛି । ନିଜ ଆଡୁ କାର୍ଡ ଫେରାଇବାକୁ ପୁଣି ଥରେ ଅପିଲ କରିଛନ୍ତି ଯୋଗାଣ ମନ୍ତ୍ରୀ । ଯେଉଁ ମାନଙ୍କର ଗ୍ରାମୀଣ ଅଂଚଳରେ ମାସିକ ୧୦ ହଜାର ଆୟ ଏବଂ ସହରାଞ୍ଚଳରେ ୧୫ ହଜାର ଆୟ ଅଛି ସେମାନେ କାର୍ଡ ଫେରାଇ ଦିଅନ୍ତୁ ବୋଲି ଅପିଲ କରିଛନ୍ତି ।

ସରକାର ଏବେ କୌଣସି କାର୍ଯ୍ୟାନୁଷ୍ଠାନ ନେବେ ନାହିଁ । ଏବେ ଅପିଲ କରୁଛୁ କାର୍ଡ ଫେରାଇବା ପରେ ଆଉ ଥରେ ଯାଞ୍ଚ ହେବ। ଗତକାଲି ପୋର୍ଟାଲ ଖୋଲିବା ପରେ ଦେଢ଼ ହଜାର ନୂଆ ଆବେଦନ ହୋଇଛି । ପୂର୍ବରୁ ୬ ଲକ୍ଷ ଆବେଦନକାରୀ ଅପେକ୍ଷାରେ ଅଛନ୍ତି । ସେମାନଙ୍କୁ ଖୁବଶୀଘ୍ର କାର୍ଡ ଦେବା ପ୍ରକ୍ରିୟା ଆରମ୍ଭ ହେବ । ଆୟକର ଫାଇଲ ଦେଇଥିବା ହିତାଧିକାରୀଙ୍କ ବି ଫିଜିକାଲ ଭେରିଫିକେସନ କରି କଟାଯିବ ବୋଲି ମନ୍ତ୍ରୀ କହିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe