Photograph: (KANAKNEWS)
କନକବ୍ୟୁରୋ : ହାତୀପଲ ଉପରେ ମାଡ଼ିଗଲା ଟ୍ରେନ । ଆସାମରେ ସୈରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଧକ୍କାରେ ୮ଟି ହାତୀର ମୃତ୍ୟୁ ହୋଇଛି । ଏହାସହ ଗୋଟିଏ ହାତୀ ଛୁଆ ଆହତ ହୋଇଛି । ଆସାମର ହୋ-ଯାଇ ଜିଲ୍ଲାରେ ରେଳଟ୍ରାକ ଅତିକ୍ରମ କରୁଥିବା ବେଳେ ଧକ୍କା ଦେଲା ରାଜଧାନୀ ଏକ୍ସପ୍ରେସ । ୮ଟି ହାତୀର ମୃତ୍ୟୁ ହେବା ସହ ଟ୍ରେନର ୫ଟି କୋଚ ଓ ଇଞ୍ଜିନ ଲାଇନଚ୍ୟୁତ ହୋଇଯାଇଛି । ଏତେ ଶକ୍ତ ଧକ୍କା ହୋଇଥିଲା ଯେ ଟ୍ରେନର ୫ଟି କୋଚ ଓ ଇଞ୍ଜିନ ଲାଇନଚ୍ୟୁତ ହୋଇଯାଇଥିଲା ।
ଅଧିକ ପଢନ୍ତୁ... ସାର୍ ! ଚପଲ ଛିଡ଼ିଗଲାଣି.. ମୋତେ ହେଲିକପ୍ଟରଟେ ଦିଅନ୍ତୁ.. ମୁଁ ବିଲକୁ ଯିବି
ହାତୀ କରିଡର ବାହାରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ତେବେ ରେଳଟ୍ରାକରେ ହଠାତ ହାତୀପଲକୁ ଦେଖି, ବ୍ରେକ ଲଗାଇଥିଲେ ଲୋକୋ ପାଇଲଟ । କିନ୍ତୁ ଏତିକି ବେଳକୁ ଟ୍ରେନଟି ହାତୀଙ୍କ ଉପରେ ମାଡ଼ିସାରିଥିଲା । ପୂର୍ବୋତ୍ତର ସୀମାନ୍ତର ଲୁମଡିଙ୍ଗ ଡିଭିଜନରେ ଏହି ଦୁର୍ଘଟଣା ଘଟିଛି । ଗୁଆହାଟୀରୁ ପ୍ରାୟ ୧୫୦କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି ।
ତ୍ତର-ପୂର୍ବ ସୀମାନ୍ତ ରେଳବାଇର ଲୁମଡିଂ ଡିଭିଜନ ଅନ୍ତର୍ଗତ ଜମୁନାମୁଖ-କାମ୍ପୁର ସେକ୍ସନରେ ଡିସେମ୍ବର ୨୦ ତାରିଖ ରାତି ପ୍ରାୟ ୨ଟା ୧୭ ମିନିଟରେ ଏହି ଦୁର୍ଘଟଣା ଘଟିଥିଲା। ଟ୍ରେନ ନମ୍ବର 20507 DN ସାଇରଙ୍ଗ-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଟ୍ରାକରେ ଥିବା ହାତୀମାନଙ୍କୁ ଧକ୍କା ଦେଇଥିଲା, ଯାହା ଫଳରେ ଇଞ୍ଜିନ ଏବଂ ପାଞ୍ଚଟି କୋଚ୍ ଲାଇନଚ୍ୟୁତ ହୋଇଥିଲା । ଘଟଣାସ୍ଥଳ ଗୌହାଟିରୁ ପ୍ରାୟ ୧୨୬ କିଲୋମିଟର ଦୂରରେ ଅବସ୍ଥିତ। ରେଳ କର୍ତ୍ତୃପକ୍ଷ କହିଛନ୍ତି ଯେ, ଏହି ଅଞ୍ଚଳକୁ ହାତୀ କରିଡର ଭାବରେ ଚିହ୍ନିତ କରାଯାଇ ନାହିଁ ।
ରେଳଟ୍ରାକ ଉପରେ ହାତୀଙ୍କ ମୃତଦେହ ପଡ଼ିଥିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ହାତୀକୁ ଆକ୍ରମଣ ପରେ ହାତୀଙ୍କ ପାଲଟା ଆକ୍ରମଣ । ଝାଡ଼ଖଣ୍ଡରେ ୬ ମୃତ । ହାତୀ ଆକ୍ରମଣରେ ଝାଡ଼ଖଣ୍ଡର ରାମଗଡ଼ ଅଞ୍ଚଳରେ ଗତ ୭୨ ଘଣ୍ଟା ମଧ୍ୟରେ ୬ ଜଣ ପ୍ରାଣ ହରାଇଛନ୍ତି । ପୂର୍ବରୁ ହାତୀ ଆକ୍ରମଣରେ ୪ ଜଣ ପ୍ରାଣ ହରାଇଥିବା ବେଳେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ହୋଇଛି । ବନ ବିଭାଗ ଅଧିକାରୀଙ୍କ ସୂଚନା ଅନୁସାରେ, କିଛି ଲୋକ ହାତୀପଲ ଉପରେ ଧନୁତୀରରେ ଆକ୍ରମଣ କରିଥିଲେ ।
ଏଥିରେ ଗୋଟିଏ ହାତୀ ଆହତ ହୋଇଥିଲା । ଆହତ ହାତୀର ଚିକିତ୍ସା ପାଇଁ ତାକୁ ଏପର୍ଯ୍ୟନ୍ତ ଚିହ୍ନଟ କରାଯାଇପାରିନାହିଁ । ତେବେ ଆକ୍ରମଣ ପରେ ହାତୀପଲ ଆକ୍ରାମକ ହୋଇଉଠିଛନ୍ତି । ଯାହାକୁ ପାଉଛନ୍ତି, ତାକୁ ଆକ୍ରମଣ କରୁଛନ୍ତି । ଲୋକମାନେ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।
ହାତୀକୁ ଆକ୍ରମଣ ପରେ ହାତୀଙ୍କ ପାଲଟା ଆକ୍ରମଣ
ଝାଡ଼ଖଣ୍ଡରେ ୭୨ ଘଣ୍ଟା ମଧ୍ୟରେ ୬ ଜଣଙ୍କ ମୃତ୍ୟୁ
ଝାଡ଼ଖଣ୍ଡ ରାମଗଡ଼ ଅଞ୍ଚଳରେ ଭୟର ବାତାବରଣ
କିଛିଲୋକ ହାତୀପଲ ଉପରେ ଆକ୍ରମଣ କରିଥିଲେ
ଆକ୍ରମଣ ପରେ ହାତୀପଲ ଆକ୍ରାମକ ହୋଇଉଠିଛନ୍ତି
ଯାହାକୁ ପାଉଛନ୍ତି, ତାକୁ ଆକ୍ରମଣ କରୁଛନ୍ତି ହାତୀ
ଲୋକମାନେ ସତର୍କ ରହିବା ପାଇଁ ପ୍ରଶାସନର ପରାମର୍ଶ
--
Follow Us