କନକ ବ୍ୟୁରୋ: ଆଜି ଥଲାଇବାଙ୍କ ଜନ୍ମଦିନ । ଡିସେମ୍ବର ୧୨ରେ ନିଜର ୭୫ତମ ଜନ୍ମଦିନ ପାଳୁଛନ୍ତି ସାଉଥ ମେଗା ଷ୍ଟାର ରଜନୀକାନ୍ତ । ପ୍ରଶଂସକଙ୍କଠୁ ସମ୍ପର୍କୀୟ ।ପ୍ରଧାନମନ୍ତ୍ରୀଙ୍କଠୁ ନେଇ ତାମିଲନାଡୁ ରାଜନେତା ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି । ରଜନୀକାନ୍ତ । କେବଳ ନାଁ ହିଁ ଯଥେଷ୍ଟ । ଡାଇଲଗ ଠୁ ଆକ୍ସନ, ରୋମାନ୍ସଠୁ ଦାଦାଗିରି । ବଡ ପରଦାକୁ ଯେଉଁ ଚରିତ୍ର ସହ ଓହ୍ଲାଇନ୍ତି ତାକୁ ସୁପରହିଟ କରିଦିଅନ୍ତି । ନିଜ ଠାରୁ ବେଶ କମ ବୟସ୍କ ନାୟିକା ହୁଅନ୍ତୁ ବା ସମବୟସ୍କ । ସମସ୍ତଙ୍କ ସହ ଅନସ୍କ୍ରିନରେ କରନ୍ତି ଆକର୍ଷଣୀୟ ଅଭିନୟ । ୭ରୁ ୭୦, ସବୁ ବର୍ଗର ଦର୍ଶକଙ୍କ ଦିଲରେ ରାଜ କରନ୍ତ ତାମିଲ ସିନେମାର ବିଗ ବସ ।
ଅଧିକ ପଢନ୍ତୁ : ହାପି ବାର୍ଥ ଡେ’ ରାଜନୀକାନ୍ତ । ୭୧ ବର୍ଷରେ ବି ଲକ୍ଷଲକ୍ଷ ହୃଦୟର ରାଜା
ରଜନୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ତାଙ୍କ ଚେନ୍ନାଇ ବାସଭବନ ବାହାରେ ପ୍ରଶଂସକଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଛି । ପ୍ରିୟ ଅଭିନେତାଙ୍କ ସୁଖ ସମୃଦ୍ଧି ଓ ଦୀଘାୟୁ କାମନା କରି ପ୍ରଶଂସକ କରିଛନ୍ତି ପୂଜାପାଠ ହୋମଯଜ୍ଞ । ସେପଟେ ସୋସିଆଲ ମିଡିଆ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ମୋଦୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ରଜନୀଙ୍କ ଦୀଘାୟୁ ଓ ସୁସ୍ଥ ଜୀବନ କାମନା କରିଛନ୍ତି ।
ସହ-ଅଭିନେତାରୁ ଫିଲ୍ମ ଆରମ୍ଭ କରିଥିବା ରଜନୀକାନ୍ତ ୫ଦଶକ ଭିତରେ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଭେଟି ଦେଇ ବନିପାରିଛନ୍ତି ସାଉଥ ମେଗାଷ୍ଟାର । ଦକ୍ଷିଣ ଭାରତ ସହ ବଲିଉଡ, ହଲିଉଡ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷାଭାଷୀ ସିନେମାରେ ତାଙ୍କର ଚମତ୍କାର ଅଭିନୟ ରହିଛି । ତେବେ ଏତେ ବଡ କଳାକାରଙ୍କ ସିନେମା ତାଲିକା ଗଣିବା କାହା ପକ୍ଷରେ ସମ୍ଭବ ନୁହେଁ । ତେବେ ରଜନୀଙ୍କ ଅଭିନୟ କ୍ୟାରିୟର ଯେତିକି ବଡ, ସେତିକି ଲମ୍ବା ତାଲିକା ଆୱାର୍ଡ ଓ ସମ୍ମାନର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/12/rajinikanth-2025-12-12-21-54-07.jpg)