୭୩ବର୍ଷ ବୟସରେ ପାଦ ଦେଲେ ମେଗାଷ୍ଟାର ରଜନୀକାନ୍ତ । ପୂଜାପାଠ କରି, କେକ କାଟି ଶୁଭେଚ୍ଛା ଜଣାଇଲେ ପ୍ରଶଂସକ

86

କନକ ବ୍ୟୁରୋ : ଦକ୍ଷିଣ ଭାରତ ସିନେମାର ସବୁଠୁ ଲୋକପ୍ର୍ରିୟ ସବୁଠୁ ଅଧିକ ସଫଳ ଓ ସବୁଠୁ ଅଧିକ ଲୋକଙ୍କ ହୃଦୟରେ ରାଜ କରୁଥିବା ମେଗାଷ୍ଟାର ରଜନୀକାନ୍ତ ଡିସେମ୍ବର ୧୨ ତାରିଖରେ ବୟସର ଆଉ ଏକ ସୋପାନରେ ପହଁଚିଛନ୍ତି । ଜନ୍ମଦିନ ଅବସରରେ ରଜନୀଙ୍କୁ ଛୁଟିଛି ଶୁଭେଚ୍ଛାର ସୁଅ । ସୋସିଆଲ ମିିଡିଆଠୁ ନେଇ ଚେନ୍ନାଇସ୍ଥିତ ବାସଭବନ ।ସବୁଠି ପହଁଚି ନିଜ ନିଜ ତରିକାରେ ପ୍ରିୟ ଅଭିନେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଶଂକ । ସେପଟେ କିଛି ସ୍ଥାନରେ ରଜନୀଙ୍କ ସୁଖ ସମୃଦ୍ଧି ଓ ଦୀଘାୟୁ କାମନା କରି ଆୟୋଜିତ ହୋଇଛି ପୂଜାପାଠ ହୋମଯଜ୍ଞ । ପ୍ରଥମେ ସହ ଅଭିନେତା ଭାବେ ଅଭିନୟ ଆରମ୍ଭ କରିଥିବା ରଜନୀକାନ୍ତ ପରେ ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଫିଲ୍ମ ଭେଟି ଦେଇ ପାଲଟିଛନ୍ତି ସାଉଥର ସୁପରଷ୍ଟାର । କେବଳ ଦକ୍ଷିଣଭାରତୀୟ ଚଳଚିତ୍ରରେ ସୀମିତ ନରହି ବିଭିନ୍ନ ଭାଷାଭାଷୀ ସିନେମାରେ ରଜନୀଙ୍କ ଚମକ୍ରାର ଅଭିନୟ କରିଛନ୍ତି । ସିନେମା ତାଲିକା ଯେତେ ଗଣିଲେ ବି କମ ପଡିବ । ନିକଟରେ ତାଙ୍କ ଅଭିନିତ ସିନେମା ‘ଜେଲର’ ବକ୍ସଅଫିସରେ ସଫଳ ପ୍ରଦର୍ଶନ କରି ରେକର୍ଡ କରିଥିଲା । ଦୀର୍ଘ ୪ ଦଶକରୁ ଅଧିକ ସମୟ ଧରି ସିନେମା ଜଗତରେ ରାଜ୍ କରୁଛନ୍ତି ରଜନୀକାନ୍ତ । ପୁରା ଦେଶରେ ରଜନୀକାନ୍ତଙ୍କ ଫ୍ୟାନ୍ସ ଜନ୍ମଦିନକୁ ଖୁବ୍ ଧୁମଧାମରେ ପାଳିଛନ୍ତି । ନିଜ ପ୍ରିୟ ଅଭିନେତାଙ୍କ ଝଲକ ପାଇବାକୁ ରଜନୀକାନ୍ତଙ୍କ ଘର ଆଗରେ ପୋଷ୍ଟର ଧରି ଭିଡ ଜମାଇଛନ୍ତି ଫ୍ୟାନ୍ସ ।