Death Photograph: (Kanak News)
କନକ ବ୍ୟୁରୋ : ରାୟଗଡ଼ାରେ ଚାଞ୍ଚଲ୍ୟ, ଅପହରଣ ପରେ ୭ବର୍ଷର ଶିଶୁପୁତ୍ରକୁ ଗଳାକାଟି ହତ୍ୟା । ବିଳମ୍ବିତ ରାତିରେ ହାତଗୋଡ଼ ବନ୍ଧା ଅବସ୍ଥାରେ ଘର ପଛପଟୁ ମୃତଦେହ ଉଦ୍ଧାର । ବିଷମକଟକ ଚାଟିକଣା ଅଞ୍ଚଳରୁ ଏଭଳି ଛାତିଥରା ଘଟଣା ସାମ୍ନାକୁ ଆସିଛି । ମୃତ ନାବାଳକ ଚାଟିକଣା ପୁରୁଣା ଷ୍ଟେସନ ସାହିର ପୁରୁଷୋତ୍ତମ ଗନ୍ତାୟତଙ୍କ ସାତ ବର୍ଷ ପୁଅ ଋଷି ଗନ୍ତାୟତ । ଋଷିକୁ କେହି ଜଣେ ଅପହରଣ କରିନେବା ପରେ ସମ୍ପର୍କୀୟଙ୍କୁ ଅଜଣା ନମ୍ବରରୁ ମେସେଜ କରି ଟଙ୍କା ମାଗିଥିଲା । ଏନେଇ ପୁଲିସକୁ କିମ୍ବା କାହାକୁ ଜଣାଇଲେ ପାଇଁ ସ୍ଥିତି ଖରାପ ହେବ ବୋଲି ଧମକ ଦିଆ ଯାଇଥିଲା । ପରିବାର ବର୍ଗ ଓ ସମ୍ପର୍କୀୟ ଶୁକ୍ରବାର ଦିନ ତମାମ ଶିଶୁଟିକୁ ଖୋଜାଖୋଜି କରିଥିଲେ ମଧ୍ୟ ଠିକଣା ପାଇନଥିଲେ ।
ଅଧିକ ପଢନ୍ତୁ : ପୁଅକୁ ବିକିଦେଲା ବାପା;ଟଙ୍କା ପାଇଁ ଅଢ଼େଇ ବର୍ଷର ଶିଶୁପୁତ୍ରକୁ ଜଣେ ଡାକ୍ତରଙ୍କୁ ବାପା ବିକି ଦେଇଥିବା ଅଭିଯୋଗ
ତେବେ ବିଳମ୍ବିତ ରାତିରେ ଘର ପଛ ପାର୍ଶ୍ବରୁ ବସ୍ତା ଭିତରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଋଷିର ମୃତଦେହ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି ବିଷମକଟକ ପୁଲିସ । ରାତି ହୋଇଥିବାରୁ ବିଶେଷ ତଥ୍ୟ ମିଳିପାରି ନାହିଁ, ସାଇଣ୍ଟିଫିକ ଟିମ ଆସିଲା ପରେ ତଦନ୍ତ ଆଗକୁ ଯିବ । ପ୍ରାରମ୍ଭିକ ତଦନ୍ତରେ କେହି ସମ୍ପର୍କୀୟ ଏହି ଘଟଣାରେ ଲିପ୍ତ ଥିବା ସନ୍ଦେହ ପ୍ରକାଶ କରିଛି ସ୍ଥାନୀୟ ପୁଲିସ୍ ।
Follow Us