କନକ ବ୍ୟୁରୋ:ବାଲେଶ୍ବର ନୀଳଗିରି ଥାନା ଅଞ୍ଚଳରେ ଅଭାବନୀୟ ଘଟଣା। ଅଢ଼େଇ ବର୍ଷର ଶିଶୁ ପୁତ୍ରକୁ ବିକି ଦେଲା ବାପା । ପୁଅକୁ ବାପା ଜଣେ ଡାକ୍ତରଙ୍କୁ ବିକି ଦେଇଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ନୀଳଗିରି ଏନଏସି ବରିସାହି ଅଞ୍ଚଳର କୁଆ ଓରଫ ରାକେଶ ନାମକ ଯୁବକ ତାଙ୍କ ଅଢ଼େଇ ବର୍ଷର ଶିଶୁକୁ ୨ ଦିନ ପୂର୍ବରୁ ଷ୍ଟେସନସାହି ଅଞ୍ଚଳରେ ପହଞ୍ଚାଇଥିଲେ। ସେଠାରେ ଅନ୍ୟ ସମ୍ପ୍ରଦାୟର ଲୋକଙ୍କୁ ଛୁଆକୁ ଦେଇଥିଲେ । ସେମାନେ ମୂଲଚାଲ କରି ଶିଶୁ ବିକ୍ରିଥିଲେ ।
ଯାହାର ଏକ ଭିଡିଓ ପ୍ରଘଟ ହେବା ପରେ ମହେଶ୍ବର ଗୋଛାୟତ ନାମକ ଜଣେ ଯୁବକ ଏହା ବିରୋଧରେ ନୀଳଗିରି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ୫୦ ହଜାର ଟଙ୍କା ନେଇ ଜଣେ ଡାକ୍ତରଙ୍କ ହାତରେ ପିଲାଟିକୁ ଟେକି ଦେଇଥିବା ଅଭିଯୋଗ ହୋଇଛି । ଆଇନ ବିରୋଧୀ କାର୍ଯ୍ୟ କରିଥିବା ଏବଂ ଅନ୍ୟ ସମ୍ପ୍ରଦାୟ ହାତରେ ପିଲାକୁ ବିକ୍ରି କରିଥିବା ଅଭିଯୋଗ କରି ପୁଲିସ ପିଲାର ବାପାଙ୍କ ପାଖରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଛି ।
ଆହୁରି ପଢ଼ନ୍ତୁ:ସାମ୍ବାଦିକଙ୍କ ମାଙ୍କୁ ଖୋଜୁଛି ଏଫବିଆଇ: ସୂଚନା ଦେଲେ ମିଳିବ ଏକଲକ୍ଷ ଡଲାର
ସେପଟେ ୧ ଲକ୍ଷ ଟଙ୍କାରେ ଶିଶୁ ବିକ୍ରି ପାଇଁ ଚୁକ୍ତି ହୋଇଥିବାବେଳେ ବାପା ଜଣକ ୫୦ ହଜାର ଟଙ୍କା ଅଗ୍ରୀମ ଆଣିଥିବା ସୂଚନା ମିଳିଛି । ସେପଟେ ଅଭିଯୁକ୍ତ ବାପାର ପରିବାର ଲୋକଙ୍କ କହିବା କଥା, ବିକ୍ରି କରାଯାଇଥିବା ଶିଶୁ ଟି ରାକେଶର ଦ୍ବିତୀୟ ସ୍ତ୍ରୀର ପୁଅ। ରାକେଶର ପ୍ରଥମ ସ୍ତ୍ରୀ ସହ ଦୁଇଟି ସନ୍ତାନ ଥିବାବେଳେ, ଦ୍ୱିତୀୟ ସ୍ତ୍ରୀ ସହ ମଧ୍ୟ ଦୁଇଟି ସନ୍ତାନ ରହିଛି। ଆଉ ଦ୍ୱିତୀୟ ସ୍ତ୍ରୀର ଅଢ଼େଇ ବର୍ଷର ପୁଅକୁ ରାକେଶ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/14/7pm4-2026-02-14-20-45-08.jpg)