କନକ ବ୍ୟୁରୋ : ଗଞ୍ଜାମର ପୋଡ଼ମପେଟାରେ ଭିଡ଼ ଜମାଇଛନ୍ତି ବିରଳ ଅଲିଭ ରିଡଲେ କଇଁଛ । ବଟେଶ୍ୱର ମନ୍ଦିର ନିକଟସ୍ଥ ସମୁଦ୍ର ବେଳାଭୂମିରେ ଚାଲିଛି ଗଣ ଅଣ୍ଡାଦାନ । ଋଷିକୁଲ୍ୟା ନଦୀ ମୁହାଣ ସଂଲଗ୍ନ ନୀଳ ସମୁଦ୍ର ତଟରେ ଲକ୍ଷାଧିକ କଇଁଛ ଗଣ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ଏଠାରେ ପ୍ରାକୃତିକ ଭାବେ ନୂଆ ବେଳାଭୂମି ସୃଷ୍ଟି ହୋଇଥିବାରୁ ଏହି ସ୍ଥାନକୁ ସୁରକ୍ଷିତ ମଣିଛନ୍ତି ଅଲିଭ ରିଡଲେ କଇଁଛ । ସେପଟେ କଇଁଛଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୫ କିମି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଶହେ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ୫୦ଟି ସେଗମେଣ୍ଟ୍ ସହ ୮ଟି କୃତ୍ରିମ ପ୍ରଜନନ କେନ୍ଦ୍ର କରାଯାଇଛି। ୨ କିଲୋମିଟର ପର୍ୟ୍ୟନ୍ତ ସୁରକ୍ଷା ବାଡ଼ ବୁଲାଯାଇଛି। ବନ ଅଧିକାରୀଙ୍କ ତତ୍ତ୍ୱାବଧାନରେ ସମୁଦ୍ରରେ ପାଟ୍ରୋଲିଂ କରାଯାଉଛି। ବିଭିନ୍ନ ପର୍ୟ୍ୟାୟରେ ୧୪୦ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେଇଛନ୍ତି। ଗତବର୍ଷ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଗଣଅଣ୍ଡାଦାନ ହୋଇ ନଥିଲା। ପ୍ରାୟ ୨ ହଜାର କଇଁଛ ଅଣ୍ଡାଦାନ କରିଥିଲେ। କିନ୍ତୁ ଚଳିତ ବର୍ଷ ଋଷିକୁଲ୍ୟା ମୁହାଣରେ ଏକାଠି ହୋଇଛନ୍ତି ଲକ୍ଷ ଲକ୍ଷ କଇଁଛ ।
ଗଂଜାମ ପୋଡମପେଟାରେ ଭିଡ ଜମାଇଛନ୍ତି ଅଲିଭ ରିଡଲେ । ଋଷିକୂଲ୍ୟା ମୁହାଣରେ ଚାଲିଛି ଗଣ ଅଣ୍ଡାଦାନ
ଏଠାରେ ପ୍ରାକୃତିକ ଭାବେ ନୂଆ ବେଳାଭୂମି ସୃଷ୍ଟି ହୋଇଥିବାରୁ ଏହି ସ୍ଥାନକୁ ସୁରକ୍ଷିତ ମଣିଛନ୍ତି ଅଲିଭ ରିଡଲେ କଇଁଛ । ସେପଟେ କଇଁଛଙ୍କ ସୁରକ୍ଷା ପାଇଁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ୫ କିମି ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହୋଇଛି। ଶହେ ମିଟର ବ୍ୟବଧାନରେ ଗୋଟିଏ ଲେଖାଏଁ ୫୦ଟି ସେଗମେଣ୍ଟ୍ ସହ ୮ଟି କୃତ୍ରିମ ପ୍ରଜନନ କେନ୍ଦ୍ର କରାଯାଇଛି।
/kanak/media/media_files/2025/02/20/jLlePumzerFcfMTGX11p.jpg)