ମୟୁରଭଞ୍ଜ କୁଳଡିହାରେ ଜଣେ ସରକାରୀ ଶିକ୍ଷକଙ୍କ ସହ ୬ଶିକାରୀ ଗିରଫ: ୧୩ଟି ବଜ୍ରକାପ୍ତା କାତି, ୮ଟି ମୋବାଇଲ ଜବତ

Advertisment

୧୩ଟି ବଜ୍ରକାପ୍ତା କାତି, ୮ଟି ମୋବାଇଲ ସହ ୩ଟି ବାଈକ ଜବତ । ଗତ ଜାନୁଆରୀ ୨୨ତାରିଖରେ ଏକ ଧରାପଡିଥିଲେ ଆଉ ଏକ ଶିକାରୀ ଗ୍ୟାଙ୍ଗ ।

୧୩ଟି ବଜ୍ରକାପ୍ତା କାତି, ୮ଟି ମୋବାଇଲ ସହ ୩ଟି ବାଈକ ଜବତ । ଗତ ଜାନୁଆରୀ ୨୨ତାରିଖରେ ଏକ ଧରାପଡିଥିଲେ ଆଉ ଏକ ଶିକାରୀ ଗ୍ୟାଙ୍ଗ ।

bird hunters

bird hunters Photograph: (Google)

କନକ ବ୍ୟୁରୋ; ମୟୁରଭଞ୍ଜ କୁଳଡିହାରେ ପୁଣି ୬ଶିକାରୀ ଗିରଫ । ଜଣେ ସରକାରୀ ଶିକ୍ଷକ ଗିରଫ । ଜଙ୍ଗଲୀଜନ୍ତୁଙ୍କ ଦେହାବଶେଷ ସହ ମୋବାଇଲ୍ ଓ ମଟରସାଇକେଲ ଉଦ୍ଧାର। କୁଳଡିହା ବନବିଭାଗ ଦ୍ୱାରା ବାରମ୍ବାର ଚଢ଼ାଉ ଜାରିରହିଥିବା ବେଳେ ଅଧିକାଂଶ ସମୟରେ ଶିକାରୀ ଧରାପଡ଼ିବା ଏବଂ ଗିରଫହେବା ସାମ୍ନାକୁ ଆସିଛି। ଗତ ଜାନୁଆରୀ ୨୨ତାରିଖରେ ଏକ ଶିକାରୀ ଗ୍ୟାଙ୍ଗକୁ କୁଳଡିହା ରେଞ୍ଜର ସୁବ୍ରତ ବେହେରା ଧରିବାରେ ସକ୍ଷମ ହୋଇଥିଲେ । 

ଅଧିକ ପଢନ୍ତୁ;  ଶିମିଳିପାଳ ବାଘ ସଂରକ୍ଷିତ ଜଙ୍ଗଲରୁ ଦୁଇ ଶିକାରୀ ଗିରଫ : ଟ୍ରାପ୍ କ୍ୟାମେରା ସହାୟତାରେ ଧରାପଡ଼ିଲେ ଶିକାରୀ

ଏହି ଘଟଣାର ତଦନ୍ତ ଜାରି ରହିଥିବା ବେଳେ ଆଜି  ୬ଶିକାରୀଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ୧୩ଟି ବଜ୍ରକାପ୍ତା କାତି, ୮ଟି ମୋବାଇଲ ସହ ୩ଟି ମଟରସାଇକେଲ ଜବତ କରାଯାଇଛି। ତେବେ ଏହି ରାକେଟରେ ୨ସପ୍ତାହ ମଧ୍ୟରେ  ମୋଟ ୧୧ଜଣ ଗିରଫ ହୋଇ କୋର୍ଟଚାଲାଣ ହୋଇଛନ୍ତି। ଆଜି ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କ ମଧ୍ୟରେ ଜଣେ ସହକାରୀ ଶିକ୍ଷକ ଥିବା ବନବିଭାଗ ସୂଚନା ଦେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe