ଯୁଦ୍ଧ ବିଭୀଷିକା ମଧ୍ୟରେ ସ୍ୱଦେଶ ଫେରିଲେ ୫୨ ହଜାର ଭାରତୀୟ, ଉଦ୍ଧାର କାର୍ଯ୍ୟ ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

Advertisment

ଶନିବାର ବିଳମ୍ଵିତ ରାତିରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରିକରି କୁହାଯାଇଛି ଯେ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ନିରନ୍ତର ନଜର ରହିଛି ଏବଂ ସେଠାରେ ଫସି ରହିଥିବା ନାଗରିକଙ୍କୁ ବାହର କରିବା ପାଇଁ ପ୍ରୟାସ ଜାରି ରହିଛି

ଶନିବାର ବିଳମ୍ଵିତ ରାତିରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରିକରି କୁହାଯାଇଛି ଯେ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ନିରନ୍ତର ନଜର ରହିଛି ଏବଂ ସେଠାରେ ଫସି ରହିଥିବା ନାଗରିକଙ୍କୁ ବାହର କରିବା ପାଇଁ ପ୍ରୟାସ ଜାରି ରହିଛି

08bbs_39_08032026_111

କନକ ବ୍ୟୁରୋ :  ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ବିଭୀଷିକା ମଧ୍ୟରେ ପଶ୍ଚିମ ଏସୀୟ ଅଞ୍ଚଳରୁ ୫୨,୦୦୦ରୁ ଅଧିକ ଭାରତୀୟ ନିଜ ଦେଶକୁ ଫେରିଛନ୍ତି। କେବଳ ମାର୍ଚ୍ଚ ୧ ରୁ ୭ ତାରିଖ ମଧ୍ୟରେ ପ୍ରାୟ ୩୨,୧୦୭ ଜଣ ଭାରତୀୟ ବିଭିନ୍ନ ଭାରତୀୟ ଏୟାରଲାଇନ୍ସ ମାଧ୍ୟମରେ ସୁରକ୍ଷିତ ଭାବେ ଦେଶକୁ ଫେରିଛନ୍ତି। ଏହା ବ୍ୟତୀତ ବାକି ୨୦,୦୦୦ରୁ ଅଧିକ ନାଗରିକ ବିଦେଶୀ କମର୍ସିଆଲ୍ ଫ୍ଲାଇଟ୍ ଏବଂ ଅଣ-ଅନୁସୂଚିତ (ନନ୍-ସ୍କେଡ୍ୟୁଲ) ବିମାନ ଯୋଗେ ଭାରତରେ ପହଞ୍ଚିଛନ୍ତି। 

ଅଧିକ ପଢନ୍ତୁ...ଘମାଘୋଟ ଯୁଦ୍ଧ ଭିତରେ ଆସିଲା ଦାଦନ ଯନ୍ତ୍ରଣାର ଚିତ୍ର, କତାରରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

ଶନିବାର ବିଳମ୍ଵିତ ରାତିରେ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃତ୍ତି ଜାରିକରି କୁହାଯାଇଛି ଯେ ପଶ୍ଚିମ ଏସିଆର ପରିସ୍ଥିତି ଉପରେ ନିରନ୍ତର ନଜର ରହିଛି ଏବଂ ସେଠାରେ ଫସି ରହିଥିବା ନାଗରିକଙ୍କୁ ବାହର କରିବା ପାଇଁ ପ୍ରୟାସ ଜାରି ରହିଛି। ଆଗାମୀ ଦିନରେ ଆହୁରି ଅଧିକ ସ୍ୱତନ୍ତ୍ର ବିମାନ ଉଡ଼ାଣ ଯୋଜନା କରାଯାଇଛି। ଯେଉଁ ଦେଶଗୁଡ଼ିକରେ ବାଣିଜ୍ୟିକ ବିମାନ ଉଡ଼ାଣ ବର୍ତ୍ତମାନ ବନ୍ଦ ରହିଛି, ସେହି ଦେଶଗୁଡ଼ିକର ଲୋକମାନଙ୍କୁ ନିକଟତମ ବିମାନବନ୍ଦରରେ ପହଞ୍ଚିବାକୁ ପରାମର୍ଶ ଦିଆଯାଉଛି। ମନ୍ତ୍ରଣାଳୟ ସେହି ଅଞ୍ଚଳର ସମସ୍ତ ଭାରତୀୟ ନାଗରିକଙ୍କୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶାବଳୀ ଓ ଭାରତୀୟ ମିଶନ ଦ୍ୱାରା ଜାରି ପରାମର୍ଶ ପାଳନ କରିବାକୁ ଅନୁରୋଧ କରିଛି। ବିଦେଶରେ ଥିବା ଭାରତୀୟ ନାଗରିକଙ୍କ ସୁରକ୍ଷା ଓ କଲ୍ୟାଣ ସରକାରଙ୍କ ପାଇଁ ସର୍ବୋଚ୍ଚ ପ୍ରାଥମିକତା ଏବଂ ସହାୟତା ଆବଶ୍ୟକ କରୁଥିବା ସମସ୍ତଙ୍କୁ ସୁବିଧା ଯୋଗାଇବା ପାଇଁ ସେହି ଅଞ୍ଚଳର ସରକାରଙ୍କ ସହିତ ଯୋଗାଯୋଗ କରାଯାଉଛି ବୋଲି ମନ୍ତ୍ରଣାଳୟ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe