କନକ ବ୍ୟୁରୋ :  ମଧ୍ୟ ପ୍ରାଚ୍ୟରେ ଘମାଘୋଟ ଯୁଦ୍ଧ ଭିତରେ ଆସିଲା ଦାଦନ ଯନ୍ତ୍ରଣାର ଚିତ୍ର । କତାରରେ ଦାଦନ ଶ୍ରମିକ ମୃତ୍ୟୁ। ବିମାନ ଚଳାଚଳ ବନ୍ଦ ଥିବା ଯୋଗୁଁ କେମିତି ଗାଁକୁ ଆସିବ ମର ଶରୀର ସେ ନେଇ ଚିନ୍ତାରେ ପରିବାର । ସେପଟେ କେମିତି ହେଲା ମୃତୁ ତାକୁ ନେଇ ସନ୍ଦେହ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳ ରେ ପୁଣି ପହଁଚିଛି ଦାଦନ ଦୁଃଖ କାହାଣୀ। କାତାର ଦୋହା ରେ ଚାଲିଗଲା ଓଡ଼ିଆ ଦାଦନ ଶ୍ରମିକ ଙ୍କ ଜୀବନ । ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ନାଇକାଣିପଲ୍ଲୀ ଗ୍ରାମର ଜୟ ଖୁଣ୍ଟିଆ ଙ୍କ ପୁଅ କୁନା ଖୁଣ୍ଟିଆ ୪ ମାସ ତଳେ କାତାର ଦୋହା ସହର କୁ କାମ କରିବାକୁ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ। ରୋଜଗାର କରି ଯାହା କିଛି ଟଙ୍କା ପଠାଉଥିଲେ, ସେଥିରେ ଘର ଚଳୁଥିଲା। ତାଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବା ବେଳେ ବାପା ଜୟ ଖୁଣ୍ଟିଆ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି।

Advertisment

ଅଧିକ ପଢନ୍ତୁ...ୟୁଏଇରେ ଫଟୋଗ୍ରାଫି କରନ୍ତୁ ନାହିଁ: ଯୁଦ୍ଧ ମଧ୍ୟରେ ଭାରତୀୟଙ୍କ ପାଇଁ ପରାମର୍ଶବଳୀ ଜାରି

କୁନା ଗତକାଲି କମ୍ପାନୀରୁ କାମ ସାରି ସେ ରହୁଥିବା ଆରଜେଣ୍ଟିନା କେମ୍ପକୁ ଫେରିଥିଲେ। ରାତି ରେ ଖାଇ ସାରି ଶୋଇଥିବା ବେଳେ ସକାଳୁ ଆଉ ଉଠି ନଥିଲେ । ରୁମ ରେ ରହୁଥିବା ସାଥି ଶ୍ରମିକ ମାନେ ତାଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଆଜି ସକାଳୁ ଏହି ଦୁଃଖଦ ଖବର ପହଞ୍ଚିବା ପରେ ଗ୍ରାମ ରେ ଏକ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିବାର ବର୍ଗ ଙ୍କ କାନ୍ଦ ବୋବାଳି ରେ ଘର ଫାଟି ପଡୁଥିଲା। କାତାର ଦୋହାରୁ କୁନାଙ୍କ ମର ଶରୀର ପରିବାର ନିକଟକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ତାଙ୍କ ବାପା, ମାଆ ଓ ଦୁଇ ଭଉଣୀ ଆକୁଳ ନିବେଦନ କରିଛନ୍ତି । ତେବେ ଯୁଦ୍ଧ ଭିତରେ ଉଡାଜାହାଜ ଉଡାଣ ବନ୍ଦ ଥିବା ବେଳେ କୁନାଙ୍କ ମରଶରୀର କେମିତି ଗାଁ ରେ ପହଞ୍ଚିବ ସେ ନେଇ ପରିବାର ଲୋକ ଚିନ୍ତା ରେ ରହିଛନ୍ତି ।