ପାଣିରେ ପଡ଼ିଛି ୫୦ ଲକ୍ଷ; କୋରାପୁଟରେ ଖତ ଖାଉଛି ଆଞ୍ଚଳିକ ସାଧନା କେନ୍ଦ୍ର

Advertisment

ଯୁଆଡ଼େ ଚାହିଁବେ ବଣବୁଦା । ଗଛଲତା କୋଠାରେ ମାଡ଼ିଗଲାଣି । ଏହାରି ଭିତରେ ଲୁଚିଛି ପ୍ରଶାସନର ଆଉ ଏକ ଦାୟିତ୍ୱହୀନତାର ଚିତ୍ର । କୋରାପୁଟର ଅଫିସର୍ସ କଲୋନୀ ମଧ୍ୟରେ ଥିବା ବିଶାଳ ଆଞ୍ଚଳିକ ସାଧନ କେନ୍ଦ୍ର । କେଉଁଠି ପାଣି ଟାଙ୍କି ଭାଙ୍ଗିଯାଇଛି, ଶିଉଳି ଲାଗି କୋଠାର ରଙ୍ଗ ବି ଜାଣିହେଉନି ।

ଯୁଆଡ଼େ ଚାହିଁବେ ବଣବୁଦା । ଗଛଲତା କୋଠାରେ ମାଡ଼ିଗଲାଣି । ଏହାରି ଭିତରେ ଲୁଚିଛି ପ୍ରଶାସନର ଆଉ ଏକ ଦାୟିତ୍ୱହୀନତାର ଚିତ୍ର । କୋରାପୁଟର ଅଫିସର୍ସ କଲୋନୀ ମଧ୍ୟରେ ଥିବା ବିଶାଳ ଆଞ୍ଚଳିକ ସାଧନ କେନ୍ଦ୍ର । କେଉଁଠି ପାଣି ଟାଙ୍କି ଭାଙ୍ଗିଯାଇଛି, ଶିଉଳି ଲାଗି କୋଠାର ରଙ୍ଗ ବି ଜାଣିହେଉନି ।

Regional Resource Centre

Regional Resource Centre Photograph: (Kanak News)

କନକ ବ୍ୟୁରୋ : ୫୦ଲକ୍ଷ ଟଙ୍କାରେ ନିର୍ମିତ ଆଞ୍ଚଳିକ ସାଧନ କେନ୍ଦ୍ର ବ୍ୟବହାର ନହୋଇ ଭୂତ କୋଠିରେ ପରିଣତ ହୋଇଛି । ବ୍ୟବହାର ହେଉନଥିବା ଯୋଗୁଁ ଜଙ୍ଗଲିଆ ପରିବେଶ ସୃଷ୍ଟି ହୋଇଯାଇଛି । ମଦ୍ୟପଙ୍କ ଆଡ୍ଡା ପାଲଟିଛି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ଯୁଆଡ଼େ ଚାହିଁବେ ବଣବୁଦା । ଗଛଲତା କୋଠାରେ ମାଡ଼ିଗଲାଣି । ଏହାରି ଭିତରେ ଲୁଚିଛି ପ୍ରଶାସନର ଆଉ ଏକ ଦାୟିତ୍ୱହୀନତାର ଚିତ୍ର । କୋରାପୁଟର ଅଫିସର୍ସ କଲୋନୀ ମଧ୍ୟରେ ଥିବା ବିଶାଳ ଆଞ୍ଚଳିକ ସାଧନ କେନ୍ଦ୍ର । କେଉଁଠି ପାଣି ଟାଙ୍କି ଭାଙ୍ଗିଯାଇଛି, ଶିଉଳି ଲାଗି କୋଠାର ରଙ୍ଗ ବି ଜାଣିହେଉନି । ଏ ତ’ ଗଲା ବାହାର କଥା । ଭିତର ଅବସ୍ଥା ବି କିଛି ଭଲ ନାହିଁ, କୋଠା ଭିତରେ ଥିବା କିଛି ଆସବାପତ୍ର ଚୋରି ହୋଇଗଲାଣି, ଆଉ କିଛି ପଡ଼ିପଡ଼ି ଖତ ଖାଉଛି । ଶିକ୍ଷାର ମାନ ବୃଦ୍ଧି ପାଇଁ ନିର୍ମିତ ଏହି କୋଠା ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଯାହାର ପ୍ରମାଣ ଏ ଗଦାଗଦା ମଦ ବୋତଲ ।

ଅଧିକ ପଢ଼ନ୍ତୁ : ପୁଣି ବ୍ୟାଙ୍କ ପାଇଁ ହଟହଟା ହିତାଧିକାରୀ ! କେନ୍ଦୁଝର ଆନନ୍ଦପୁରରେ ୩ ରୁ ୪ ମାସ ହେଲାଣି ମିଳୁନି ଭତ୍ତା

୨୦୧୨-୧୩ ଆର୍ଥିକ ବର୍ଷରେ ସମଗ୍ର ଶିକ୍ଷା ଅଭିଯାନରେ ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟରେ ସାଧନା କେନ୍ଦ୍ର ନିର୍ମାଣ ହୋଇଥିଲା । ଶିକ୍ଷକ ଓ ଛାତଛାତ୍ରୀଙ୍କୁ ଟ୍ରେନିଂ ନେଉଥିଲେ । ପ୍ରତି ବ୍ଲକର ଶିକ୍ଷକଙ୍କୁ ଗୁଣାତ୍ମକ ଶିକ୍ଷାଦାନର ପଦ୍ଧତି, ସରଳ ଓ ସୁବିଧାରେ କିପରି ପିଲାଙ୍କୁ ପଢ଼ାଯିବ ସେ ନେଇ ତାଲିମ ଦିଆଯାଉଥିଲା । ନିର୍ମାଣର ଦୁଇ ତିନି ବର୍ଷ କାମରେ ଲାଗିଲା, ତା’ ପରେ ଶିକ୍ଷା ବିଭାଗ ଭୁଲିଗଲା । ୧୦ ବର୍ଷ ହେଲାଣି ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠି ପାଲଟିଛି ସାଧନା କେନ୍ଦ୍ର ।

ବର୍ତ୍ତମାନ ବିଭିନ୍ନ ହାଇସ୍କୁଲରେ ମାସମାସ ଧରି ତାଲିମ ଦିଆଯାଉଛି, ଫଳରେ ବିଦ୍ୟାଳୟରେ ପାଠପଢ଼ା ବାଧାପ୍ରାପ୍ତ ହେଉଛି । ତୁରନ୍ତ ସାଧନ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବାକୁ ଦାବି ଉଠିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe