କନକ ବ୍ୟୁରୋ:  ଆସନ୍ତା ମାସ ଫେବୃଆରି ୧ରୁ ଦେଶରେ ଅନେକ ନୂତନ ନିୟମ ଲାଗୁ ହେବାକୁ ଯାଉଛି, ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଜୀବନ ଏବଂ ଖର୍ଚ୍ଚ ଉପରେ ପଡ଼ିବ । ବଜେଟ୍ ଉପସ୍ଥାପନ ଦିନ ଏହି ପରିବର୍ତ୍ତନଗୁଡ଼ିକୁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏଥିରେ ଗ୍ୟାସ୍, ଟିକସ, ଫାସଟ୍ୟାଗ୍ ଏବଂ ବ୍ୟାଙ୍କ ସହିତ ଜଡିତ ନିୟମ ଅନ୍ତର୍ଭୁକ୍ତ । ଆସନ୍ତୁ ଜାଣିବା କେଉଁ ନିୟମଗୁଡ଼ିକ ପରିବର୍ତ୍ତନ ହେବାକୁ ଯାଉଛି ।

Advertisment

୫ଟି ପ୍ରମୁଖ ପରିବର୍ତ୍ତନ
ପ୍ରଥମ ପରିବର୍ତ୍ତନ ଏଲପିଜି ସିଲିଣ୍ଡରର ମୂଲ୍ୟରେ ହେବ । ପ୍ରତି ମାସ ପରି, ଫେବୃଆରୀ ୧ରେ ନୂତନ ଗ୍ୟାସ୍ ମୂଲ୍ୟ ପ୍ରକାଶିତ ହେବ । ୧୪ କିଲୋଗ୍ରାମ ଘରୋଇ ସିଲିଣ୍ଡର ଉପରେ ମୂଲ୍ୟ ସଂଶୋଧନ ହୋଇପାରେ, ଯାହା ସିଧାସଳଖ ପରିବାରର ରୋଷେଇ ଖର୍ଚ୍ଚକୁ ପ୍ରଭାବିତ କରିବ ।  ଆଉ ଏକ ପ୍ରମୁଖ ପରିବର୍ତ୍ତନ ସିଏନଜି, ପିଏନଜି, ଏବଂ ଏଟିଏଫ୍ (ବିମାନ ଇନ୍ଧନ) ମୂଲ୍ୟରେ ବି ପରିବର୍ତ୍ତନ ଦେଖିବାକୁ ମିଳିପାରେ । ତୈଳ କମ୍ପାନୀଗୁଡ଼ିକ ଫେବୃଆରୀ ପହିଲାରୁ ଇନ୍ଧନ ପାଇଁ ନୂତନ ଦର ପ୍ରକାଶ କରିବେ । ତୃତୀୟ ପରିବର୍ତ୍ତନ ହେଉଛି ପାନ ମସଲା, ସିଗାରେଟ୍ ଓ ତମାଖୁ ଉତ୍ପାଦ ଉପରେ ଟିକସ ବୃଦ୍ଧି। ସରକାର ଏହି ଉତ୍ପାଦଗୁଡ଼ିକ ଉପରେ ନୂତନ ଶୁଳ୍କ ଏବଂ ସେସ୍ ଲାଗୁ କରିଛନ୍ତି। ଏହା ଦ୍ୱାରା ଏହି ସାମଗ୍ରୀଗୁଡ଼ିକର ମୂଲ୍ୟ ବହୁତ ବଢ଼ିବାର ସମ୍ଭାବନା ରହିଛି ।

ଅଧିକ ପଢନ୍ତୁ: ରାୟଗଡ଼ା ନିୟମଗିରିକୁ ଫେରିଲେ ନକ୍ସଲ, ନିୟମଗିରି ପାହାଡ଼ରେ ନକ୍ସଲ ଗତିବିଧିକୁ ବଢ଼ାଇବା ସହ ଡଙ୍ଗରିଆଙ୍କ ଉପରେ କଟକଣା ଲାଗୁ

ଚତୁର୍ଥ ପରିବର୍ତ୍ତନରେ ଫାସଟ୍ୟାଗ୍ ବ୍ୟବହାରକାରୀଙ୍କୁ ମିଳିବ ବଡ଼ ଆଶ୍ୱସ୍ତି । ଫେବୃଆରୀ ୧ ତାରିଖରୁ, ନୂତନ ଫାସଟ୍ୟାଗ୍ କ୍ରେତାମାନଙ୍କୁ ଆଉ ଯାନବାହାନ ଗୁଡ଼ିକର କେଵାଇସି କରିବାକୁ ପଡିବ ନାହିଁ । ଏହି ପଦକ୍ଷେପ ଡ୍ରାଇଭରମାନଙ୍କର ସମୟ ବଞ୍ଚାଇବ । ପଞ୍ଚମ ପରିବର୍ତ୍ତନଟି ବ୍ୟାଙ୍କ ଛୁଟି ସହିତ ଜଡିତ । ଭାରତୀୟ ରିଜର୍ଭ ବ୍ୟାଙ୍କର ତାଲିକା ଅନୁସାରେ, ଫେବୃଆରୀ ମାସରେ ସାପ୍ତାହିକ ଛୁଟି ଏବଂ ହଲି-ଡେ ସମେତ ବ୍ୟାଙ୍କଗୁଡ଼ିକ କିଛି ଦିନ ପାଇଁ ବନ୍ଦ ରହିବ । ତେଣୁ ଯଦି କୌଣସି ଗୁରୁତ୍ୱପୂର୍ଣ୍ଣ କାମ ରହିଯାଇଛି ତାକୁ ତୁରନ୍ତ ତୁଟାଇନିଅନ୍ତୁ । ତେବେ ଫେବୃଆରୀ ୧ ତାରିଖରୁ ଲାଗୁ ହେଉଥିବା ଏହି ନିୟମଗୁଡ଼ିକ ଘର ଖର୍ଚ୍ଚ, ଯାତ୍ରା ଖର୍ଚ୍ଚ ଓ ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ। ଯେଉଁମାନେ ପାନ-ମସଲା ଓ ସିଗାରେଟ୍ ଖାଆନ୍ତି ସେମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ।