ରାସ୍ତାରେ ପଡ଼ିଛି ଭାତ , ଡାଲି , ପାଣିବୋତଲ … କାମରେ ପହଞ୍ଚିଥିଲେ ଖାଇଥାନ୍ତେ ମଧ୍ୟାହ୍ନ ଭୋଜନ , ହେଲେ ଟ୍ରକ୍ ନେଇଗଲା ଜୀବନ

Advertisment

ବ୍ୟାଗ ଭିତରେ ଭାତ,ଡାଲି । ରାସ୍ତା କଡ଼ରେ ଚେପା ହୋଇ ପଡ଼ିଛି ପାଣି ବୋତଲ । ବୋଧହୁଏ ବାଇକ ଆରୋହୀ ଜଣକ କାମକୁ ଯାଉଥିଲେ ଏବଂ ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ଖାଇଥାନ୍ତେ । କିନ୍ତୁ ସବୁକିଛି ଶେଷ ହୋଇଯାଇଛି ..

ବ୍ୟାଗ ଭିତରେ ଭାତ,ଡାଲି । ରାସ୍ତା କଡ଼ରେ ଚେପା ହୋଇ ପଡ଼ିଛି ପାଣି ବୋତଲ । ବୋଧହୁଏ ବାଇକ ଆରୋହୀ ଜଣକ କାମକୁ ଯାଉଥିଲେ ଏବଂ ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ଖାଇଥାନ୍ତେ । କିନ୍ତୁ ସବୁକିଛି ଶେଷ ହୋଇଯାଇଛି ..

BMP

BMP Photograph: (KanakNews)

କନକ ବ୍ୟୁରୋ : ବ୍ୟାଗ ଭିତରେ ଭାତ,ଡାଲି । ରାସ୍ତା କଡ଼ରେ ଚେପା ହୋଇ ପଡ଼ିଛି ପାଣି ବୋତଲ । ବୋଧହୁଏ ବାଇକ ଆରୋହୀ ଜଣକ କାମକୁ ଯାଉଥିଲେ ଏବଂ ମଧ୍ୟାହ୍ନ ଭୋଜନରେ ଏହି ଖାଦ୍ୟ ଖାଇଥାନ୍ତେ । କିନ୍ତୁ ସବୁକିଛି ଶେଷ ହୋଇଯାଇଛି । ଠାଏଁ ଠାଏଁ ଜାଗାରେ ଚପଲ ଏବଂ ଭଙ୍ଗା ବାଇକର ପାର୍ଟସ୍ କହୁଛି ଦୁର୍ଘଟଣା କେତେ ଭୟାବହ ହୋଇଛି । ରେଶମ ସହରର ଜନଗହଳିପୂର୍ଣ୍ଣ ରାସ୍ତା ଭିତରେ ଘଟିଯାଇଛି ଏଭଳି ଏକ ଭୟଙ୍କର ଦୁର୍ଘଟଣା । ହଲଦିଆପଦର ଓଭର୍ ବ୍ରିଜରେ ମାଳ ମାଳ ଗାଡ଼ି ଯା’ଆସ କରିବା ଭିତରେ ହଠାତ ଏକ ଦ୍ରୁତଗାମି ଟ୍ରକ ରଙ୍ଗ୍ ରୁଟରେ ଆସି ୩ ଟି ବାଇକକୁ ପଛରୁ ପିଟିଦେଲା । ଚାହୁଁ ଚାହୁଁ ଗାର୍ଡ ୱାଲକୁ ଘୋଷାଡ଼ି ହୋଇ ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ । ଛଟପଟ ହୋଇ ଚାଲିଗଲା ୫ ଜୀବନ । ରାସ୍ତାରେ ଛିଟକି ହୋଇ ଏଣେତେଣେ ପଡ଼ିଲା ବାଇକର ପାର୍ଟସ୍ ଆଉ ବାଇକ ଆରୋହୀ ଧରିଥିବା ଜିନିଷପତ୍ର । ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ତତକ୍ଷଣାତ ଚମ୍ପଟ ମାରିଲା ଟ୍ରକ୍ ଡ୍ରାଇଭର । ଏଭଳି ଭୟଙ୍କର ଦୁର୍ଘଟଣାକୁ ନେଇ ଦକ୍ଷିଣାଞ୍ଚଳ ଆଇଜି ପ୍ରତିକ୍ରିୟା ଦେଇ କହିଲେ , 

ଆଗକୁ ପଢ଼ନ୍ତୁ : ଦୁର୍ବଳ କରାଉଛି ୱେଟ୍ ଲସ୍ ଇଞ୍ଜେକ୍ସନ୍ ! ମୋଟା ଲୋକ ପତଳା ହେଉଛନ୍ତି ସତ , ଭିତରୁ ତରଳୁଛି ମାଂସପେଶୀ

ଦୁର୍ଘଟଣା ଘଟିବା ପରେ ଓଡ଼ିଶା ଅଗ୍ନିସେବା ଟିମ୍ ଆସି ଭଙ୍ଗା ବାଇକକୁ ରାସ୍ତାରୁ ହଟାଇବା ସହ ଲୋକଙ୍କ ଯିବା ଆସିବା ବାଟକୁ ଖୋଲିଲେ । ତେବେ ଏହି ବେପରୁଆ ଗାଡ଼ି ଚାଳନା ଖାଲି ୫ ଜଣଙ୍କ ଜୀବନ ନେଇନି ବରଂ ୨ ଜଣଙ୍କ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ମୃତକଙ୍କ ମଧ୍ୟରେ ଜଣେ ଅଯୋଧ୍ୟା ନଗରର ସୂର୍ଯ୍ୟ ପଣ୍ଡା ହୋଇଥିବା ବେଳେ ଅନ୍ୟମାନଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ସମସ୍ତ ମୃତାହତ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଅଛନ୍ତି । ଖବର ପାଇବା ମାତ୍ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି । ଏଥିସହ ପ୍ରତି ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହି ଦୁର୍ଘଟଣାରେ ସମସ୍ତ ଆହତଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସେବା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe