କନକ ବ୍ୟୁରୋ : ରାଜ୍ୟରେ ଅସହ୍ୟ ଜାଡ଼ କଲବଲ କରୁଥିବାବେଳେ ବଢ଼ିବାରେ ଲାଗିଛି ଥଣ୍ଡା, ଜ୍ବର । ଥଣ୍ଡା ହେଲେ ଛାଡିବାର ନାଁ ନେଉନି , ଦୀର୍ଘ ଦିନ ପର୍ଯ୍ୟନ୍ତ ରହୁଛି । ବିଶେଷକରି ଯୁବପିଢ଼ି ଆକ୍ରାନ୍ତ ହେଉଛନ୍ତି । ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ । ଶୀତଲହରୀ ଭିତରେ ଏବେ ଘରେ ଘରେ ଡରାଇଳାଣି ଥଣ୍ଡା, ଜର ଓ କାଶ । ଯାହା ଘରେ ଦେଖିବ କେହି ନା କେହି ଥଣ୍ଡା କିମ୍ବା ଜରରେ ଆକ୍ରାନ୍ତ ହୋଇଛନ୍ତି । ଯାହାଫଳରେ ମେଡିକାଲରେ ବଢ଼ୁଛି ରୋଗୀଙ୍କ ଲମ୍ବା ଲାଇନ । ଅଧିକାଂଶ ରୋଗୀ ଥଣ୍ଡା, ଜ୍ବର ଓ କାଶରେ ପୀଡ଼ିତ । ବଡ କଥା ହେଉଛି, 

Advertisment

- ଥରେ ଥଣ୍ଡା ହେଲେ, ପ୍ରାୟ ଦୁଇ ସପ୍ତାହ ପର୍ଯ୍ୟନ୍ତ ଛାଡ଼ୁନି
- ଦୀର୍ଘ ଦିନ ଧରି ଲାଗି ରହୁଛି କାଶ
-  ବଢ଼ୁଛି ଶରୀର ଯନ୍ତ୍ରଣା ଭଳି ଲକ୍ଷଣ  

ଅଧିକ ପଢ଼ନ୍ତୁ---ସ୍କୁଟିକୁ ପଛରୁ ଧକ୍କା ଦେଲା ବୋଲେରୋ; ୫ ବର୍ଷ ଶିଶୁର ମୃତ୍ୟୁ, ଦୁଇ ଗୁରୁତର

କ୍ୟାପିଟାଲ ହସ୍ପିଟାଲ କର୍ତ୍ତୁପକ୍ଷଙ୍କ ସୂଚନା ଅନୁସାରେ, ଯେତିକି ରୋଗୀ ହସ୍ପିଟାଲକୁ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ପ୍ରାୟ ୩୦ ପ୍ରତିଶତ ଥଣ୍ଡା, ଜ୍ବର ଆକ୍ରାନ୍ତ । ବିଶେଷ ଭାବରେ ଯୁବପିଢ଼ି ଅଧିକ ସଂଖ୍ୟାରେ ଜ୍ବରରେ ଆକ୍ରାନ୍ତ ହେଉଛନ୍ତି । ଛୋଟ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଯୋଗୁଁ ଅଧିକ ସଂଖ୍ୟାରେ ଆକ୍ରାନ୍ତ ହେଉଛନ୍ତି । ଏଥିସହ ଅତ୍ୟଧିକ ଥଣ୍ଡା ହେଲେ ନିମୋନିଆ ଆଶଙ୍କା ଥିବାରୁ ସତର୍କ କରିଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ । ବ୍ୟସ୍ତବିବ୍ରତ ନହୋଇ ପ୍ରତିଷେଧକମୂଳକ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । 

- ଥଣ୍ଡାରୁ ଯଥାସମ୍ଭବ ଦୂରେଇ ରୁହନ୍ତୁ
- ଥଣ୍ଡା ପାଣି ପିଅନ୍ତୁ ନାହିଁ
- ଶୀତବସ୍ତ୍ର ପିନ୍ଧି ପଦାକୁ ବାହାରନ୍ତୁ, ମାସ୍କ ପିନ୍ଧନ୍ତୁ
- ଆହୁରି କିଛି ଦିନ ଶୀତ ଲହରି ଜାରି ରହିବା ସମ୍ଭାବନା ଥିବାରୁ ସତର୍କ ରହିବା ଜରୁରୀ ।