କନକ ବ୍ୟୁରୋ : ରକ୍ତ ନେଇ ୫ ଶିଶୁ ଏଚ୍ଆଇଭି ସଂକ୍ରମିତ । ଝାଡଖଣ୍ଡ ହସ୍ପିଟାଲରୁ ଆସିଛି ଏଭଳି ଖବର । ଶିଶୁଙ୍କୁ ରକ୍ତ ଦେବା ପରେ ସେମାନଙ୍କ ଶରୀରରେ ଏଚ୍ଆଇଭି ପଜିଟିଭ୍ ଦେଖାଦେଇଛି । ଝାଡଖଣ୍ଡର ଚାଇବସା ସଦର ହସ୍ପିଟାଲ ବ୍ଳକ ବ୍ୟାଙ୍କରୁ ରକ୍ତ ଆଣି ଶିଶୁଙ୍କୁ ଦିଆଯାଇଥିଲା । ରକ୍ତହୀନତାର ଶୀକାର ହୋଇଥିବା ଜଣେ ଶିଶୁଙ୍କୁ ରକ୍ତ ଦେବା ପରେ ତାଙ୍କଠାରେ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ ହୋଇଥିଲା ।
ଅଧିକ ପଢ଼ନ୍ତୁ--ଚାଷୀ ମୁଣ୍ଡରେ ଚକଡ଼ା ଚଡ଼କ; ନଷ୍ଟ ହୋଇଗଲା ଏକର ଏକର ଫସଲ
ଝାଡଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଥିଲା । ଏହା ପରେ ଏହି ଘଟଣାର ତଦନ୍ତ ପାଇଁ ରାଚିଂରୁ ଏକ ଉଚ୍ଚସ୍ତରୀୟ ଚିକିତ୍ସା ଟିମ୍ ଯାଇଥିଲା । ସେମାନେ ଯାଞ୍ଚ କରିବା ପରେ ଅତି କମରେ ପାଞ୍ଚଜଣ ଶିଶୁ ମଧ୍ୟରେ ଏଚ୍ଆଇଭି ଆକ୍ରାନ୍ତ ଚିହ୍ନଟ ହୋଇଛି । ସେମାନଙ୍କ ମଧ୍ୟରେ ଜଣେ ସାତ ବର୍ଷୀୟ ଥାଲାସେମିଆ ରୋଗୀ ଅଛନ୍ତି। ଏହି ଘଟଣାକୁ ନେଇ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ବ୍ୟାପକ କ୍ରୋଧ ଓ ଆତଙ୍କ ସୃଷ୍ଟି କରିଛି ।
ସମସ୍ତ ଶିଶୁ ସମାନ ହସ୍ପିଟାଲରେ ନିୟମିତ ରକ୍ତ ନେବାରୁ ଏଭଳି ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ୁଛି ଯେ ଥାଲାସେମିଆ ରୋଗୀଙ୍କୁ ସଂକ୍ରମିତ ରକ୍ତ ଦିଆଯାଇଛି । ତଦନ୍ତ ସମୟରେ ବ୍ଲଡ୍ ବ୍ୟାଙ୍କରେ କିଛି ଅସଙ୍ଗତି ଦେଖାଯାଇଛି ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେଗୁଡ଼ିକ ସମାଧାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/26/hiv-2025-10-26-10-09-13.jpg)