ରାଜଧାନୀରୁ ଛାତ୍ରୀ ନିଖୋଜ ଘଟଣାକୁ ପୂରିଲାଣି ୪୮ ଘଣ୍ଟା, ହେଲେ ହସ୍ପିଟାଲ ପାଖରେ କୁନି ଝିଅକୁ ଛାଡ଼ିଲା କିଏ ହୋଇପାରୁନି ସ୍ପଷ୍ଟ

Advertisment

ସ୍କୁଲ ପୋଷାକରେ କୁନି ଝିଅଟି ଠିଆ ହୋଇଥିଲା। ଦେଖିବା ପରେ ମେଡିକାଲ ସିକ୍ୟୁରିଟି ଗାର୍ଡ ଛାତ୍ରୀ ଜଣଙ୍କୁ ପଚରା ଉଚରା କରିଥିଲେ। ପରେ ୧୧୨କୁ କଲ୍‌ କରି ତାଙ୍କୁ ଶିଶୁ ବିଭାଗକୁ ପଠାଇଥିଲେ। ଖବର ପାଇ ଭରତପୁର ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା।

ସ୍କୁଲ ପୋଷାକରେ କୁନି ଝିଅଟି ଠିଆ ହୋଇଥିଲା। ଦେଖିବା ପରେ ମେଡିକାଲ ସିକ୍ୟୁରିଟି ଗାର୍ଡ ଛାତ୍ରୀ ଜଣଙ୍କୁ ପଚରା ଉଚରା କରିଥିଲେ। ପରେ ୧୧୨କୁ କଲ୍‌ କରି ତାଙ୍କୁ ଶିଶୁ ବିଭାଗକୁ ପଠାଇଥିଲେ। ଖବର ପାଇ ଭରତପୁର ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା।

18c

କନକ ବ୍ୟୁରୋ : ରାଜଧାନୀର ଛାତି ଉପରୁ ଛାତ୍ରୀ ନିଖୋଜ ହେବା ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ପୁଲିସ ଚୁପ୍ ରହିଥିଲେ ବି  ସାରାରାଜ୍ୟରେ ଏହା ଚର୍ଚ୍ଚାର ବିଷୟ ହୋଇଛି। ୨୪ଘଣ୍ଟା ସୁରକ୍ଷା ବଳୟ ଭିତରେ ରହୁଥିବା ରାଜଧାନୀରେ ଯଦି ଏତେ ବଡ ଅଘଟଣ ଘଟୁଛି ତାହେଲେ, ଉପାନ୍ତ ଅଂଚଳରେ କଣ ହେଉଥିବ। ଚଳଚଂଚଳ ରାଜଧାନୀର ଛାତି ଉପରୁ ଛାତ୍ରୀ ନିଖୋଜ ଘଟଣାକୁ ନେଇ ଚାରିଆଡେ ଭୟର ବାତାବରଣ। ଝିଅର ପରିବାର ସ୍ତବ୍ଧ । ଯିଏ ଶୁଣୁଛି ସେ ମୁଣ୍ଡରେ ହାତ ଦେଉଛି। ଛାତ୍ରୀ ଜଣଙ୍କ ହସ୍ପିଟାଲକୁ କେମିତି ଆସିଲେ ତାହା ଚର୍ଚ୍ଚା ବିଷୟ ହୋଇଛି। 

ଅଧିକ ପଢ଼ନ୍ତୁ :  ଚକୋଲେଟ୍‌ ଡେ’ରେ ରାଜଧାନୀରେ ବୀଭତ୍ସ ହତ୍ୟା, ପ୍ରେମିକା ଆଗରେ ପ୍ରେମିକର ତଣ୍ଟି କାଟିଦେଲା ଆଉଜଣେ ପ୍ରେମିକ

ସ୍କୁଲ ପୋଷାକରେ କୁନି ଝିଅଟି ଠିଆ ହୋଇଥିଲା। ଦେଖିବା ପରେ ମେଡିକାଲ ସିକ୍ୟୁରିଟି ଗାର୍ଡ ଛାତ୍ରୀ ଜଣଙ୍କୁ ପଚରା ଉଚରା କରିଥିଲେ। ପରେ ୧୧୨କୁ କଲ୍‌ କରି ତାଙ୍କୁ ଶିଶୁ ବିଭାଗକୁ ପଠାଇଥିଲେ। ଖବର ପାଇ ଭରତପୁର ଥାନା ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରିଥିଲା। ଚାରିଆଡୁ ଚାପ ପଡିବା ପରେ ତନାଘନା ଆରମ୍ଭ କରିଛି। ମାମଲା ରୁଜୁ କରିବା ସହ ନାବାଳିକାଙ୍କ ବୟାନ ରେକର୍ଡ କରିଛି ପୁଲିସ। କିନ୍ତୁ କହିବାକୁ କୁନ୍ଥକୁନ୍ଥ ହେଉଛି। ଯାହାକି ପୁଲିସର ଭୂମିକାକୁ ନେଇ ସନ୍ଦେହ ସୃଷ୍ଟି କରିଛି। ପ୍ରଶ୍ନ ଉଠୁଛି,  ଏହା ପ୍ରଥମ ଘଟଣା ନୁହେଁ। ବାରମ୍ବାର ଏଭଳି ଘଟଣା ସାମନାକୁ ଆସୁଥିବାରୁ ଉଦବେଗ ପ୍ରକାଶ କରିଛନ୍ତି ଶିଶୁ ସୁରକ୍ଷା ଅଧିକାର କର୍ମୀ। ରାଜ୍ୟ ସରକାରଙ୍କ ତଥ୍ୟ ଅନୁସାରେ ୨୦୨୪ରୁ ୨୦୨୬ ମଧ୍ୟରେ ୧୧ହଜାର ୩୩୭ ପିଲା ନିଖୋଜ ମାମଲା ରୁଜୁ ହୋଇଛି । ସେମାନଙ୍କ ମଧ୍ୟରୁ ୮ହଜାର ୫୬୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୯୭୫ ଜଣଙ୍କ ପତ୍ତା ମିଳିନି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe