କନକ ବ୍ୟୁରୋ : ୨୦୨୨ରେ କଟକ ଚଣ୍ଡୀ ମନ୍ଦିର ଉନ୍ନତୀକରଣ କାମ ଆରମ୍ଭ ହୋଇଥିଲା । ଇତିମଧ୍ୟରେ ୪ବର୍ଷ ବିତିଲାଣି , ହେଲେ କାମ ସରୁନି । ମନ୍ଦିର ସଂପର୍କିତ ଅନେକ କାର୍ଯ୍ୟ ଓ ନିଷ୍ପତ୍ତିକୁ ନେଇ ସନ୍ଦେହ ମଧ୍ୟ ବଢ଼ିବାରେ ଲାଗିଛି । ସେପଟେ ଏହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି । କଟକର ଆରାଧ୍ୟା ଦେବୀ ମା’ କଟକ ଚଣ୍ଡୀଙ୍କ ଭବ୍ୟ ମନ୍ଦିର ନିର୍ମାଣରେ ହେଉଛି ଅହେତୁକ ବିଳମ୍ବ । ୨୦୨୬ ମାର୍ଚ୍ଚ ସୁଦ୍ଧା ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ହେଲେ କାମ ବିଳମ୍ବ ନେଇ ଅସନ୍ତୋଷ ବଢ଼ିବାରେ ଲାଗିଛି ।
ଚଣ୍ଡୀ ମନ୍ଦିର ପରିସରରେ ଥିବା ଲକ୍ଷ୍ମୀ ନାରାୟଣ ମନ୍ଦିର, ସୂର୍ଯ୍ୟ ମନ୍ଦିର, ହନୁମାନ ମନ୍ଦିର ଓ ଶିବ ମନ୍ଦିର ନିର୍ମାଣ ଲାଗି ମଞ୍ଜୁର ହୋଇଥିଲା ୨କୋଟି ୩୧ଲକ୍ଷ ୨୮ହଜାର ଟଙ୍କା । ହେଲେ ୪୬ଲକ୍ଷ ୫୦ହଜାର ଟଙ୍କାର କାର୍ଯ୍ୟାଦେଶ ହୋଇଛି । ୪ଟି ମନ୍ଦିରକୁ ଭବ୍ୟ କରିବା ଲାଗି ଯେଉଁ ଅର୍ଥ ମଞ୍ଜୁର ହୋଇଥିଲା ତାହାକୁ କେଉଁ ଉଦ୍ଦେଶ୍ୟରେ କମାଇ ଦିଆଗଲା ସେ ନେଇ ସନ୍ଦେହ ସୃଷ୍ଟି ହୋଇଛି । କେବେ ସରିବ ମା’ କଟକ ଚଣ୍ଡୀଙ୍କ ଭବ୍ୟ ମନ୍ଦିର ତାକୁ ହିଁ ଅପେକ୍ଷା ।
ଅଧିକ ପଢ଼ନ୍ତୁ---ମୟୂରଭଞ୍ଜରେ ଜିଲ୍ଲା ଠିକାଦାର ସଂଘର ମନମାନୀ, ପୋଷ୍ଟର୍ ଲଗାଇ ବାହାର ଜିଲ୍ଲାର ଠିକାଦାରଙ୍କୁ ଟେଣ୍ଡରରେ ଭାଗ ନନେବାକୁ ଚେତାବନୀ
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/26/cuttack-chandi-2026-01-26-19-00-25.png)