କନକ ବ୍ୟୁରୋ : ପର୍ଯ୍ୟଟନ  ଋତୁରେ ବଣପାହାଡ ଘେରା କେନ୍ଦୁଝର ଜିଲ୍ଲାକୁ ଛୁଟୁଛି ପର୍ଯ୍ୟଟକଙ୍କ ସୁଅ । ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ଐତିହାସିକ ଗଡଚଣ୍ଡୀ ପୀଠରେ କେବଳ ପର୍ଯ୍ୟଟକଙ୍କର ନୁହେଁ, ଶ୍ରଦ୍ଧାଳୁଙ୍କର ଗହଳି ମଧ୍ୟ ଲାଗିରହିଛି । ମା’ଗଡଚଣ୍ଡୀଙ୍କ ନିକଟରେ ଭକ୍ତମାନେ ନିଜ ତଥା ଆତ୍ମୀୟସ୍ୱଜନଙ୍କର ଶୁଭମନାସି ପୂଜାର୍ଚନା କରିବା ସହ ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ଉଠାଉଛନ୍ତି । ଏଥିପାଇଁ ଗଡଚଣ୍ଡୀ ପୀଠ ପର୍ଯ୍ୟଟକଙ୍କ  ପାଇଁ ପାଲଟିଛି ଭୂସ୍ୱର୍ଗ । 

Advertisment

ଚର୍ଚ୍ଚାରେ କେନ୍ଦୁଝର ପାଟଣାରେ ନିର୍ମଳ ମହାନ୍ତ, ମୁଖ୍ୟମନ୍ତ୍ରୀ ବଖାଣିଲେ ୫୦ ବର୍ଷ ତଳର ଆକାଶବାଣୀ ଚେମଣାର କାହାଣୀ

କେନ୍ଦୁଝର ଜିଲ୍ଲା ଛେନାପଦି -ହଦଗଡ ରାସ୍ତାରେ ୫କିଲୋମିଟର ଦୂରରେ ପଡେ ଐତିହାସିକ ମା ଗଡଚଣ୍ଡୀଙ୍କ ପୀଠ । ପାହାଡ-ପର୍ବତ ଘେରା ଅପରୂପ ସୌନ୍ଦର୍ଯ୍ୟରେ  ଭରପୁର ଏହି ଶୈଳକ୍ଷେତ୍ର ଗଡଚଣ୍ଡୀ ପୀଠ ନାମରେ ପ୍ରସିଦ୍ଧ। ପାହାଡ଼ ଗୁମ୍ଫା ଭିତରେ ପୂଜା ପାଉଛନ୍ତି ମା ଗଡ଼ଚଣ୍ଡୀ । ପୀଠରେ ଦଶହରା ଓ ମକରରେ ମା’ଙ୍କ ସ୍ୱତନ୍ତ୍ର ପୂଜନୀତି ସହ ପ୍ରତିଦିନ ମାଙ୍କ ପୀଠରେ ରୁଦ୍ରାଭିଷେକ, ବରଣୀ, ଚଣ୍ଡୀପାଠ, ବିବାହ-ବ୍ରତ ଆଦି ଅନୁଷ୍ଠିତ ହୋଇଥାଏ । ଏଠାକୁ ଭାରତର ବିଭିନ୍ନ ପ୍ରାନ୍ତରୁ ପର୍ଯ୍ୟଟକଙ୍କ  ସୁଅ ଛୁଟୁଛି। 

କେନ୍ଦୁଝରରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ,  ଜାତୀୟ ରାଜପଥ କଡ଼ରେ ଜମି ରହୁଛି କୁଢ଼ କୁଢ଼ ଅଳିଆ ଆବର୍ଜନା

ପୂର୍ବରୁ ପାହାଡ ଉପରେ ଗୁମ୍ଫାରେ ପୂଜା ପାଉଥିଲେ ମା ଗଡଚଣ୍ଡୀ । କେନ୍ଦୁଝରର ୮ଟି ଗଡ ମଧ୍ୟରୁ ଏହାର ନାଁ ସିଙ୍ଗିଡିଗଡ ଥିଲା । ସେତେବେଳେ କେନ୍ଦୁଝର ଭଞ୍ଜବଂଶର ରାଜାଙ୍କ ପୂଜା ପାଇଁ ବ୍ରାହ୍ମଣ, ଦେହୁରୀ, ମାଳି ନିଯୁକ୍ତ କରି ସେମାନଙ୍କ ପାଇଁ ଜମି ବ୍ୟବସ୍ଥା କରାଇଥିଲେ । ଏହି ଐତିହାସିକ ପୀଠରେ ମାଙ୍କ ମନ୍ଦିର, ପୁରାତନ ଜୈନ ମୂର୍ତ୍ତି, ସିଙ୍ଗିଡିଗଡର ଧ୍ବଂସାବଶେଷ, ଦୁଇ ପାହାଡ ମଧ୍ୟରେ ସଂକୀର୍ଣ୍ଣ ଗିରିପଥ ଇତିହାସର ମୁକସାଖୀ ହୋଇ ରହିଛି । ୧୯୭୮ମସିହାରେ ମାଙ୍କର ଭବ୍ୟ ମନ୍ଦିର, ପାନ୍ଥଶାଳା, ରୋଷେଇଘର ଆଦି ନିର୍ମିତ ହେଲା । ୧୯୯୮ ମସିହାରେ ସରକାର ଏହି ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ମିଳିଥିଲା।