ବିଏମସି ହୋର୍ଡିଂ ଟଙ୍କା ଆଦାୟ ଚିନ୍ତା, ୨୫ ରୁ ଅଧିକ ସଂସ୍ଥା ଉପରେ ୩୯ କୋଟି ବକେୟା

Advertisment

 ପୁରୁଣା ବର୍ଷ ଶେଷ ବେଳକୁ ଏଭଳି କିଛି କଡ଼ା ଚେତାବନୀ ଦେଇଥିଲେ ବିଏମସି ମେୟର। ବିଏମସିର ସୂଚନା ମୁତାବକ ପ୍ରାୟ ୨୫ରୁ ଅଧିକ ବିଜ୍ଞାପନ ସଂସ୍ଥା ଉପରେ ୩୯କୋଟି ଟଙ୍କା ବକେୟା ରହିଛି। ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍‌ ଆକ୍ଟ ୨୦୦୩ର ବିଜ୍ଞାପନ ନିୟମାବଳୀ ଅନୁସାରେ ବିଏମସି ଜରିମାନା ଆଦାୟ କରିପାରିବ। ଆବଶ୍ୟକ ହେଲେ ସମ୍ପୃକ୍ତ ସଂସ୍ଥାର ଲାଇସେନ୍ସ ବାତିଲ କରିପାରିବ। କିନ୍ତୁ ବକେୟା ଟଙ୍କା ଆଦାୟରେ କାହିଁକି ପଛଘୁଞ୍ଚା ଦେଉଛି ବିଏମ୍‌ସି? ତାକୁ ନେଇ ଉଠିଛି ପ୍ରଶ୍ନ।

a1

କନକ ବ୍ୟୁରୋ : ମନଇଚ୍ଛା ଛାତ ଉପରେ ହୋର୍ଡିଂ ଲଗାଇଲେ କଳା ତାଲିକାଭୁକ୍ତ ହେବ ବିଜ୍ଞାପନ ସଂସ୍ଥା । ଯେଉଁମାନେ ଟଙ୍କା ଦେଇନାହାନ୍ତି ସେମାନଙ୍କ ହୋର୍ଡିଂଗୁଡ଼ିକୁ ବାହାର କରାଯିବ ବୋଲି କଡ଼ା ତାଗିଦ କରିଥିଲେ ମେୟର । ନୂଆବର୍ଷ ଆରମ୍ଭରୁ ଏହାକୁ ଜୋରଦାର କରାଯିବ ବୋଲି କୁହାଯାଇଥିଲା। ହେଲେ ବର୍ତ୍ତମାନ ସୁଦ୍ଧା ସେଭଳି କିଛି କାର୍ୟ୍ୟାନୁଷ୍ଠାନ ନଜରକୁ ଆସିନି। ତେବେ ବିଜ୍ଞାପନ ସଂସ୍ଥା ପ୍ରତି ଏଭଳି ଅନୁକମ୍ପା କାହିଁକି, ତାକୁ ନେଇ ଉଠିଛି ପ୍ରଶ୍ନ।

 ପୁରୁଣା ବର୍ଷ ଶେଷ ବେଳକୁ ଏଭଳି କିଛି କଡ଼ା ଚେତାବନୀ ଦେଇଥିଲେ ବିଏମସି ମେୟର। ବିଏମସିର ସୂଚନା ମୁତାବକ ପ୍ରାୟ ୨୫ରୁ ଅଧିକ ବିଜ୍ଞାପନ ସଂସ୍ଥା ଉପରେ ୩୯କୋଟି ଟଙ୍କା ବକେୟା ରହିଛି। ଓଡ଼ିଶା ମ୍ୟୁନିସିପାଲ କର୍ପୋରେସନ୍‌ ଆକ୍ଟ ୨୦୦୩ର ବିଜ୍ଞାପନ ନିୟମାବଳୀ ଅନୁସାରେ ବିଏମସି ଜରିମାନା ଆଦାୟ କରିପାରିବ। ଆବଶ୍ୟକ ହେଲେ ସମ୍ପୃକ୍ତ ସଂସ୍ଥାର ଲାଇସେନ୍ସ ବାତିଲ କରିପାରିବ। କିନ୍ତୁ ବକେୟା ଟଙ୍କା ଆଦାୟରେ କାହିଁକି ପଛଘୁଞ୍ଚା ଦେଉଛି ବିଏମ୍‌ସି? ତାକୁ ନେଇ ଉଠିଛି ପ୍ରଶ୍ନ।

ଅଧିକ ପଢ଼ନ୍ତୁ : ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟରେ ଉଚ୍ଛେଦ ପରେ ବି ଜମିଲା ଛାଡ଼ଖାଇ ବେପାର, ସ୍ଥାୟୀ ସମାଧାନ ଉପରେ ବିଏମସିର ନଜର

ଏହା ଭିତରେ ବିଭିନ୍ନ ବିଜ୍ଞାପନ ସଂସ୍ଥାର ବକେୟା ଅର୍ଥ ମଧ୍ୟ ରହିଛି। ଗୋଟେ ପଟେ ହୋର୍ଡିଂ ବାବଦରେ କୋଟି କୋଟି ଟଙ୍କା ରାଜସ୍ୱ ହରାଉଛି ବିଏମସି। ଅର୍ଥ ଅଭାବରୁ ଅନେକ ପ୍ରକଳ୍ପ କାମ ଅଧାପାନ୍ତରିଆ ଭାବେ ପଡ଼ିରହିଛି।  ସେପଟେ ମେୟର କହିଛନ୍ତି ଖୁବଶୀଘ୍ର ନିର୍ଦ୍ଦିଷ୍ଟ ଏଜେନ୍ସି ଜରିଆରେ ଆଦାୟ ହେବ ବକେୟା ଅର୍ଥ। ବିଏମସି ଉପରେ ଏବେ ରାଜସ୍ୱ ବୋଝ ରହିଛି। ମାର୍ଚ୍ଚ ସୁଦ୍ଧା ୨୩୦କୋଟି ଟଙ୍କା ରାଜସ୍ବ ଆଦାୟ ପାଇଁ ବିଏମସିର ଲକ୍ଷ୍ୟ କିଭଳି ପୂରଣ ହେବ ତାହା ଦେଖିବା କଥା। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe