କନକ ବ୍ୟୁରୋ: ଓଡ଼ିଶା ରାଜ୍ୟ କରାଟେ ସଂଘ (ଓସ୍କା) ଆନୁକୂଲ୍ୟରେ ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ଠାରେ ୩୭ତମ ରାଜ୍ୟ ବରିଷ୍ଠ ଓ ଯୁବ (୨୧ ବର୍ଷରୁ କମ୍) କରାଟେ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଏଥିରେ ୨୪ଟି ସ୍ବିକୃତିପ୍ରାପ୍ତ ଜିଲ୍ଲା ସଂଘର ୧୦୦ରୁ ଅଧିକ ପ୍ରତିଯୋଗୀ ଓ ୨୦ଜଣ ଅଧିକାରୀ ଅଂଶଗ୍ରହଣ କରିଥିଲେ । ପୁରୁଷ ଓ ମହିଳା ବର୍ଗର ଫାଇଟ୍ ତଥା କାଟାକୁ ମିଶାଇ ୧୭ଟି ବର୍ଗରେ ପ୍ରତିଦ୍ବନ୍ଦ୍ବିତା ହୋଇଥିଲା । ଏହି ପ୍ରତିଯୋଗିତାରୁ ଆସନ୍ତା ଫେବ୍ରୁଆରି ୨୭ରୁ କରାଟେ ଇଣ୍ଡିଆ ଦ୍ବାରା ଅର୍ଗାନାଇଜେସନ୍ ପକ୍ଷରୁ ଆୟୋଜିତ ହେବାକୁ ଥିବା ଜାତୀୟ କରାଟେ ପ୍ରତିଯୋଗିତା ନିମନ୍ତେ ଖେଳାଳି ମନୋନୀତ ହେବେ ।
ଏହା ବି ପଢ଼ନ୍ତୁ: ସ୍ମୃତି ମନ୍ଧାନାଙ୍କ ସବୁ ଫଟୋ ଡିଲେଟ୍ କଲେ ମୁଚାଲ
ପ୍ରତିଯୋଗିତାରେ ଓସ୍କାର ପ୍ରତିଷ୍ଠାତା ସଦସ୍ୟ ପ୍ରକାଶ ପଟ୍ଟନାୟକ, ଆଡଭୋକେଟ୍ କାଳୀ ପ୍ରସାଦ ନନ୍ଦ, ପ୍ରଦୀପ କୁମାର ସରକାର, ସନତ ନାୟକ ପ୍ରମୁଖ ଉପସ୍ଥିତ ରହି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ । ସଂଘର ସଭାପତି ହରିପ୍ରସାଦ ପଟ୍ଟନାୟକ ଏବଂ ସଂପାଦକ ଗୌରୀ ମହାନ୍ତିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଖେଳ ଅନୁଷ୍ଠିତ ହୋଇଥିଲା । ସେନସାଇ ଖାରବେଳ ମଲ୍ଲିକ, ଜୟଦେବ ପଟ୍ଟନାୟକ, ଦୀପକ ସାମନ୍ତରା, ରାଜୀବ ସିଂହ, ଗୋପାଳ ଦାସ, ଏନ୍ବି ପଟ୍ଟନାୟକ, ଉମାକାନ୍ତ ବେହେରା, ସୁଭାଶିଷ ମହାପାତ୍ର, ବିଜନ ଦଳବେହେରା, ଅରବିନ୍ଦ ବାରିକ, ଆଦିତ୍ୟ ମିଶ୍ର, ଦେବେନ୍ଦ୍ର ରଣା, ସୁରେଶ ଚନ୍ଦ୍ର ଜାଲ, ସନକ ଦେଓ, କେଜିକେ ପ୍ରତିହାରୀ, ସୁମନ୍ତୁ କୁମାର ପଣ୍ଡା, ସିଦ୍ଧାର୍ଥ ସ୍ବାଇଁ, ଦେବବ୍ରତ ସମାଦାର, ଆଶୁତୋଷ ପଟ୍ଟନାୟକ ଗୋପାଳ ଚନ୍ଦ୍ର କହଁର, କୃଷ୍ଣଚନ୍ଦ୍ର ମହାରଣା ଓ ରାଜନ୍ଦ୍ର କେଶରୀ ସାମଲ ପ୍ରମୁଖ ଖେଳ ପରିଚାଳନା କରିଥିଲେ ।
Follow Us