କନକ ବ୍ୟୁରୋ : ଭାରତୀୟ ମହିଳା କ୍ରିକେଟର୍‌ ସ୍ମୃତି ମନ୍ଧାନାଙ୍କ ନିକଟତର ବନ୍ଧୁ ତଥା ଅଭିନେତା ଓ ପ୍ରଯୋଜକ ବିଦ୍‌ନ୍ୟା ମାନେ ସଙ୍ଗୀତକାର ପଲାଶ ମୁଚାଲଙ୍କ ବିରୋଧରେ ଠକେଇ ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ପରେ ମୁଚାଲ ଇନ୍‌ଷ୍ଟାଗ୍ରାମ୍‌ରୁ ମନ୍ଧାନାଙ୍କ ସମସ୍ତ ଫଟୋ ଡିଲେଟ୍‌ କରିଦେଇଛନ୍ତି । ସାମାଜିକ ଗଣମାଧ୍ୟମରେ ମନ୍ଧାନାଙ୍କ ସହ ତାଙ୍କର ସମସ୍ତ ଫଟୋ ଶନିବାର (୨୪ ଜାନୁଆରି ୨୦୨୬) ପର୍ଯ୍ୟନ୍ତ ଦେଖାଯାଉଥିଲା । ହେଲେ ଏବେ ତାଙ୍କ ସାମାଜିକ ଗଣମାଧ୍ୟମରେ ମନ୍ଧାନାଙ୍କ ସମସ୍ତ ଗାଏବ ହୋଇଯାଇଛି । ଯେଉଁଥି‌ରେ ଜନ୍ମଦିନର ଶୁଭେଚ୍ଛା, ପର୍ବପର୍ବାଣୀ ମେସେଜ୍‌, ବିଭିନ୍ନ ସ୍ଥାନରେ ଉଭୟଙ୍କ ବିଶେଷ ମୁହୂର୍ତ୍ତର ଫଟୋ ଥିଲା ।

Advertisment

ମୁଚାଲ ଓ ମନ୍ଧାନାଙ୍କ ବିହାହ ଗତବର୍ଷ ନଭେମ୍ବର ୨୩ ତାରିଖରେ ହେବାର ଥିଲା । ବିବାହ ପୂର୍ବ ଉତ୍ସବ ମଧ୍ୟ ଶେଷ ହୋଇଥିଲା । ହେଲେ ଏହାକୁ ଅପ୍ରତ୍ୟାଶିତ ଭାବେ ବାତିଲ କରାଯାଇଥିଲା । ମନ୍ଧାନାଙ୍କ ବାପା ଅସୁସ୍ଥତା ଯୋଗୁଁ ଡାକ୍ତରଖାନାରେ ଭର୍ତ୍ତି ହେବାରୁ ଏହି ଉତ୍ସବ ହେବନି ବୋଲି ଘୋଷଣା କରାଯାଇଥିଲା । ପରବର୍ତ୍ତୀ ସମୟରେ ମନ୍ଧାନା କହିଥି‌‌ଲେ, ସେ ଖେଳରେ ଅଧିକ ମନୋନିବେଶ ଲାଗି ଏବେ ବିବାହ ଲାଗି ପ୍ରସ୍ତୁତ ନୁହଁନ୍ତି । କିନ୍ତୁ ଏହାକୁ ଉଭୟଙ୍କ ପ୍ରଶଂସକ ସହଜରେ ଗ୍ରହଣ କରି ନଥିଲେ । ଏହା ପଛରେ କିଛି ନିଶ୍ଚିତ କାରଣ ଅଛି ବୋଲି ଅନୁଭବ କରିଥିଲେ । ମାନେଙ୍କ ଅଭିଯୋଗ କରିବା ପରେ ଏହି ବିବାଦ ପୁଣି ମୁଣ୍ଡ ଟେକିଛି ।

ଅଧିକ ପଢ଼ନ୍ତୁ : ଅଷ୍ଟ୍ରେଲିଆ ଗସ୍ତ ପାଇଁ ଭାରତୀୟ ମହିଳା କ୍ରିକେଟ୍ ଦଳ ଘୋଷଣା

ମାନେ କହିଛନ୍ତି ଯେ, ମୁଁ ବିବାହ ପୂର୍ବ ଉତ୍ସବରେ ଥିଲି । ମୁଚାଲ ଜଣେ ମହିଳାଙ୍କ ସହିତ ବିଛଣାରେ ଧରାପଡ଼ିଥିଲେ । ଭୟାନକ ଦୃଶ୍ୟ ଥିଲା । ଏହା ଦେଖି ମନ୍ଧାନାଙ୍କ ସାଥୀ ଭାରତୀୟ କ୍ରିକେଟର୍‌ମାନେ ମାଡ଼ ମାରିଥିଲେ । ପୂରା ପରିବାର ଚିଣ୍ଡି ଚୋର । ମୁଁ ଭାବିଲି ସେ ବିବାହ କରି ସାଙ୍ଗଲିରେ ରହିବେ । ହେଲେ ସେ ମୋ ଉପରେ ଓଲଟା ବର୍ଷିଥିଲେ । ମୁଚାଲ ମଧ୍ୟ ମୋଠାରୁ ୪୦ ଲକ୍ଷ ଟଙ୍କା ଠକି ନେଇଛନ୍ତି । ଏହି ଅଭିଯୋଗ ପରେ ମାନେଙ୍କ ବିରୋଧରେ ମୁଚାଲ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି । ମୁଚାଲ ଇନ୍‌ଷ୍ଟାଗ୍ରାମ୍‌‌ରେ ଲେଖିଛନ୍ତି “ମୋର ପ୍ରତିଷ୍ଠା ଓ ଚରିତ୍ରକୁ ଖରାପ କରିବା ପାଇଁ ଜାଣିଶୁଣି ଏପରି ମିଥ୍ୟା, ଅପମାନଜନକ ଓ ଅତ୍ୟନ୍ତ ମାନହାନିକାରକ ଅଭିଯୋଗ କରାଯାଇଛି । ଏଥିପାଇଁ ମୁଁ ମୋ ଓକିଲ ଶ୍ରେୟାଂଶ ମିଠାରେଙ୍କ ଦ୍ୱାରା ମାନେଙ୍କ ବିରୋଧରେ ୧୦ କୋଟିର ମାନହାନୀ ‌ନୋଟିସ୍‌ ପଠାଇଛୁ।’’