କନକ ବ୍ୟୁରୋ:IPL ୨୦୨୬ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ମିନି ନିଲାମୀ ପାଇଁ ଅଣ୍ଟା ଭିଡିଲେଣି ସବୁ ଫ୍ରାଞ୍ଚାଇଜ୍ । ଆଉ ଏତିପାଇଁ ଖେଳାଳି ନିଲାମ ତାଲିକା ଚୂଡ଼ାନ୍ତ ହୋଇଛି । ଡିସେମ୍ବର ୧୬ ତାରିଖରେ ଆବୁଧାବିରେ ହେବାକୁ ଥିବା ନିଲାମରେ ମୋଟ ୩୫୦ ଜଣ ଖେଳାଳି ଭାଗ ନେବେ । ଏଥର ୧୩୯୦ ଜଣ ଖେଳାଳି ପଞ୍ଜୀକରଣ କରିଥିଲେ, ସେମାନଙ୍କ ମଧ୍ୟରୁ ୩୫୦ ଜଣଙ୍କୁ ସର୍ଟଲିଷ୍ଟ କରାଯାଇଛି । ଏଥିରେ ୨୪୦ ଜଣ ଭାରତୀୟ ଏବଂ ୧୧୦ ଜଣ ବିଦେଶୀ ଖେଳାଳି ଅଛନ୍ତି । ତାଲିକାରେ ୨୨୪ ଜଣ ଅନକ୍ୟାପ୍ଡ ଭାରତୀୟ ଏବଂ ୧୪ ଜଣ ଅନକ୍ୟାପ୍ଡ ବିଦେଶୀ ଖେଳାଳି ସାମିଲ ଅଛନ୍ତି, ଯାହା ଫଳରେ ଏଥର ଖେଳାଳି ପୁଲ୍ ଆହୁରି ମଜବୁତ ଦେଖାଯାଉଛି।
ନିଲାମର ପ୍ରଥମ ସେଟରେ ଭାରତ ତଥା ମୁମ୍ବାଇର ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ ଏବଂ ସରଫରାଜ ଖାନ ସାମିଲ ଅଛନ୍ତି, ଯେଉଁମାନେ ନିଜର ବେସ୍ ପ୍ରାଇସ୍ ୭୫ ଲକ୍ଷ ଟଙ୍କା ରଖିଛନ୍ତି । ଭେଙ୍କଟେଶ ଆୟରଙ୍କୁ କେକେଆର୍ ରିଲିଜ୍ କରିଥିଲା ଏବଂ ବର୍ତ୍ତମାନ ସେ ଆଗାମୀ ନିଲାମରେ ନିଜର ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରଖିଛନ୍ତି ।
ଆହୁରି ପଢ଼ନ୍ତୁ... ଖୋଲିଲା ବାରବାଟୀ ଷ୍ଟାଡିୟମ ଗେଟ୍, ମ୍ୟାଚ୍ ଦେଖିବାକୁ କ୍ରିକେଟପ୍ରେମୀଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍
ଏଥର ଫ୍ରାଞ୍ଚାଇଜିଗୁଡ଼ିକ ପାଇଁ ମୋଟ ୭୭ଟି ସ୍ଲଟ୍ ଉପଲବ୍ଧ ହେବ, ସେଥିମଧ୍ୟରୁ ୩୧ଟି ସ୍ଲଟ୍ ବିଦେଶୀ ଖେଳାଳିଙ୍କ ପାଇଁ ସଂରକ୍ଷିତ ରହିଛି । ସର୍ବୋଚ୍ଚ ବେସ୍ ପ୍ରାଇସ୍ କ୍ୟାଟେଗୋରୀ ହେଉଛି ୨ କୋଟି ଟଙ୍କା, ଯେଉଁଥିରେ ୪୦ ଜଣ ଖେଳାଳି ନିଜ ନାମ ଦେଇଛନ୍ତି । ମଙ୍ଗଳବାର ଅପରାହ୍ନ ୨ଟା ୩୦ରୁ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ।
ତିନିଥର ଚାମ୍ପିଅନ୍ ହୋଇଥିବା କୋଲକାତା ନାଇଟ୍ ରାଇଡର୍ସ ୨୦୨୬ ନିଲାମରେ ୬୪.୩ କୋଟି ଟଙ୍କାର ସବୁଠାରୁ ବଡ ପର୍ସ ସହିତ ଓହ୍ଲାଇବ । ତାଙ୍କ ପରେ ପାଞ୍ଚ ଥର ବିଜେତା ଚେନ୍ନାଇ ସୁପର କିଙ୍ଗ୍ସର ପର୍ସ ୪୩.୪ କୋଟି ଟଙ୍କା ରହିଛି । ଥରେ ଓଚଖ ଟାଇଟଲ୍ ଜିତିଥିବା ସନରାଇଜର୍ସ ହାଇଦ୍ରାବାଦ ପାଖରେ ୨୫.୫ କୋଟି ଟଙ୍କାର ତୃତୀୟ ସର୍ବବୃହତ ପର୍ସ ରହିଛି ।
ଆଇପିଏଲର ସେୟାର କରାଯାଇଥିବା ତାଲିକାରେ ଦୁଇ ଅଷ୍ଟ୍ରେଲୀୟ ଖେଳାଳି କ୍ୟାମେରନ୍ ଗ୍ରୀନ୍ ଓ ଜେକ୍ ଫ୍ରେଜର୍-ମ୍ୟାକଗର୍କଙ୍କ ସମେତ ନ୍ୟୁଜିଲ୍ୟାଣ୍ଡ ତଥା ଚେନ୍ନାଇ ସୁପର କିଙ୍ଗ୍ସର ପୂର୍ବତନ ଓପନର୍ ଡେଭନ୍ କନୱେ ଏବଂ ଦକ୍ଷିଣ ଆଫ୍ରିକାର ଡେଭିଡ୍ ମିଲର ସାମିଲ ଅଛନ୍ତି, ଏମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି ।
ଦକ୍ଷିଣ ଆଫ୍ରିକାର ୱିକେଟ୍ କିପର-ବ୍ୟାଟ୍ସମ୍ୟାନ୍ କ୍ୱିଣ୍ଟନ୍ ଡିକକ୍, ଯିଏ ନିକଟରେ ନିଜର ଦିନିକିଆ ଅବସରରୁ ଫେରିଛନ୍ତି, ସେ ମଧ୍ୟ ଚୂଡ଼ାନ୍ତ ତାଲିକାରେ ସାମିଲ ଅଛନ୍ତି । ଡିକକ୍ ୧ କୋଟି ଟଙ୍କାର ବେସ୍ ପ୍ରାଇସ୍ ସହିତ ତାଲିକାରେ ବିଳମ୍ବରେ ଯୋଡି ହୋଇଛନ୍ତି । ତାଲିକାରେ ଅଷ୍ଟ୍ରେଲିଆର ବ୍ୟାଟ୍ସମ୍ୟାନ୍ ଷ୍ଟିଭ୍ ସ୍ମିଥ୍ ମଧ୍ୟ ସାମିଲ ଅଛନ୍ତି, ଯାହାଙ୍କ ବେସ୍ ପ୍ରାଇସ୍ ୨ କୋଟି ଟଙ୍କା ରହିଛି । ସ୍ମିଥ୍ ଶେଷଥର ପାଇଁ ୨୦୨୧ରେ IPL ଖେଳିଥିଲେ ।
ତେବେ ଏଥର ନିଲାମୀରେ ସବୁ ଫ୍ରାଞ୍ଚାଇଜ୍ ନିଜ ନିଜ ଟିମକୁ ଶକ୍ତିଶାଳୀ କରିବାକୁ ପ୍ରୟାସ କରିବେ । ଗତ ଆଇପିଏଲରେ ସବୁଠାରୁ ଶକ୍ତିଶାଳୀ ଟିମ୍ ଚେନ୍ନାଇ ଯେଉଁଭଳି ପ୍ରଦର୍ଶନ କରିଥିଲା ତାହାକୁ ଆଉ ଦୋହରାଇବାକୁ ଚେଷ୍ଟା କରିବନି ଦଳ । ତେଣୁ ଚେନ୍ନାଇ ନିଜ ପର୍ସରେ ଅଧିକ ଟଙ୍କା ରଖିଛି ଦଳରେ ବଡ଼ ପରିବର୍ତ୍ତନ ପାଇଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/09/ipl-2025-12-09-17-56-27.jpg)