ସୁରକ୍ଷା ବାହିନୀଙ୍କ ଟାର୍ଗେଟରେ ୩୦୦ ମାଓବାଦୀ, ମାଓ ଦମନ ଅଭିଯାନକୁ ପୂରା କରିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ

Advertisment

ଚାରିଜଣ ଶୀର୍ଷ ମାଓ କମାଣ୍ଡର ସମେତ ପ୍ରାୟ ୩ଶହ ମାଓବାଦୀ ସୁରକ୍ଷା କର୍ମୀଙ୍କ ଟାର୍ଗେଟରେ ଅଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ଚାରିଜଣଙ୍କ ମଧ୍ୟରେ ମିସିର ବେସରା ଓରଫ ଭାସ୍କର, ଦେବଜୀ ଓରଫ କୁମ୍ଭ ଦାଦା ଓରଫ ଚେତନ, ରାମମନ୍ନା ଓରଫ ଗଣପତି ଓରଫ ଲକ୍ଷ୍ମଣ ରାଓ ଓ ମଲ୍ଲାହ ରାଜା ରେଡ୍ଡୀ ଓରଫ ସାଗର ଅନ୍ତର୍ଭୁକ୍ତ ।

ଚାରିଜଣ ଶୀର୍ଷ ମାଓ କମାଣ୍ଡର ସମେତ ପ୍ରାୟ ୩ଶହ ମାଓବାଦୀ ସୁରକ୍ଷା କର୍ମୀଙ୍କ ଟାର୍ଗେଟରେ ଅଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ଚାରିଜଣଙ୍କ ମଧ୍ୟରେ ମିସିର ବେସରା ଓରଫ ଭାସ୍କର, ଦେବଜୀ ଓରଫ କୁମ୍ଭ ଦାଦା ଓରଫ ଚେତନ, ରାମମନ୍ନା ଓରଫ ଗଣପତି ଓରଫ ଲକ୍ଷ୍ମଣ ରାଓ ଓ ମଲ୍ଲାହ ରାଜା ରେଡ୍ଡୀ ଓରଫ ସାଗର ଅନ୍ତର୍ଭୁକ୍ତ ।

300 Maoists on security forces' radar

300 Maoists on security forces' radar Photograph: (kanak news)

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ମାଓ ଦମନ ଅଭିଯାନର ସମୟସୀମା ମାର୍ଚ୍ଚମାସ ୨୦୨୬ରେ ସରିବାକୁ ଯାଉଥିବାବେଳେ ମାଓ ଅପରେସନକୁ ଆହୁରି ଜୋରଦାର କରାଯାଇଛି । ଚାରିଜଣ ଶୀର୍ଷ ମାଓ କମାଣ୍ଡର ସମେତ ପ୍ରାୟ ୩ଶହ ମାଓବାଦୀ ସୁରକ୍ଷା କର୍ମୀଙ୍କ ଟାର୍ଗେଟରେ ଅଛନ୍ତି । ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଶୀର୍ଷ ଚାରିଜଣଙ୍କ ମଧ୍ୟରେ ମିସିର ବେସରା ଓରଫ ଭାସ୍କର, ଦେବଜୀ ଓରଫ କୁମ୍ଭ ଦାଦା ଓରଫ ଚେତନ, ରାମମନ୍ନା ଓରଫ ଗଣପତି ଓରଫ ଲକ୍ଷ୍ମଣ ରାଓ ଓ ମଲ୍ଲାହ ରାଜା ରେଡ୍ଡୀ ଓରଫ ସାଗର ଅନ୍ତର୍ଭୁକ୍ତ ।

ଡେଡଲାଇନ୍ ପୂର୍ବରୁ ଚାରିଜଣ ମୁଖ୍ୟ କମାଣ୍ଡର ସମେତ ୩ଶହ ମାଓବୀଦୀ ତୁରନ୍ତ ଆତ୍ମସମର୍ପଣ କରନ୍ତୁ, ନଚେତ୍ ସମସ୍ତଙ୍କୁ ଖୋଜି ଖୋଜି ନିପାତ କରାଯିବ ବୋଲି ସୁରକ୍ଷାକର୍ମୀ ସ୍ପଷ୍ଟଭାବେ ସୂଚାଇ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ୨୦୨୬ ମସିହା ମାର୍ଚ୍ଚ ମାସ ୩୧ତାରିଖ ସୁଦ୍ଧା ମାଓ ଦମନ ଅଭିଯାନକୁ ପୂରା କରିବା ପାଇଁ ମୋଦୀ ସରକାର ପ୍ରତିବଦ୍ଧ। ଏହି ଅଭିଯାନ ଆରମ୍ଭ ଦିନରୁ ଅନେକ ବଡ଼ ବଡ଼ ମାଓବାଦୀଙ୍କୁ ନିପାତ କରିବାରେ ସଫଳ ହୋଇଛନ୍ତି ସୁରକ୍ଷା ବାହିନୀ। ଅକ୍ଟୋବର ମାସ ୨୦୨୫ରେ ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ରିପୋର୍ଟ ଆଧାରରେ, ଛତ୍ତିଶଗଡ଼ରେ ସବୁଠୁ ଅଧିକ ମାଓ ପ୍ରଭାବିତ ଜିଲ୍ଲାମାନଙ୍କ ସଂଖ୍ୟା ହ୍ରାସ ପାଇ ୩ରେ ପହଞ୍ଚିଛି, ଯେଉଁଥିରେ ବିଜାପୁର, ସୁକମା ଓ ନାରାୟଣପୁର ସାମିଲ ଥିଲା। ଅନ୍ୟପଟେ ମନ୍ତ୍ରଣାଳୟ କହିଛି ଯେ ବାମପନ୍ଥୀ ଉଗ୍ରବାଦ (ଏଲଡବ୍ୟୁଇ) ଦ୍ୱାରା ପ୍ରଭାବିତ ଜିଲ୍ଲା ସଂଖ୍ୟା ୧୮ ରୁ ହ୍ରାସ ପାଇ ୧୧ରେ ପହଞ୍ଚିଛି ।

ଅଧିକ ପଢ଼ନ୍ତୁ---ଆସିଲା ରାଜ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ,  ଓଡ଼ିଶାର ଅର୍ଥନୀତିରେ ବଡ଼ ଉନ୍ନତି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe